ପ୍ରମୁଖ ଖବର
  • ଟାଙ୍ଗୀ: ୨୪ ଘଣ୍ଟା ପରେ ନିଖୋଜ ପ୍ରଫୁଲଙ୍କ ମୃତଦେହ କଲବଲିଆ ପୋଖରୀରୁ ଉଦ୍ଧାର| ହାତୀ ଆକ୍ରମଣରେ ମୃତ୍ୟୁ ଅଭିଯୋଗ
  • ||
  • କଟକ: ଆସିଲା ବହୁପ୍ରତୀକ୍ଷିତ ଶ୍ରୀମନ୍ଦିର ରତ୍ନଭଣ୍ଡାର ରାୟ, ହାଇ ପାୱାର କମିଟି ଗଠନ ପାଇଁ ସରକାରଙ୍କୁ ନିର୍ଦ୍ଦେଶ
  • ||
  • ଭୁବନେଶ୍ୱର: ଆଗ ପଛ ହୋଇ ଆସୁଛି ଲଘୁଚାପ, ପହିଲାରୁ ସପ୍ତାହେ ବର୍ଷିବ
  • ||
  • ଗଞ୍ଜାମ: ପୂ୍ର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ, ୨୪ ଘଣ୍ଟାରେ ଗଡିଲା ଦୁଇ ମଣ୍ଡ
  • ||
  • ଭୁବନେଶ୍ବର: ରାଜଧାନୀରେ ଚାଞ୍ଚଲ୍ୟ, ମାତିଛନ୍ତି ମୁଖା ପିନ୍ଧା ଲୁଟେରା
  • ||
  • ରାୟଗଡ଼ା: ଭିଜିଲାନ୍ସ ଜାଲରେ ପିଏଚଡି କାର୍ଯ୍ୟାଳୟ ଏଷ୍ଟିମେଟର, ଲାଞ୍ଚ ନେବା ବେଳେ ଧରା ପଡ଼ିଲେ
  • ||
  • ଆନନ୍ଦପୁର: ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ୩ ମୃତ
  • ||
  • ନୂଆଦିଲ୍ଲୀ: ପାକିସ୍ତାନରେ ବିସ୍ଫୋରଣ, ୧୩ ମୃତ, ୭୦ ଆହତ
  • ||
  • କାଲିମେଳା: ଓଲଟିଲା ପାଣି ପାଇପ୍ ବୋଝେଇ ଟ୍ରେଲର, ଡ୍ରାଇଭର୍ ଆହତ
  • ||
  • ଏସିଆନ୍ ଗେମ୍ସରେ ଭାରତକୁ ଅଷ୍ଟମ ସ୍ବର୍ଣ୍ଣ, ମହିଳା ୧୦ ମିଟର ଏୟାର ରାୟଫଲ ଟିମ୍ ଇଭେଣ୍ଟରେ ଗୋଲ୍ଡ ମେଡାଲ
  • ||
  • ପୁରୀ: ଆଜି ବଡ଼ଦେଉଳରେ ଇନ୍ଦ୍ର ଗୋବିନ୍ଦ ବନ୍ଦାପନା ନୀତି
  • ||
  • ବିଶ୍ୱକପ୍‌ ପାଇଁ ଉତ୍ସବମୁଖର ଭାରତ: ଗୋଟିଏ ସପ୍ତାହ ଅପେକ୍ଷା, ଆଜିଠୁ ଅଭ୍ୟାସ ମ୍ୟାଚ୍
  • ||
  • କଟକ: ଚୌଧୁରୀବଜାରରେ ଭୟାବହ ଅଗ୍ନିକାଣ୍ଡ, ଲୁଗା ଦୋକାନରେ ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି
  • ||
  • ଭୁବନେଶ୍ୱର:ଡେଙ୍ଗୁ ନେଲା ଆଉ ଏକ ମୁଣ୍ଡ, କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମହିଳାଙ୍କ ମୃତ୍ୟୁ
  • ||
  • ଏସିଆନ୍ ଗେମ୍ସରେ ଭାରତକୁ ସପ୍ତମ ସ୍ବର୍ଣ୍ଣ, ୫୦ ମିଟର ଏୟାର ରାଫଲ ଟିମ ଇଭେଣ୍ଟ ଗୋଲ୍ଡ ମେଡାଲ
  • ||
  • କାବେରୀ ନଦୀଜଳ ବିବାଦ: ତାମିଲନାଡୁକୁ ଅଧିକ ପାଣି ଛାଡିବା ନିଷ୍ପତ୍ତି ବିରୋଧ, ଆଜି କର୍ଣ୍ଣାଟକ ବନ୍ଦ
  • ||
  • ଭୁବନେଶ୍ୱର: ବିଶ୍ୱ ହୃତ୍‌ପିଣ୍ଡ ଦିବସ, ଏ ବର୍ଷର ଥିମ ‘ହୃତ୍‌ପିଣ୍ଡର ଉପଯୋଗ କର, ହୃତ୍‌ପିଣ୍ଡକୁ ଜାଣ ’
  • ||
  • ଯାଜପୁର: ଅଢ଼େଇ ବର୍ଷର ଝିଅ ସହ ବୈତରଣୀ ନଦୀକୁ ଡ଼େଇଁଲେ ବାପା, ୩୦ ଘଣ୍ଟା ପରେ ଉଦ୍ଧାର ଚନ୍ଦନଙ୍କ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର: ଶୁକ୍ରବାର ଲଘୁଚାପ ରୂପ ନେବ ଘୂର୍ଣ୍ଣିବଳୟ, ୨୦ଟି ଜିଲ୍ଲାକୁ ୟେଲୋ ଆଲର୍ଟ: ୧୩ରୁ ଫେରିଯିବ ମୌସୁମୀ
  • ||

