ପ୍ରମୁଖ ଖବର
  • ଧର୍ମଗଡ଼ : ଏସଡିଓଙ୍କ ସନ୍ଦେହଜନକ ମୃତ୍ୟୁ, ସରକାରୀ କ୍ଵାର୍ଟର୍ସରୁ ମିଳିଲା ମୃତଦେହ
  • ||
  • ଭୁବନେଶ୍ଵର : ୧୪ରେ ବିଜେଡି କାର୍ଯ୍ୟକାରିଣୀ ବୈଠକ, ପ୍ରସ୍ତୁତ ହେବ ଆଗାମୀ ରାଜନୈତିକ ଖସଡ଼ା
  • ||
  • ବାଙ୍କୀ : ମହାନଦୀକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ, ଉଦ୍ଧାର କଲେ ଅଗ୍ନିଶମ ବାହିନୀ
  • ||
  • ଅନୁଗୁଳ: ପବିତ୍ର ମୋହନ ପ୍ରଧାନ ସରକାରୀ ହସ୍ପିଟାଲ୍‌ର ଭିଡିଓ କନ୍‌ଫରେନ୍‌ସିଂରେ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ
  • ||
  • ନୂଆଦିଲ୍ଲୀ: ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ଲୋଗୋ ଉନ୍ମୋଚିତ କଲା ଆଇସିସି, ଆମେରିକା ଓ ୱେଷ୍ଟ ଇଣ୍ଡିଜ ମିଳିତ ଭାବେ କରିବେ ଆୟୋଜନ
  • ||
  • ଭୁବନେଶ୍ୱର: ୧୯ ପ୍ରକଳ୍ପକୁ ସିଙ୍ଗିଲ୍‌ ୱିଣ୍ଡୋ ମଞ୍ଜୁରି କଲେ ରାଜ୍ୟ ସରକାର: ୪୮୦୦ କୋଟି ନିବେଶ, ୧୭୫୫୩ ନିଯୁକ୍ତି ସମ୍ଭାବନା
  • ||
  • ଭୁବନେଶ୍ୱର: ବର୍ଷା ପରେ ବଦଳିଲା ପାଗର ମିଜାଜ: ୩ରୁ ୫ ଡିଗ୍ରୀ ଯାଏଁ ତଳକୁ ଖସିବ ରାତିର ପାରଦ,୧୦ରୁ ବଢିବ ଶୀତ
  • ||

ବୈଠକ ମଝିରୁ ଆପ୍‌ ବିଧାୟକଙ୍କୁ ଉଠାଇନେଲା ଇଡି, ବିଜେପି ଉପରେ ବର୍ଷିଲା କେଜ୍ରିଓ୍ବାଲଙ୍କ ଦଳ

Image Courtesy: ndtv

ଚଣ୍ଡିଗଡ଼: ପଞ୍ଜାବର ଆମ ଆଦମୀ ପାର୍ଟି(ଆପ୍) ବିଧାୟକ ଯଶଓ୍ବନ୍ତ ସିଂହ ଗଜ୍ଜନ ମାଜ୍ରାଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଅଟକ ରଖିଥିବା ଜଣାପଡ଼ିଛି । ଅମରଘାର ବିଧାୟକ ମାଜ୍ରାଙ୍କୁ ଏକ ବୈଠକରୁ ଇଡି ଉଠାଇନେଇଥିବା ବେଳେ ଏଥିପାଇଁ ବିଜେପି ଉପରେ ବର୍ଷିଛି ଆପ୍ । ଆପରେ ସାମିଲ ହେବାକୁ ମାଜ୍ରାଙ୍କୁ ବିଜେପି ପକ୍ଷରୁ ବିରୋଧ ହୋଇଥିଲା।  କିନ୍ତୁ ଯଶଓ୍ବନ୍ତ ସିଂହ ଆପରେ ସାମିଲ ହେବା ଏବଂ ପରେ ବିଧାୟକ ହେବାକୁ ନେଇ ବିଜେପି ଆପ୍‌କୁ ବଦନାମ କରିବାକୁ ଚାହୁଁଛି ବୋଲି ଦଳର ମୁଖପାତ୍ର ମାଲବିନ୍ଦର କାଙ୍ଗ ଅଭିଯୋଗ କରିଛନ୍ତି ।  

୨୦୨୨ ସେପ୍ଟେମ୍ବର ମାସରେ ବିଧାୟକ ଯଶଓ୍ବନ୍ତ ସିଂହଙ୍କ ୩ଟି ଘରେ ସିବିଆଇ ଚଢ଼ାଉ କରିଥିଲା। ତେବେ ବ୍ୟାଙ୍କରୁ ୪୧ କୋଟି ଟଙ୍କା ହେରଫେର ମାମଲାରେ ସିବିଆଇ ସ୍କାନରକୁ ଆସିଥିଲେ ଆପ ବିଧାୟକ । ସିବିଆଇ ଚଢ଼ାଉ କରି ୧୬.୫୭ କୋଟି ନଗଦ ଟଙ୍କା, ବିଦେଶୀ ଟଙ୍କା ସମେତ ବେଆଇନ୍‌ ସଂପତ୍ତି ଜବତ କରିଥିଲା। ପଞ୍ଜାବ ଲୁଧିୟାନାର ବ୍ୟାଙ୍କ ଅଫ ଇଣ୍ଡିଆ ଶାଖା ପକ୍ଷରୁ ଅଭିଯୋଗ ପାଇବା ପରେ ସିବିଆଇ ବିଧାୟକ ମାଜ୍ରା ଏବଂ ଅନ୍ୟମାନଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଥିଲା । 

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବିଭିନ୍ନ ବିରୋଧୀ ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଉଥିବା ସମୟରେ ପଞ୍ଜାବର ଆପ୍ ବିଧାୟକଙ୍କୁ ଅଟକ ରଖିବା ଘଟଣା ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି । କେବଳ ସେତିକି ନୁହେଁ ଦଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିଓ୍ବାଲ ମଧ୍ୟ ଇଡି ସ୍କାନରରେ ରହିଛନ୍ତି । ଗତ ନଭେମ୍ବର ୨ରେ କେଜ୍ରିଓ୍ବାଲଙ୍କୁ ହାଜର ହେବାକୁ ନୋଟିସ୍‌ ଦେଇଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ-ଇଡି । ହେଲେ କେଜ୍ରିଓ୍ବାଲ ଇଡି କାର୍ଯ୍ୟାଳୟରେ ହାଜର ହୋଇନଥିଲେ। ଯାହାକୁ ନେଇ ରାଜନୀତି ମଧ୍ୟ ଜୋର ଧରିଛି ।

  • Arvind Kejriwal
  • Punjab
  • Copyright © 2022 - Summa Real Media Private Limited. All Rights Reserved.