ପ୍ରମୁଖ ଖବର
  • କେନ୍ଦ୍ରାପଡ଼ା ରସାବଳିକୁ ମିଳିଲା ଜିଆଇ ଟ୍ୟାଗ୍ ମାନ୍ୟତା , ୧୩ ଡିସେମ୍ୱର ୨୦୨୧ରେ ହୋଇଥିଲା ଆବେଦନ
  • ||
  • ସ୍ବିଡେନ୍‌: ପଦାର୍ଥ ବିଜ୍ଞାନରେ ୩ ଜଣଙ୍କୁ ନୋବେଲ ପୁରସ୍କାର
  • ||
  • ନୂଆଦିଲ୍ଲୀ: ଭୂକମ୍ପରେ ଥରିଲା ଦିଲ୍ଲୀରୁ ଉତ୍ତରାଖଣ୍ଡ, କେନ୍ଦ୍ରସ୍ଥଳ ନେପାଳ
  • ||
  • ବାଙ୍କୀ : ମହାନଦୀ ବ୍ରିଜ୍‌ରେ ଝୁଲୁଛି ବସ୍, ସମସ୍ତ ଯାତ୍ରୀ ସୁରକ୍ଷିତ ଭାବେ ଉଦ୍ଧାର
  • ||
  • ଭୁବନେଶ୍ଵର : ଲୋକସେବା ଭବନରେ ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ
  • ||
  • କରଞ୍ଜିଆ : ଭୁଜାଲି ମାଡ଼ରେ ମହିଳା ଗୁରୁତର, ଡାକ୍ତରଖାନାରେ ଭର୍ତ୍ତି
  • ||
  • ଶ୍ରୀନଗର : ରାଜୌରୀ କାଲାକୋଟ ଆରାରେ ଗୁଳିବିନିମୟ, ୯ ପାରା କମାଣ୍ଡୋ ୟୁନିଟର ୩ ଯବାନ ଆହତ
  • ||
  • ସୁନ୍ଦରଗଡ଼ : ମାଟି କାନ୍ଥ ଭୁଶୁଡ଼ି ଜଣେ ମୃତ
  • ||
  • ବାଲିଗୁଡ଼ା : ବିସ୍କୁଟ ଗୋଦାମରେ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ
  • ||

ଏଣିକି ହେଲ୍‌ମେଟ୍‌ ପିନ୍ଧି ନ ଥିଲେ ଆଉ ମିଳିବନି ତ୍ରାହି, ଫଟୋ ଉଠାଇ ପଠାଇଦେବେ ଲୋକେ: ଜରିମାନା ଆଦାୟ କରିବ ପରିବହନ ବିଭାଗ

କଟକ,୧୬/୦୯: ହେଲମେଟ୍‌ ନପିନ୍ଧି ଗାଡ଼ି ଚଳାଉଥିବା ବ୍ୟକ୍ତିବିଶେଷ ଆଉ ଖସିପାରିବେ ନାହିଁ ।  କେବଳ ଟ୍ରାଫିକ୍‌ ପୁଲିସ ନୁହେଁ, ଜନସାଧାରଣ  ବି ଏଭଳି ଟ୍ରାଫିକ୍‌ ଉଲ୍ଲଂଘନକାରୀଙ୍କୁ ସାବାଡ୍‌  କରିପାରିବେ । ଯଦି କୌଣସି ଗାଡ଼ିଚାଳକ ହେଲ୍‌ମେଟ୍‌ ନ ପିନ୍ଧି ଯାଉଥିବେ, ତା’ର ଫଟୋ ଅବା ଭିଡିଓ  ଉତ୍ତୋଳନ କରି ଯେକୌଣସି ବ୍ୟକ୍ତି ‘ସିଟିଜେନ୍‌  ସେଣ୍ଟିନେଲ୍‌ସ୍‌’ ନାମକ ପୋର୍ଟାଲରେ ଅପ୍‌ଲୋଡ୍‌ କରିପାରିବେ। କିନ୍ତୁ ଫଟୋ ଉଠାଇବା ବେଳେ ଗାଡ଼ିର  ନମ୍ବର ସ୍ପଷ୍ଟ ଦିଶୁଥିବା ଜରୁରି । ଏହି ଫଟୋ ଆଧାରରେ  ପରିବହନ ବିଭାଗ ପକ୍ଷରୁ ସମ୍ପୃକ୍ତ ଗାଡ଼ି ଚାଳକଙ୍କ  ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ସହ  ଜରିମାନା ଆଦାୟ କରାଯିବ ବୋଲି ରାଜ୍ୟ ପରିବହନ  ପ୍ରାଧିକରଣ (ଏସ୍‌ଟିଏ) ପକ୍ଷରୁ ସୂଚନା ଦିଆଯାଇଛି । ଆଗକୁ ଅନ୍ୟାନ୍ୟ ଟ୍ରାଫିକ୍‌ ଉଲ୍ଲଂଘନ ଅର୍ଥାତ୍‌ ତିନିଜଣିଆ  ଡ୍ରାଇଭିଂ, ଦ୍ରୁତଗତିରେ ଗାଡ଼ି ଚାଳନା,ବିନା ସିଟ୍‌  ବେଲ୍‌ଟରେ କାର୍‌ ଚାଳନା ଆଦି ଘଟଣାକୁ ମଧ୍ୟ ଏଥିରେ  ଯୋଡ଼ାଯିବ ବୋଲି ଏସ୍‌ଟିଏ ପକ୍ଷରୁ କୁହାଯାଇଛି । 