କଟକ ଜିଲ୍ଲାରେ ଅଛି ମହାପ୍ରଭୁଙ୍କ ୩୨୦୨ ଏକର ଜମି, ସଂଶୋଧନ ଅପେକ୍ଷାରେ ୫୭୪ ଏକର

କଟକ,୧୩।୯: ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ୫୭୪ ଏକର ୧୧୦ ଡେସିମିଲ ଜମି ସଂଶୋଧନ ଅପେକ୍ଷାରେ ବିଭିନ୍ନ ତହସିଲରେ ପଡ଼ିରହିଛି । କେନ୍ଦ୍ରାଞ୍ଚଳ ଆର୍‌ଡିସିଙ୍କ କାର୍ଯ୍ୟାଳୟ ପରିସରରେ ଥିବା ମନ୍ଦିର ସମନ୍ୱୟ ଅଧିକାରୀ ଦେଇଥିବା ତଥ୍ୟ ମୁତାବକ, କଟକ ଜିଲ୍ଲାରେ ମହାପ୍ରଭୁଙ୍କର ମୋଟ୍‌ ୩ ହଜାର ୨୦୨ ଏକର ୬୨୩ ଡେସିମିଲ ଜମି ରହିଛି । ସେଥିରୁ ୨ ହଜାର ୬୨୮ ଏକର  ୮୪୩ ଡେସିମିଲ ଜମିକୁ ଜଗନ୍ନାଥ ମହାପ୍ରଭୁଙ୍କ ପରିଚାଳନା ଟ୍ରଷ୍ଟ ନାଁରେ ସଂଶୋଧନ କରାଯାଇଛି । ସଂଶୋଧନ ଅପେକ୍ଷାରେ ୫୭୪ ଏକର  ଜମି ରହିଛି । ନିକଟରେ ହୋଇଥିବା ରାଜସ୍ୱ ବୈଠକରେ ଏନେଇ ଆଲୋଚନା ହୋଇଥିଲା । ମହାପ୍ରଭୁଙ୍କ ଭୂସମ୍ପତ୍ତିକୁ ତୁରନ୍ତ ସଂଶୋଧନ କରିବା ପାଇଁ ତହସିଲଦାରମାନଙ୍କୁ କୁହାଯାଇଛି । 

