ପ୍ରମୁଖ ଖବର
  • ରାଜକୋଟ: ଶେଷ ଦିନିକିଆରେ ଅଷ୍ଟ୍ରେଲିଆ ବିଜୟୀ, ୨-୧ରେ ସିରିଜ୍‌ ଜିତିଲା ଭାରତ
  • ||
  • ନାରାୟଣପାଟଣା : କେସେଲା ଘାଟିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୩ମୃତ
  • ||
  • ନୂଆଦିଲ୍ଲୀ: ଅରବିନ୍ଦ କେଜ୍ରିୱାଲଙ୍କ ବାସଭବନ ନବୀକରଣ ମାମଲାର ସିବିଆଇ ତଦନ୍ତ ପାଇଁ ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶ
  • ||
  • ରାଜକୋଟ: ରନ୍‌ ବର୍ଷା କଲା ଅଷ୍ଟ୍ରେଲିଆ ଟିମ୍‌, ଭାରତ ଆଗରେ ୩୫୩ ରନ୍‌ର ବିଜୟ ଲକ୍ଷ୍ୟ
  • ||
  • ଇମ୍ଫାଲ୍: ମଣିପୁର ପୁଣି ଅଶାନ୍ତ, ରାଜ୍ୟର ୧୯ ଥାନାକୁ ଛାଡ଼ି ସବୁ ଅଶାନ୍ତ ଅଞ୍ଚଳ ଘୋଷଣା, ଇଣ୍ଟରନେଟ୍ ବନ୍ଦ
  • ||
  • ଇରାକ: ବିବାହ ଉତ୍ସବରେ ଭୟାବହ ଅଗ୍ନିକାଣ୍ଡ, ବର-କନ୍ୟାଙ୍କ ସମେତ ଜଳିଗଲେ ୧୦୦ ଲୋକ
  • ||
  • ଚନ୍ଦାହାଣ୍ଡି : ଘାଟିରେ ଓଲଟିଲା ସ୍କୁଲ୍ ବସ୍, ପିଇଟି ଶିକ୍ଷକ ମୃତ, ୨୦ରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀ ଆହତ
  • ||
  • ମାଲକାନଗିରି : ଅକ୍ଟୋବର ୨ରେ ମାଲକାନଗିରି ଯିବେ ମୁଖ୍ୟମନ୍ତ୍ରୀ, ଲକ୍ଷ୍ମୀ ବସ୍ ଯୋଜନାର କରିବେ ଶୁଭାରମ୍ଭ
  • ||

ମହିଳାଙ୍କୁ ୨୫୦୦ଟଙ୍କା , ୫୦୦ରେ ସିଲିଣ୍ଡର ; ତେଲେଙ୍ଗାନାରେ ସୋନିଆଙ୍କ ୬ ଗ୍ୟାରେଣ୍ଟି

ହାଇଦ୍ରାବାଦ- କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ରବିବାର ତେଲେଙ୍ଗାନାରେ ଜନସଭାକୁ ସମ୍ୱୋଧିତ କରିଛନ୍ତି। ଏହି ସମୟରେ ସେ କହିଛନ୍ତି ତାଙ୍କର ସ୍ୱପ୍ନ ରହିଛି ରାଜ୍ୟରେ ତାଙ୍କର ପାର୍ଟି ସରକାର ଗଠନ କରୁ ,ଯିଏକି ସମାଜର ସବୁ ଶ୍ରେଣୀର ଲୋକଙ୍କ ପାଇଁ କାମ କରିବ। ହାଇଦ୍ରାବାଦ ନିକଟ ତୁକ୍କୁଗୁଡ଼ାରେ ଜନସଭାକୁ ସମ୍ୱୋଧିତ କରି ସୋନିଆ କହିଛନ୍ତି , ଆମେ ୬ଟି ଗ୍ୟାରେଣ୍ଟି ଘୋଷଣା କରୁଛୁ ଏବଂ ଏହାକୁ ମଧ୍ୟ ପୂରଣ କରିବାକୁ ପ୍ରତିଶ୍ରୁତିବଦ୍ଧ। ସେ ମହାଲକ୍ଷ୍ମୀ ଯୋଜନାର ଗ୍ୟାରେଣ୍ଟର ଘୋଷଣା କରିଛନ୍ତି। ଏହି ଅନୁସାରେ, କଂଗ୍ରେସର ସରକାର ଗଠନ ପରେ ତେଲେଙ୍ଗାନାର ମହିଳାଙ୍କୁ ୨୫୦୦-୨୫୦୦ ହଜାର ଟଙ୍କା ପ୍ରତିମାସରେ ଆର୍ଥିକ ସାହାଯ୍ୟ କରାଯିବ। 

ସୋନିଆ ଗାନ୍ଧୀ ୫୦୦ ଟଙ୍କାରେ ଗ୍ୟାସ ସିଲିଣ୍ଡର ଓ ରାଜ୍ୟ ପରିବହନ ନିଗମର ବସ୍‌ରେ ମହିଳାଙ୍କ ପାଇଁ ମାଗଣାରେ ଯାତ୍ରା ମଧ୍ୟ ଘୋଷଣା କରିଥିଲେ। ସେ କହିଛନ୍ତି ମୋ ସ୍ୱପ୍ନ ଯେ ତେଲେଙ୍ଗାନାରେ କଂଗ୍ରେସର ସରକାର ଗଠନ ହେଉ , ଯିଏକି ସବୁ ଶ୍ରେଣୀର ଲୋକଙ୍କ ପାଇଁ କାମ କରିବ। ସୋନିଆ ଗାନ୍ଧୀ ଲୋକଙ୍କୁ କଂଗ୍ରେସ ପକ୍ଷରେ ଭୋଟ ଦେବାକୁ ଅପିଲ କରିଛନ୍ତି। ସେପଟେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ମଧ୍ୟ ହାଇଦ୍ରାବାଦ ଜନସଭାକୁ ସମ୍ୱୋଧିତ କରି ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାଓଙ୍କ ଉପରେ ଟାର୍ଗେଟ କରିଥିଲେ। ସେ କହିଥିଲେ କି, ବିରୋଧିଙ୍କର ପ୍ରତି ନେତାଙ୍କ ଉପରେ କୌଣସି ନା କୌଣସି ମାମଲା ରହିଛି । 

ଇଡି , ସିବିଆଇ , ଆୟକର ବିଭାଗ ସବୁ ବିପକ୍ଷ ନେତାଙ୍କ ପଛରେ ପଡ଼ିଛନ୍ତି , କିନ୍ତୁ  ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ କୌଣସି କେସ୍‌ ନାହି , ଏଆଇଏମଆଇଏମର ନେତାଙ୍କ ବିରୋଧରେ କୌଣସି କେସ୍‌ ନାହିଁ।

Copyright © 2022 - Summa Real Media Private Limited. All Rights Reserved.