ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ପେନଫୁଲ୍‌ ସାବ୍ୟସ୍ତ ହୋଇପାରେ ପେନକିଲର ! ‘ମେଫଟାଲ୍‌’କୁ ନେଇ ସତର୍କତା ଜାରି କଲେ ସରକାର

ନୂଆଦିଲ୍ଲୀ: ମୁଣ୍ଡବ୍ୟଥା, ମାଂସପେଶୀ ଯନ୍ତ୍ରଣା, ଆଣ୍ଠୁଗଣ୍ଠି ଯନ୍ତ୍ରଣା ଲାଗି ବ୍ୟବହୃତ ହେଉଥିବା ପେନକିଲର ମେଫଟାଲ ଶରୀରରେ ବିପରୀତ ପ୍ରତିକ୍ରିୟା ଦେଖାଇପାରେ । ମେଫଟାଲର ସାଇଡ ଇଫେକ୍ଟ(ପାର୍ଶ୍ବ ପ୍ରତିକ୍ରିୟା) ଥିବା ନେଇ ସତର୍କତା ଜାରି କରିଛନ୍ତି ସରକାର । ମେଫାଟଲରେ ଥିବା ମେଫେନାମିକ୍‌ ଏସିଡ୍‌ ଶରୀର ପ୍ରତି କ୍ଷତିକାରକ ସାବ୍ୟସ୍ତ ହୋଇପାରେ । ଏପରିକି ମହିଳାଙ୍କ ମାସିକ ଋତୁସ୍ରାବଜନିତ ଯନ୍ତ୍ରଣା ସମୟରେ ବି ଏହି ପେନକିଲର ମହିଳାମାନେ ଖାଉଥିବାରୁ ଏହାକୁ ନେଇ ଚିନ୍ତା ବୃଦ୍ଧି ପାଇଛି । ସାରା ଭାରତରେ ମେଫଟାଲର ବ୍ୟାପକ ବ୍ୟବହାର ହେଉଥିବା ବେଳେ ଡାକ୍ତରମାନେ ବି ଅଧିକାଂଶ ସମୟରେ ରୋଗୀଙ୍କ ଲାଗି ଏହାକୁ ପ୍ରେସକ୍ରାଇବ କରୁଛନ୍ତି । 

ସେପଟେ ମେଫଟାଲ ବ୍ରାଣ୍ଡରେ ପେନକିଲର ମେଫେନାମିକ ଏସିଡ ବିକ୍ରି ହେଉଥିବାରୁ ଉଦବେଗ ପ୍ରକାଶ କରିଛି ଇଣ୍ଡିଆନ ଫାର୍ମାକୋପିଆ କମିଶନ ବା ଆଇପିସି । ତେଣୁ ଡାକ୍ତର ଓ ରୋଗୀଙ୍କ ଲାଗି ଆଇପିସି ଜାରି କରିଛି ଡ୍ରଗ ସେଫଟି ଆଲର୍ଟ ।ବିଭିନ୍ନ ଔଷଧର ପାର୍ଶ୍ବ ପ୍ରତିକ୍ରିୟା ସମ୍ପର୍କରେ ଅନୁଧ୍ୟାନ କରୁଥିବା ଫାର୍ମକୋଭିଜିଲାନ୍ସ ପ୍ରୋଗ୍ରାମ ଅଫ ଇଣ୍ଡିଆ ବା ପିଭିପିଆଇ ପକ୍ଷରୁ କୁହାଯାଇଛି ଯେ, ଏହି ପେନକିଲରକୁ ୨ରୁ ୮ ସପ୍ତାହ ବ୍ୟବହାର କରିବା ପରେ ଚର୍ମ ରୋଗ, ଜ୍ବର ସମେତ ଅନ୍ୟ ପାର୍ଶ୍ବ ପ୍ରତିକ୍ରିୟା ଦେଖିବାକୁ ମିଳିପାରେ ।

ଅନ୍ୟପଟେ ଯେଉଁମାନେ ଏହି ପେନକିଲର ବ୍ୟବହାର କରୁଛନ୍ତି ସେମାନଙ୍କ ଶରୀରରେ ଯଦି କୌଣସି ପାର୍ଶ୍ବ ପ୍ରତିକ୍ରିୟା ଦେଖାଯାଉଛି ତେବେ ସେମାନେ ଏନେଇ ପିଭିପିଆଇକୁ ଜଣାଇପାରିବେ । ଏଥିପାଇଁ ହେଲ୍ପ ଲାଇନ ନମ୍ବର ୧୮୦୦-୧୮୦-୩୦୨୪ ଜାରି ହୋଇଛି । ତେବେ ବିନା ପ୍ରେସକ୍ରିପସନରେ ମେଫଟାଲ ବିକ୍ରି ହେଉ ନଥିଲେ ମଧ୍ୟ ଏହାକୁ ଲୋକେ ବ୍ୟାପକ ଭାବେ ବ୍ୟବହାର କରିଥାନ୍ତି । ଏଥିପ୍ରତି ସାବଧାନ ରହିବାକୁ ମଧ୍ୟ ପରାମର୍ଶ ଦେଇଛି ଇଣ୍ଡିଆନ ଫାର୍ମାକୋପିଆ କମିଶନ ବା ଆଇପିସି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.