କଟକ,୧୦/୧୧: ଓଡ଼ିଆ ଭାଷା ଷାଣ୍ମାସିକ ପରୀକ୍ଷା ଏବଂ ଓଡ଼ିଆ ଏକକ ଭାଷା ପରୀକ୍ଷା ଆସନ୍ତା୧୫ ତାରିଖରେ ହେବ । ପରୀକ୍ଷାର୍ଥୀମାନେ ମଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ)ର ୱେବ୍ସାଇଟ୍ରୁ ଆଡମିଟ୍ କାର୍ଡ ଡାଉନ୍ଲୋଡ କରି ପାଇପାରିବେ ବୋଲି ସୂଚନା ଦିଆଯାଇଛି ।
୨୯୭ ଜଣ ପରୀକ୍ଷାର୍ଥୀ ଓଡ଼ିଆ ଭାଷା ଷାଣ୍ମାସିକ ପରୀକ୍ଷା ଦେଉଥିବା ବେଳେ ୩ ହଜାର ୪୯୪ ଜଣ ଏକକ ପରୀକ୍ଷା ଦେଉଥିବା ବୋର୍ଡ ସୂତ୍ରରୁ ସୂଚନା ମିଳିଛି । ଦୁଇଟିଯାକ ପରୀକ୍ଷା ଦୁଇଟି ସିଟିଂରେ ହେବ । ପରୀକ୍ଷା ଲାଗି ବୋର୍ଡ ପକ୍ଷରୁ ରାଜ୍ୟରେ ୨୩ଟି ପରୀକ୍ଷା କେନ୍ଦ୍ର କରାଯାଇଛି ।
ଓଡ଼ିଆ ଭାଷା ଷାଣ୍ମାସିକ ପରୀକ୍ଷା ଆସନ୍ତା ୧୫ ତାରିଖ ସକାଳ ୮ଟାରୁ ୯ଟା ପର୍ଯ୍ୟନ୍ତ ହେବ । ସେହିପରି ମୌଖିକ ପରୀକ୍ଷା ସକାଳ ୧୦ଟାରୁ ଆରମ୍ଭ ହେବ । ଏକକ ପରୀକ୍ଷା ସକାଳ ୮ ଟାରୁ ଆରମ୍ଭ ହୋଇ ସାଢ଼େ ୧୦ଟା ପର୍ଯ୍ୟନ୍ତ ଚାଲିବ ।