ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ନିବେଶକଙ୍କ ଚୀନ୍‌ ଉପରୁ ହଟୁଛି ନଜର , ଭାରତରେ ଅର୍ଥ ଲଗାଇବାକୁ ଖୁବ୍‌ ଇଚ୍ଛୁକ

ନୂଆଦିଲ୍ଲୀ :୨୧ତମ ଶତାବ୍ଦୀ ହେବ ଭାରତର। ଆମେ ସମସ୍ତେ ଏହି କଥା ଦୀର୍ଘ ଦିନରୁ ଶୁଣି ଆସୁଛୁ। କିନ୍ତୁ ଏହି କଥା ବାସ୍ତବରେ ସତ ହେଉଛି। ତଥ୍ୟ ଏହି ଆଡ଼କୁ ଇସାରା କରୁଛି। ଗ୍ଲୋବାଲ ଇଭେଣ୍ଟର୍ସ ଭାରତର ଅଭିବୃଦ୍ଧି କାହାଣୀକୁ ନେଇ ବିଶ୍ୱାସ କରିଛି। ଏହି କାରଣରୁ ଦୀର୍ଘ ଦିନରୁ ଚୀନ୍‌ରେ ନିବେଶ କରୁଥିବା ନିବେଶକମାନେ ଏବେ ଭାରତ ମୁହାଁ। Goldman Sachs Group Inc. ଓ Morgan Stanley ଭଳି ସଂସ୍ଥା ମଧ୍ୟ ଆଗାମୀ ଏକ ଦଶକ ପାଇଁ ଦକ୍ଷିଣ ଏସିଆନ ଦେଶ ଗୁଡ଼ିକ ଉପରେ ନିବେଶ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ଭାରତର ଦ୍ରୁତ ଗତିରେ ବଢୁଥିବା ଅର୍ଥ ବ୍ୟବସ୍ଥାରେ ଯେକେହି ନିବେଶ ପାଇଁ ଆସୁ ଥିବାର ଦେଖାଯାଉଛି। ଜାପାନର ରିଟେଲ ଇନଭେଷ୍ଟର୍ସ ଯାହା ବିଷୟରେ ଏହା ପ୍ରଚଳିତ କି, ଏହା ରୁଢିବାଦୀ ହୋଇଥାଏ। କିନ୍ତୁ ଏ ବି ଏବେ ଭାରତରେ ନିବେଶ କରୁଛି, ସେପଟେ ଚୀନ୍‌ରୁ ନିଜର ନିବେଶ ହ୍ରାସ କରୁଛି। ଏହା ବ୍ୟତୀତ ଅନେକ ପ୍ରମୁଖ ହେଜ୍‌ ଫଣ୍ଡ ମଧ୍ୟ ଭାରତ ଆଡ଼କୁ ମନୋନିବେଶ କରିଛି। ଏହା ଦର୍ଶାଉଛି କି, ଆଗାମୀ ଦିନରେ ଚୀନର ଅର୍ଥ ବ୍ୟବସ୍ଥାର ତୁଳନାରେ ଇଣ୍ଡିଆନ ଇକୋନୋମିର ସ୍ଥିତି ଭଲ ହୋଇ ପାରେ। 

ସାରା ବିଶ୍ୱର ନିବେଶକମାନେ ଏହି ସମୟରେ ଚୀନ୍‌ ଓ ଭାରତ ଉପରେ କଡ଼ା ନଜର ରଖିଛନ୍ତି। ଗତ ଏକ ଦଶକ ମଧ୍ୟରେ ଭାରତରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଇନଫ୍ରାଷ୍ଟ୍ରକଚର ଓ କନେକ୍ଟିଭିଟି ଉପରେ ବହୁତ କାମ ହୋଇଛି। ଯେଉଁଥି ପାଇଁ ନିବେଶକ ଭାରତରେ ଇନଭେଷ୍ଟମେଣ୍ଟକୁ ନେଇ ଉତ୍ସୁକ ହେଉଛନ୍ତି। ଯେଉଁଠି ଗୋଟେପଟେ ଭାରତ ବିଶ୍ୱର ସବୁଠୁ ଦ୍ରୁତ ଅଭିବୃଦ୍ଧି ଇକୋନୋମି ହୋଇଥିବା ବେଳେ ଅନ୍ୟପଟେ ଚୀନ୍‌ କୋଭିଡ୍‌-୧୯ ପରେ ତଳକୁ ତଳକୁ ଯାଉଛି। 

