ପ୍ରମୁଖ ଖବର
  • ଓଡ଼ିଶା ଗଞ୍ଜେଇ ଚକୋଲେଟ୍‌ରେ ଝୁମୁଛି ହାଇଦ୍ରାବାଦ: ବାଲେଶ୍ୱରରେ ତିଆରି, ଦାଦନଙ୍କ ମାଧ୍ୟମରେ ହେଉଛି ଚାଲାଣ
  • ||
  • ଓସ୍ତପୁର ହଳଦିଢ଼ିଅ ନିକଟ ଗଛକୁ ପିଟିଲା ବୋଲେରୋ: ୩ ମୃତ, ୪ ଗୁରୁତର
  • ||
  • ଆଜି ୫-ଟି ଅଧ୍ୟକ୍ଷଙ୍କ ଅନୁଗୁଳ ଗସ୍ତ, ଛାତ୍ରବୃତ୍ତି ପ୍ରମାଣପତ୍ର ବଣ୍ଟନ କାର୍ଯ୍ୟକ୍ରମରେ ଯୋଗଦେବେ
  • ||
  • ରାଜ୍ୟରେ ଆହୁରି ତିନି ଦିନ ବର୍ଷା: ଉପକୂଳରେ ଅଧିକ ବର୍ଷିବା ସମ୍ଭାବନା, ୨୮ ଯାଏ କୋହଲା ପାଗ
  • ||

ଦିନେ ଥିଲେ ନକ୍ସଲ, ଏବେ ତେଲଙ୍ଗାନା ସରକାରରେ ମନ୍ତ୍ରୀ, ଜାଣନ୍ତୁ କେମିତି ଥିଲା ଦନସାରୀ ଅନସୂୟାଙ୍କ ଜୀବନଯାତ୍ରା…

ହାଇଦ୍ରାବାଦ, ୧୧/୧୨: ମାଓବାଦୀରୁ ନେତା, ଆଉ ଏବେ ତେଲଙ୍ଗାନାର ରେବନ୍ଥ ରେଡ୍ଡୀ ସରକାରରେ ମନ୍ତ୍ରୀ । ସମସ୍ତଙ୍କ ପ୍ରିୟ ଦନସାରୀ ଅନସୂୟାଙ୍କୁ ସମସ୍ତେ ସୀଥକ୍କା ଭାବେ ଜାଣନ୍ତି । ମୁଖ୍ୟମନ୍ତ୍ରୀ ରେବନ୍ଥ ତାଙ୍କୁ ଭଉଣୀ ବୋଲି ଡାକନ୍ତି । ଦିନେ ଘଞ୍ଚ ଜଙ୍ଗଲରେ ବନ୍ଧୁକ ଧରି ବୁଲୁଥିବା ଦନସାରୀ ଏବେ ଯୁବବର୍ଗଙ୍କୁ ଶିକ୍ଷାଦାନ କ୍ଷେତ୍ରରେ କାମ କରୁଛନ୍ତି ।

ମାଓବାଦର ରାସ୍ତା ଛାଡ଼ିବା ପରେ ଦନସାରୀ ଅନସୂୟା ଆଇନରେ ହାସଲ କରିଛନ୍ତି ଡିଗ୍ରୀ । ଗତବର୍ଷ ଅକ୍ଟୋବରରେ ଅନସୂୟା ପିଏଚଡି ହାସଲ କରି ସମସ୍ତଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି । ସମସ୍ତଙ୍କ ପ୍ରିୟ ଅନସୂୟାଙ୍କୁ ତେଲଙ୍ଗାନା ସରକାରରେ ମନ୍ତ୍ରୀ ପଦ ମିଳିଥିବା ବେଳେ ଶପଥ ଗ୍ରହଣ ସମାରୋହରେ ଦେଖିବାକୁ ମିଳିଥିଲା ପ୍ରଶଂସକଙ୍କ ମଧ୍ୟରେ ଉତ୍ସାହ ।