ତେବେ ମହାପ୍ରଭୁ ଜଗନ୍ନାଥଙ୍କ ଜମିକୁ ନେଇ କଟକରେ ଅନେକ ଅଡୁଆ ରହିଛି ।  ଜିଲ୍ଲାର କେତେକ ତହସିଲ୍‌ ଅଞ୍ଚଳରେ ଏହି ଜମି ଜବରଦଖଲରେ ଥିବା ବେଳେ କଟକ ସହରରେ ଏହି ଜମି ଉପରେ ସ୍ଥାୟୀ ନିର୍ମାଣ  କରାଯାଇଥିବା ଜଣାପଡିଛି । କଲେଜ ଛକ ଅଞ୍ଚଳରେ ଜଗନ୍ନାଥଙ୍କ ଜମିକୁ କେତେଜଣ ମାଡି ବସି ସେଠାରେ ଦୀର୍ଘଦିନରୁ ବ୍ୟବସାୟ ଚଳାଇଥିବା ଦେଖାଯାଇଛି । ସବୁଠାରୁ ବଡ  କଥା ହେଉଛି ବେବନ୍ଦୋବସ୍ତରେ ଥିବା ୧୦୬  ଏକର ୬୨୩ ଡେସିମିଲ ଜମିକୁ ନେଇ  ବିବାଦ ଉପୁଜିଛି । କାରଣ ଯେହେତୁ ଉକ୍ତ ଜମି ବେବନ୍ଦୋବସ୍ତ ଭାବେ ରହିଛି ସେଥିରୁ  ସରକାର ଖଜଣା ପାଉନାହାନ୍ତି । ଗୋଟେ ପଟେ ମହାପ୍ରଭୁଙ୍କ ଜମିକୁ ମାଡି ବସି କିଛି ଲୋକ  ଉପଭୋଗ କରୁଥିବା ବେଳେ ସେଥିପାଇଁ ନା ଠାକୁର କିଛି ପାଉଛନ୍ତି ନା ସରକାର କିଛି ପାଉଛନ୍ତି । ଜମିଦାରୀ ଉଚ୍ଛେଦ ପରେ ଏହି ଜମି ବନ୍ଦୋବସ୍ତ କରାଯାଇନାହିଁ । ଅର୍ଥାତ୍‌, ଅଦ୍ୟାବଧି ଏହି ୧୦୬ ଏକର ୬୨୩ ଡେସିମିଲ ଜମିର ସ୍ୱତ୍ତ୍ୱଲିପି ମଧ୍ୟ ମହାପ୍ରଭୁଙ୍କ ନାମରେ ହୋଇନାହିଁ ।  କଟକ ଜିଲ୍ଲାରେ ଅଦ୍ୟାବଧି ୧୦ ହଜାର  ୫୨୭ ବେବନ୍ଦୋବସ୍ତ ମାମଲା ରୁଜୁ କରାଯାଇଛି ।  ସେଥିରୁ ଏବେ ବି ୪୮୩୭ ମାମଲା ଫଇସଲା ନ ହୋଇ ବିଭିନ୍ନ ତହସିଲ୍‌ରେ ପଡ଼ିରହିଛି ।  ଆଶ୍ଚର୍ଯ୍ୟ କଥା ହେଉଛି ପ୍ରତି ମାସରେ ୨ରୁ ୩ଟି ମାମଲାର ଫଇସଲା କରାଯାଉଛି । ଗତ   ଜୁଲାଇ ମାସରେ ଜିଲ୍ଲାର ୧୫ ତହସିଲ୍‌ରେ ମାତ୍ର ୩ଟି ବେବନ୍ଦୋବସ୍ତ ମାମଲାର ଫଇସଲା  କରାଯାଇଛି । ଯାହାକୁ ନେଇ ବୈଠକରେ ଜିଲ୍ଲାପାଳ ଉଦ୍‌ବେଗ ପ୍ରକାଶ କରିଥିଲେ । ମନ୍ଦିର  ପ୍ରଶାସନର ଥିବା କଟକ ଅଫିସ ଯେତେବେଳେ ମହାପ୍ରଭୁଙ୍କ ଜମିରୁ ଜବରଦଖଲ ଉଚ୍ଛେଦ ପାଇଁ  ରିକ୍ୟୁଜିସନ୍‌ ଦେଇଥାଏ ତତ୍କାଳ ତା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥାଏ ବୋଲି  ବୈଠକରେ ମତ ପ୍ରକାଶ ପାଇଥିଲା । 

କଟକ ସଦର ତହସିଲଦାର ମାନସ ଭୋଇ କହିଛନ୍ତି,  ମନ୍ଦିର ଅଫିସରୁ ରିକ୍ୟୁଜିସନ ଆସିବା ପରେ ଆମେ ପଦକ୍ଷେପ ନେଇଥାଉ । ଆମ ତହସିଲ  ଅଧୀନରେ ସେଭଳି କୌଣସି ରିକ୍ୟୁଜିସନ୍‌ ମନ୍ଦିର  କାର୍ଯ୍ୟାଳୟରୁ ଆସିନଥିବା ସେ କହିଛନ୍ତି । ମାତ୍ର ଜିଲ୍ଲାର ଆଠଗଡ, ଡମପଡା, ବାରଙ୍ଗ, କଟକ ସଦର ଓ କିଶନନଗର ଆଦି ତହସିଲ ଅଞ୍ଚଳରେ  ମହାପ୍ରଭୁ ଜଗନ୍ନାଥଙ୍କ ବିପୁଳ ପରିମାଣର ଜମି ଜବରଦଖଲରେ ରହିଥିବା ସୂଚନା ମିଳିଛି । ଯେଉଁ ଜମି ମନ୍ଦିର ପରିଚାଳନା ଟ୍ରଷ୍ଟ ନାମରେ ସଂଶୋଧନ ହୋଇପାରୁନି ଉକ୍ତ ଜମିକୁ ସ୍ଥାନୀୟ ତହସିଲ ପ୍ରଶାସନ ଜାଣିଶୁଣି ସଂଶୋଧନ କରିବା ଦିଗରେ ପଦକ୍ଷେପ ନେଉନାହିଁ ବୋଲି କୁହାଯାଉଛି ।

cuttack
lord jagannath

Copyright © 2022 - Summa Real Media Private Limited. All Rights Reserved.