ପ୍ରମୁଖ ଖବର
  • ଭୁବନେଶ୍ୱର: ରାଜଧାନୀରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ସ୍କୁଟିକୁ ପିଟିଲା କାର୍, ୨ ଗୁରୁତର
  • ||
  • ମୋହନା: ଘାଟିରେ ଓଲଟିଲା ମିନି ବସ୍, ୨୦ରୁ ଉର୍ଦ୍ଧ୍ଵ ଆହତ
  • ||
  • ବିଶ୍ୱକପ୍‌ ମହାକୁମ୍ଭକୁ ଆଉ ୩ ଦିନର ଅପେକ୍ଷା: ୧୦ ଦଳ, ୧୦ ଭେନ୍ୟୁ, ୪୮ ମ୍ୟାଚ୍‌ରେ ହେବ ମୁକାବିଲା
  • ||
  • ରାଉରକେଲା: ଝଗଡ଼ା ସମାଧାନ କରିବାକୁ ଯାଇଥିଲେ..ଠେଲାପେଲା ବେଳେ ତଳେ ପଡ଼ି ମହିଳା ଏଏସ୍‌ଆଇ ମୃତ
  • ||
  • ଭୁବନେଶ୍ୱର: ରାଜଧାନୀରେ ହିଟ୍‌ ଆଣ୍ଡ୍‌ ରନ୍‌ ମାମଲା: କିଲର୍‌ ଚାଳକର ପତ୍ତା ପାଉନି ପୁଲିସ, ଧରିବାକୁ ବିଭିନ୍ନ ସ୍ଥାନରେ ଚଢ଼ଉ
  • ||
  • ପୁରୀ: ଶ୍ରୀମନ୍ଦିରରେ ପୁଣି ବୁଲିଲା କ୍ୟାମେରା: ଭୋଗ ଆଟିକା ନିକଟରୁ ବନ୍ଧାହେଲା ଅଭିଯୁକ୍ତ, ସ୍ପାଏ ପେନ୍‌ କ୍ୟାମେରା ଜବତ
  • ||
  • ମାଦ୍ରିଦ: ସ୍ପେନ ନାଇଟ୍‌ କ୍ଲବରେ ଭୀଷଣ ଅଗ୍ନିକାଣ୍ଡରେ ଭୁଶୁଡିଲା ଛାତ: ୧୩ ମୃତ, ୪ ଆହତ
  • ||
  • ଭୁବନେଶ୍ୱର: ୟୁନିଟ୍‌-୧ ହାଟରେ ତାଲା, ୩ ଦିନି ସାଢେ ୭ କୋଟି ଘାଟା: ମଙ୍ଗଳବାର ବିଏମ୍‌ସି ସହ ହାଟ କମିଟିର ଆଲୋଚନା
  • ||
  • ଭୁବନେଶ୍ୱର: ଆଜିଠୁ ବିଜେଡିର ଜନସମ୍ପର୍କ ପଦଯାତ୍ରା, ରାଜଧାନୀର ବଡ଼ଗଡ଼ରୁ ଶୁଭାରମ୍ଭ କରିବେ ନବୀନ
  • ||
  • ବିଶ୍ୱ ପାଇଁ ଆଶ୍ୱସ୍ତି: ସଟ୍‌ଡାଉନ୍‌ରୁ ବର୍ତ୍ତିଗଲା ଆମେରିକା, ଶେଷ ମୁହୂର୍ତ୍ତରେ ଫଣ୍ଡିଂ ବିଲ୍‌ ମଞ୍ଜୁର
  • ||
  • ଭୁବନେଶ୍ୱର; ଆଜି ୫ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ଅରେଞ୍ଜ ୱାର୍ଣ୍ଣିଂ ଜାରି
  • ||

