ପ୍ରମୁଖ ଖବର
  • କେନ୍ଦ୍ରାପଡ଼ା ରସାବଳିକୁ ମିଳିଲା ଜିଆଇ ଟ୍ୟାଗ୍ ମାନ୍ୟତା , ୧୩ ଡିସେମ୍ୱର ୨୦୨୧ରେ ହୋଇଥିଲା ଆବେଦନ
  • ||
  • ସ୍ବିଡେନ୍‌: ପଦାର୍ଥ ବିଜ୍ଞାନରେ ୩ ଜଣଙ୍କୁ ନୋବେଲ ପୁରସ୍କାର
  • ||
  • ନୂଆଦିଲ୍ଲୀ: ଭୂକମ୍ପରେ ଥରିଲା ଦିଲ୍ଲୀରୁ ଉତ୍ତରାଖଣ୍ଡ, କେନ୍ଦ୍ରସ୍ଥଳ ନେପାଳ
  • ||
  • ବାଙ୍କୀ : ମହାନଦୀ ବ୍ରିଜ୍‌ରେ ଝୁଲୁଛି ବସ୍, ସମସ୍ତ ଯାତ୍ରୀ ସୁରକ୍ଷିତ ଭାବେ ଉଦ୍ଧାର
  • ||
  • ଭୁବନେଶ୍ଵର : ଲୋକସେବା ଭବନରେ ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ
  • ||
  • କରଞ୍ଜିଆ : ଭୁଜାଲି ମାଡ଼ରେ ମହିଳା ଗୁରୁତର, ଡାକ୍ତରଖାନାରେ ଭର୍ତ୍ତି
  • ||
  • ଶ୍ରୀନଗର : ରାଜୌରୀ କାଲାକୋଟ ଆରାରେ ଗୁଳିବିନିମୟ, ୯ ପାରା କମାଣ୍ଡୋ ୟୁନିଟର ୩ ଯବାନ ଆହତ
  • ||
  • ସୁନ୍ଦରଗଡ଼ : ମାଟି କାନ୍ଥ ଭୁଶୁଡ଼ି ଜଣେ ମୃତ
  • ||
  • ବାଲିଗୁଡ଼ା : ବିସ୍କୁଟ ଗୋଦାମରେ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ
  • ||

‘ଇସ୍ରୋ’ ବୈଜ୍ଞାନିକ ଏନ୍‌ ବାଲାର୍ମାତିଙ୍କ ଦେହାନ୍ତ: ‘ଚନ୍ଦ୍ରଯାନ-୩’ ଲଞ୍ଚ୍‌ ବେଳେ କରିଥିଲେ ‘କାଉଣ୍ଟଡାଉନ୍‌’ ଘୋଷଣା

ନୂଆଦିଲ୍ଲୀ,୪।୯: ଲକ୍ଷାଧିକ କିଲୋମିଟର ପର୍ଯ୍ୟନ୍ତ ଯାତ୍ରା କରି ଚନ୍ଦ୍ରରେ ପହଞ୍ଚିଛି ଚନ୍ଦ୍ରଯାନ-୩। ହେଲେ ଏହି ମିଶନ୍‌ର ଜଣେ ବୈଜ୍ଞାନିକଙ୍କର ହୋଇଛି ପରଲୋକ। ଚନ୍ଦ୍ରଯାନ-୩ର କାଉଣ୍ଟ ଡାଉନ୍  କରିଥିବା ଏନ୍‌. ବାଲାର୍ମାତିଙ୍କ ଶନିବାର ସନ୍ଧ୍ୟାରେ ହୃଦଘାତରେ ପରଲୋକ ହୋଇଛି। ଉଲ୍ଲେଖନୀୟ ଯେ, ରକେଟ ଫାୟାର କରିବାର ପୂର୍ବରୁ ଓଲଟା ଗଣତିକୁ କାଉଣ୍ଟ ଡାଉନ୍ କୁହାଯାଏ।

ତାମିଲନାଡୁର ଆରିୟାଲୁର  ଏନ୍‌.ବାଲାର୍ମାତିଙ୍କ ଚେନ୍ନାଇରେ‌ ମୃତ୍ୟୁ ହୋଇଛି। ଇସ୍ରୋ ପିଆରଓର  ସୂଚନା ଅନୁସାରେ, ବାଲାର୍ମାତି ସତୀଶ ଧବନ ମହାକାଶ କେନ୍ଦ୍ର ରେଞ୍ଜ ଅପରେସନ୍ ପୋଗ୍ରାମ୍‌ର ଅଂଶ ଥିଲେ। ସେ ଭାରତର ପ୍ରଥମ ରାଡାର ଇମେଜିଂ ସାଟେଲାଇଟ୍‌ RISAT-1 ର ପ୍ରୋଜେକ୍ଟ ଡାଇରେକ୍ଟର ମଧ୍ୟ ରହି ସାରିଛନ୍ତି।  ୧୯୫୯ରେ ତାମିଲନାଡୁର ଅରିୟାଲୁରରେ ଜନ୍ମିତା ବାଲାର୍ମାତି ୧୯୮୪ ମସିହାରେ ‘ଇସ୍ରୋ’ରେ ଯୋଗ ଦେଇଥିଲେ। ‘କାଉଣ୍ଟ୍‌ଡାଉନ୍‌’ ଘୋଷଣା ସମୟରେ ତାଙ୍କର ନିଆରା କଣ୍ଠସ୍ବର ପାଇଁ ସେ ଖୁବ୍  ପରିଚିତ ଥିଲେ। 

ପୂର୍ବତନ ରାଷ୍ଟ୍ରପତି ଅବ୍‌ଦୁଲ୍‌ କଲାମ୍‌ଙ୍କ ନାମରେ ନାମିତ ପୁରସ୍କାର ସେ ୨୦୧୫ରେ ପ୍ରଥମ କରି ପାଇଥିଲେ। ତାଙ୍କ ମୃତ୍ୟୁରେ  ‘ଇସ୍ରୋ’ର ଅନ୍ୟତମ ପୂର୍ବତନ ନିର୍ଦେଶକ ଡକ୍ଟର୍‌ ପି. ଭି. ବେଙ୍କିଟକୃଷ୍ଣ ଶୋକବ୍ୟକ୍ତ କରିଛନ୍ତି। ସେ ‘ଏକ୍ସ୍‌’ରେ ଲେଖିଛନ୍ତି: ଶ୍ରୀହରିକୋଟାରୁ ‘ଇସ୍ରୋ’ର ଆଗାମୀ ଅଭିଯାନର ‘କାଉଣ୍ଟ୍‌ଡାଉନ୍‌’ ଲାଗି ବାଲାର୍ମାତି ମାଡାମ୍‌ଙ୍କ କଣ୍ଠସ୍ବର ନ ଥିବ। ଚନ୍ଦ୍ରଯାନ-୩ ଥିଲା ତାଙ୍କର ଅନ୍ତିମ ‘କାଉଣ୍ଟ୍‌ଡାଉନ୍‌’ ଘୋଷଣା। ଅପ୍ରତ୍ୟାଶିତ ମୃତ୍ୟୁ। ଭାରି ଦୁଃଖ ଲାଗୁଛି। ପ୍ରଣାମ!

Chandrayaan-3
ISRO

Copyright © 2022 - Summa Real Media Private Limited. All Rights Reserved.