ସୂଚନା ଅନୁଯାୟୀ, ୨୦୨୨ରେ ଯେତିକି ସଡ଼କ  ଦୁର୍ଘଟଣା ହୋଇଥିଲା ସେଥିରେ ୩୪ ପ୍ରତିଶତ ପ୍ରାଣ  ହରାଇଥିବା ବ୍ୟକ୍ତି ହେଉଛନ୍ତି ଦୁଇଚକିଆ ଗାଡ଼ି  ଆରୋହୀ । ବିନା ହେଲ୍‌ମେଟ୍‌ରେ ଗାଡ଼ି ଚଳାଇବା  କାରଣରୁ ମୋଟ୍‌ ୧୬୯୫ ଜଣ ଲୋକ ପ୍ରାଣ ହରାଇଛନ୍ତି  ଏବଂ ୨୬୧୫ ଜଣ ଆହତ ହୋଇଛନ୍ତି । ତେଣୁ  ହେଲ୍‌ମେଟ୍‌ ପିନ୍ଧିବା ନିୟମକୁ ଅଧିକ କଠୋର କରିବା  ପାଇଁ ଜନସାଧାରଣଙ୍କୁ ଏଥିରେ ସାମିଲ କରାଯାଉଛି  ବୋଲି ଏସ୍‌ଟିଏ ଅତିରିକ୍ତ କମିସନର ଲାଲମୋହନ  ସେଠୀ ସୂଚନା ଦେଇଛନ୍ତି । 

ତାଙ୍କ କହିବା ଅନୁସାରେ,  ଯେଉଁମାନେ ବିନା ହେଲ୍‌ମେଟ୍‌ରେ ଗାଡ଼ି ଚଳାଉଛନ୍ତି  ସେମାନଙ୍କ ଉପରେ ନଜର ରଖିବା କେବଳ ଟ୍ରାଫିକ୍‌ ପୁଲିସ ଅବା ପରିବହନ କର୍ମଚାରୀମାନଙ୍କ ପାଇଁ ସହଜ  ହେଉନାହିଁ । ତେଣୁ ଏଥିରେ ସାଧାରଣ ନାଗରିକଙ୍କ  ସହଯୋଗ ନିହାତି ଆବଶ୍ୟକ। ନିରନ୍ତର କାର୍ଯ୍ୟାନୁଷ୍ଠାନ  କାରଣରୁ ସହରରେ ପ୍ରାୟ ଲୋକ ହେଲ୍‌ମେଟ୍‌  ବ୍ୟବହାର କରୁଛନ୍ତି । ବିଶେଷ କରି ଯେଉଁଠି  ଟ୍ରାଫିକ୍‌ ପୋଷ୍ଟ ଅଛି ସେଠାରେ ଲୋକେ ସଚେତନ  ହୋଇ ହେଲ୍‌ମେଟ୍‌ ପିନ୍ଧି ଯାଉଛନ୍ତି । କିନ୍ତୁ ଯେଉଁଠି  କାର୍ଯ୍ୟାନୁଷ୍ଠାନ ଭୟ ନାହିଁ ଅର୍ଥାତ୍‌ ଜାତୀୟ ରାଜପଥ ଏବଂ ଗ୍ରାମାଞ୍ଚଳ ରାସ୍ତାରେ ପ୍ରାୟ ଅଧିକାଂଶ ଦୁଇଚକିଆ  ଗାଡ଼ି ଚାଳକ ହେଲମେଟ୍‌ ପିନ୍ଧୁନାହାନ୍ତି । 

ଏମିତିକି  ପିଲିଅନ୍‌ ଆରୋହୀ ବା ଗାଡ଼ି ପଛରେ ବସୁଥିବା  ଲୋକଙ୍କ ପାଇଁ ହେଲମେଟ ପିନ୍ଧିବା ବାଧ୍ୟତାମୂଳକ  କରାଯାଇଛି । କିନ୍ତୁ ସହରରେ ବି ବହୁତ୍‌ କମ୍‌ ପିଲିଅନ୍‌  ଆରୋହୀ ହେଲ୍‌ମେଟ୍‌ ପିନ୍ଧୁଛନ୍ତି । ଫଳରେ ବିନା  ହେଲ୍‌ମେଟ୍‌ରେ ଗାଡ଼ି ଚଳାଉଥିବା ଚାଳକଙ୍କର ଦୁର୍ଘଟଣାରେ ମୃତ୍ୟୁ ଘଟୁଛି । ତେଣୁ ନୂଆ ବ୍ୟବସ୍ଥାରେ  ଜନସାଧାରଣ ହାତରେ କାର୍ଯ୍ୟାନୁଷ୍ଠାନ କ୍ଷମତା  ଦିଆଯାଉଛି । ପୋର୍ଟାଲ ସହ ସାଧାରଣ ନାଗରିକ  ଯୋଡ଼ିହେବା ଦ୍ୱାରା ହେଲ୍‌ମେଟ୍‌ ପିନ୍ଧିବା ନିଶ୍ଚିନ୍ତ ଭାବେ  ବଢ଼ିବ ବୋଲି ଶ୍ରୀ ସେଠୀ ଆଶାବ୍ୟକ୍ତ କରିଛନ୍ତି ।

Copyright © 2022 - Summa Real Media Private Limited. All Rights Reserved.