ଏନଡିଟିଭିର ରିପୋର୍ଟ ଅନୁସାରେ , ଏମ୍ ଆଣ୍ଡ ଜି ଇନଭେଷ୍ଟମେଣ୍ଟ, ସିଙ୍ଗାପୁର ଅନୁସାରେ ଭାରତ ଉପରେ ବିଶ୍ୱାସ ସୃଷ୍ଟି କରିବାର ଅନେକ କାରଣ ରହିଛି। ଏହା ଏକ ଦୀର୍ଘ ଅଭିବୃଦ୍ଧିର ଷ୍ଟୋରୀ। ଇତିହାସ ଏହି କଥାର ସାକ୍ଷୀ କି ଭାରତର ସେୟାର ବଜାର ଓ ଅର୍ଥ ବ୍ୟବସ୍ଥାର ଗତି ପରସ୍ପର ସହ ଯୋଡ଼ି ରହିଛି। ଯଦି ଇଣ୍ଡିଆନ୍‌ ଇକୋନୋମିର ବୃଦ୍ଧି ହାର ୭ ପ୍ରତିଶତ ବଜାୟ ରହିଲେ ମାର୍କେଟ୍‌ର ଆକାରରେ ମଧ୍ୟ ସେତିକି ବ୍ୟାପକ ଦେଖିବାକୁ ମିଳିଥାଏ। ଗତ ୨୦ବର୍ଷ ମଧ୍ୟରେ ଘରୋଇ ପ୍ରଡକ୍ଟ ଆଣ୍ଡ ମାର୍କେଟ କ୍ୟାପିଟାଲ ୫୦୦ ବିଲିୟନ ଡଲାରରୁ ବୃଦ୍ଧି ପାଇଁ ୩.୫ ଟ୍ରିଲିୟନ ଡଲାରରେ ପହଞ୍ଚି ଯାଇଛି। 

ଅନ୍ୟପଟେ, ଭାରତ ଓ ଚୀନ୍‌ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱୀତା କାହାକୁ ଅଛପା ନାହିଁ। ଯଦି ପଶ୍ଚିମୀ ଦେଶ ଗୁଡ଼ିକୁ ଚୀନ୍‌ ଏକ ବିପଦ ଭାବେ ନଜର ଆସେ ତ ସ୍ୱାଭାବିକ ଭାବେ ଏହାର ଫାଇଦା ଭାରତକୁ ମିଳିବ। ନିକଟବର୍ତ୍ତୀ ବର୍ଷ ଗୁଡ଼ିକରେ ପିଏମ୍‌ ମୋଦିଙ୍କ ନେତୃତ୍ୱରେ ଭାରତ ସରକାର ମଧ୍ୟ ନିଜର ଇନଫ୍ରାଷ୍ଟ୍ରକଚରକୁ ଦୃଢ କରିବା ଉପରେ କାମ କରିଛନ୍ତି। ପିଏମ୍‌ ଗତି ଶକ୍ତି ଯୋଜନା ଅନୁସାରେ ପୋର୍ଟ, ରେଲୱେ ଓ ରୋଡ୍‌ର କନେକ୍ଟିଭିଟି ବଢାଇବା ଉପରେ କାମ କରିଛନ୍ତି। ଏହି ବର୍ଷ ଅନ୍ତରୀଣ ବଜେଟ୍‌ରେ ସରକାର ୧୩୪ ବିଲିୟନ ଡଲାରର ବ୍ୟବସ୍ଥା କରିଛନ୍ତି। 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.