ଆଦିବାସୀ ସମ୍ପ୍ରଦାୟରୁ ଆସିଥିବା ୫୨ ବର୍ଷୀୟ ଅନୁସୟା ମୁଲୁଗୁ ଆସନରୁ ଜିତିଛନ୍ତି । ବିଧାୟକ ହେବା ପରେ ତେଲଙ୍ଗାନା ସରକାରରେ ୩ଟି ଗୁରୁତ୍ୱପୂର୍ଣ୍ଣ ବିଭାଗ ମିଳିଛି । ପଞ୍ଚାୟତିରାଜ, ଗ୍ରାମ୍ୟ ଉନ୍ନୟନ ଏବଂ ମହିଳା ଓ ଶିଶୁ କଲ୍ୟାଣ ବିଭାଗର ମନ୍ତ୍ରୀ ହୋଇଛନ୍ତି ଦନସାରୀ ଅନସୂୟା ।

ଗରିବ ପରିବାରରେ ଜନ୍ମ ହୋଇଥିଲେ ଅନସୂୟା । ପିତା ଦିନ ମଜୁରିଆ ଥିବାବେଳେ ମାତ୍ର ୧୪ ବର୍ଷ ବୟସରେ ସ୍କୁଲ୍ ପାଠପଢ଼ା ଶେଷ କରିବା ପୂର୍ବରୁ ଲାଲ୍ ବାହିନୀରେ ସାମିଲ୍ ହୋଇଥିଲେ ଅନସୂୟା । ନକ୍ସଲ କମାଣ୍ଡାଣ୍ଟ ସାଜି ଅନସୂୟାରୁ ସୀଥକ୍କା ଭାବେ ପରିଚିତ ହୋଇଥିଲେ । ଏହା ପରେ ଜେଲ୍ ଯାଇ ୧୯୯୭ରେ ମାଓବାଦର ରାସ୍ତା ଛାଡ଼ି ଦେଇଥିଲେ ।

ତେବେ ଅନସୂୟାଙ୍କ ଜୀବନରେ ୨୦୦୪ ମସିହାରେ ଆସିଥିଲା ବଡ଼ ପରିବର୍ତ୍ତନ । ନକ୍ସଲବାଦର ରାସ୍ତା ଛାଡ଼ି ସମାଜର ମୁଖ୍ୟ ସ୍ରୋତରେ ସାମିଲ୍ ହୋଇଥିବା ଦନସାରୀ ଅନସୂୟା ରାଜନୀତିକୁ ଆସିଥିଲେ । ତେଲୁଗୁ ଦେସମ ପାର୍ଟିରେ ଯୋଗ ଦେବା ସହ ଏବେର ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ଥ ରେଡ୍ଡୀଙ୍କୁ ଭେଟିଥିଲେ । ସେବେଠୁ ଦୁହିଁଙ୍କ ସମ୍ପର୍କ ନିବିଡ଼ ହୋଇଥିଲା । ଅନସୂୟାଙ୍କୁ ଭଉଣୀ ସମ୍ବୋଧନ କରୁଥିଲେ ରେବନ୍ଥ ।

ମୁଲୁଗୁ ବିଧାନସଭା ଆସନରୁ ୩ଥର ନିର୍ବାଚନ ଜିତିଛନ୍ତି ଅନସୂୟା । ପ୍ରଥମେ ୨୦୦୯ରେ ଟିଡିପି ଟିକେଟରେ ନିର୍ବାଚିତ ହୋଇଥିଲେ । ୨୦୧୭ରେ କଂଗ୍ରେସରେ ଯୋଗ ଦେବା ପରେ ୨୦୧୮ ଓ ୨୦୨୩ରେ ମୁଲୁଗୁ ଆସନରୁ ପୁଣି ଥରେ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି ।

ବନ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ଏବଂ ମହାମାରୀ କୋଭିଡ୍ ସମୟରେ ଅନସୂୟା ରାଜ୍ୟର ଆଦିବାସୀ ବହୁଳ ଅଞ୍ଚଳର ଲୋକଙ୍କ ମସିହା ସାଜିଥିଲେ । ପାହାଡ଼ିଆ ଓ ଅପହଞ୍ଚ ରାସ୍ତାରେ ଶତାଧିକ କିଲୋମିଟର ଚାଲି ଚାଲି ସେବା ଯୋଗାଇଥିଲେ । ଯାହା ତାଙ୍କୁ ପ୍ରଶଂସିତ କରିବା ସହ ଲୋକଙ୍କ ଆଶୀର୍ବାଦ ଦେଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.