ଆତଙ୍କବାଦୀଙ୍କୁ ସୁରକ୍ଷା ଦେଉଥିଲେ ପାକିସ୍ତାନୀ ସୈନିକ , ଭାରତୀୟ ସେନା କରିଦେଲା ସଫା

ଶ୍ରୀନଗର : ପାକିସ୍ତାନ ସୈନିକଙ୍କୁ ଦୃଢ ଜବାବ ଦେଇଛି ଭାରତୀୟ ସେନା । ଆଜି ପାକିସ୍ତାନ କବଜାରେ ଥିବା କାଶ୍ମୀର (ପିଓକେ)ରୁ ଜମ୍ମୁ-କାଶ୍ମୀରର ଉରୀ ସେକ୍ଟରରେ ଏଲଓସି  ଅତିକ୍ରମ କରିବାକୁ ଚେଷ୍ଟା କରୁଥିଲେ ୩ଜଣ ଆତଙ୍କବାଦୀ । ଯାହାଙ୍କୁ ମାରି ଦେଇଛନ୍ତି ଭାରତୀୟ ସୈନିକ। ଭାରତୀୟ ସେନାର ଚିନାର କୋର ଏକ୍ସ (ଟ୍ୱିଟର)ରେ ଏକ ପୋଷ୍ଟରେ କହିଛି କି , ଦୁଇ ଆତଙ୍କବାଦୀଙ୍କ ଶବ ଉଦ୍ଧାର ହୋଇଛି। ଚିନାର କୋର କହିଛି ପାକିସ୍ତାନୀ ସେନା ଫାୟାରିଂ କରିଛି , ଯେଉଁଥିରେ ୩ୟ ଶବକୁ ବାହାର କରିବା ପ୍ରୟାସରେ ହସ୍ତକ୍ଷେପ ହୋଇଛି। 

ସେନା କହିଛି କି, ଉରୀ ସେକ୍ଟରରେ ଅପରେସନ ଜାରି ରହିଛି। ଚିନାର କପର୍ସ ଏକ୍ସରେ ପୋଷ୍ଟରେ କହିଛି , ଭାରତୀୟ ସେନା , ଜମ୍ମୁ-କାଶ୍ମୀର ପୁଲିସ ଓ ଗୁଇନ୍ଦା ଏଜେନ୍ସିମାନଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଏକ ମିଳିତ ଅଭିଯାନରେ , ବାରାମୂଳାର ଉରୀ ସେକ୍ଟରରେ ଏଲଓସି ପାଖରେ ଆଜି ସକାଳେ ଅନୁପ୍ରବେଶର ଚେଷ୍ଟାକୁ ଅସଫଳ କରି ଦିଆ ଯାଇଛି। ଅନୁପ୍ରବେଶର ଚେଷ୍ଟା କରୁଥିବା ୩ଜଣ ଆତଙ୍କବାଦୀଙ୍କୁ ସତର୍କ ସୈନିକମାନେ ଘେରି ନେଇଥିଲେ।

ସେନା କହିଛି , ଦୁଇ ଆତଙ୍କବାଦୀଙ୍କୁ ମାରି ଦିଆଯିବା ସହ ତାଙ୍କର ଶବକୁ ମଧ୍ୟ ଉଦ୍ଧାର କରାଯାଇଛି। ୩ୟ ଆତଙ୍କବାଦୀର ଶବକୁ, ନିୟନ୍ତ୍ରଣ ରେଖାରେ ପାକିସ୍ତାନୀ ପୋଷ୍ଟରୁ ଫାୟାରିଂ କାରଣରୁ ବାହାର କରିବାରେ ବାଧା ଉପୁଜିଛି। ଅପରେସନ ଜାରି ରହିଛି। ପୁଲିସ ମୁତାବିକ , ମରି ଯାଇଥିବା ଆତଙ୍କବାଦୀଙ୍କୁ ଚିହ୍ନଟ କରାଯାଇ ପାରିନାହିଁ। ଏହା ବ୍ୟତୀତ ଏବେ ଏହା ଜାଣିବାକୁ ଚେଷ୍ଟା କରାଯାଉଛି କି, ଏମାନେ କେଉଁ ଗ୍ରୁପ ସହ ଜଡ଼ିତ ଥିଲେ। 

Copyright © 2022 - Summa Real Media Private Limited. All Rights Reserved.