ପ୍ରମୁଖ ଖବର
  • ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶର ୩ ଖେଳାଳିଙ୍କୁ ଚୀନ୍ ଦେଲାନି ଏସିଆନ୍ ଗେମ୍ସରେ ଏଣ୍ଟ୍ରି
  • ||
  • କଟକ: କଣ୍ଠଶିଳ୍ପୀ ଶାନ୍ତିଲତା ବାରିକ ଗୁରୁତର, ଘରୋଇ ହସ୍ପିଟାଲରେ ଭର୍ତ୍ତି
  • ||
  • ଏବେ ସୁଦ୍ଧା ବାତ୍ୟା ସୂଚନା ନାହିଁଁ, ଅକ୍ଟୋବର ପ୍ରଥମ ସପ୍ତାହରେ ଲଘୁଚାପ ସମ୍ଭାବନା:IMD ଡିଜି
  • ||
  • ରିଆମାଳ: ସାତକିଆରୀ ଡ୍ୟାମ୍‌ର ହ୍ୟୁମ ପାଇପ୍‌ରୁ ବାହାରୁଛି ଅସହ୍ୟ ଦୁର୍ଗନ୍ଧ, ପଚା ଶବ ଥିବା ସନ୍ଦେହ
  • ||
  • ଚଣ୍ଡୀଗଡ଼: ଟସ୍ ଜିତି ଭାରତ ବୋଲିଂ ନିଷ୍ପତ୍ତି, ବ୍ୟାଟିଂ କରିବ ଅଷ୍ଟ୍ରେଲିଆ
  • ||
  • ଭୁବନେଶ୍ୱର: ରାଜଧାନୀରେ ଗର୍ଜିଲେ ଆଙ୍ଗନବାଡ଼ି ଦିନ, ୧୦ ଦଫା ଦାବି ନେଇ ଆନ୍ଦୋଳନ
  • ||
  • କଟକ: ଭିଜିଲାନ୍ସ ଜାଲରେ ଜିଆର୍‌ଏସ୍ ଯଦୁମଣି ମାଝୀ, ୪ହଜାର ଲାଞ୍ଚ ନେଉଥିବା ବେଳେ ମାଡ଼ି ବସିଲା ଟିମ୍
  • ||
  • ପୁରୀ: ୨୪ରୁ ଗଡ଼ିବ ପୁରୀ-ରାଉରକେଲା ବନ୍ଦେ ଭାରତ, କଟକ ଦେଇ ଚାଲିବ ଟ୍ରେନ୍‌
  • ||
  • ଭୁବନେଶ୍ୱର; ଓଡ଼ିଶାର ପ୍ରଥମ ମହିଳା ବାଚସ୍ପତି ଭାବେ ଶପଥ ନେଲେ ପ୍ରମିଳା ମଲ୍ଲିକ
  • ||
  • ଭୁବନେଶ୍ୱର: ମାୟାବିନୀ ଇରାନୀର ହନିଟ୍ରାପ୍‌ ମାମଲା: ବାପିର ରିମାଣ୍ଡ ସରିଲା, ଏଥର ଇରାନୀ ପାଳି, ବ୍ୟାଙ୍କ ଆକାଉଣ୍ଟ ତଥ୍ୟ ମାଗିଲା ପୁଲିସ
  • ||
  • ସୁନ୍ଦରଗଡ଼ : ସୁନ୍ଦରଗଡ଼ରୁ ପୁଣି ୫ ସ୍କ୍ରବ୍ ଟାଇଫସ୍ ଆକ୍ରାନ୍ତ ଚିହ୍ନଟ, ୨୧୧ରେ ପହଞ୍ଚିଲା ପଜିଟିଭ୍ ସଂଖ୍ୟା
  • ||
  • କଣାସ : ଡ଼ଙ୍ଗା ନେଇ ଚିଲିକାକୁ ଯିବାବେଳେ ଅଘଟଣ, ମତ୍ସ୍ୟଜୀବୀ ନିଖୋଜ
  • ||
  • ଚନ୍ଦ୍ରର ଦକ୍ଷିଣ ମେରୁରେ ଉଇଁଲା ସୂର୍ଯ୍ୟ: ଆଜି ବିକ୍ରମ, ପ୍ରଜ୍ଞାନର ନିଦ ଭାଙ୍ଗିବ !ଯୋଗାଯୋଗ ପାଇଁ ଚେଷ୍ଟା କରିବ ଇସ୍ରୋ
  • ||
  • ଭୁବନେଶ୍ୱର:ଆଜିଠୁ ବିଧାନସଭା ଅଧିବେଶନ, ଅକ୍ଟୋବର ୪ ପର୍ଯ୍ୟନ୍ତ ଚାଲିବ: ପ୍ରଥମ ଦିନରେ ଆସିବ ଅତିରିକ୍ତ ବଜେଟ୍
  • ||
  • ଭୁବନେଶ୍ୱର: ଅକ୍ଟୋବର ପ୍ରଥମ ସପ୍ତାହରେ ବାତ୍ୟା! ଓଡ଼ିଶା-ଆନ୍ଧ୍ର ଉପକୂଳ ମୁହାଁଇପାରେ, ଆଣିପାରେ ପ୍ରବଳ ବର୍ଷା
  • ||

ଗୋଟିଏ କ୍ଲିକ୍‌ରେ ମିଳିବ ସୁପ୍ରିମକୋର୍ଟ ତଥ୍ୟ, ନ୍ୟାସନାଲ ଜୁଡିସିଆଲ ଡାଟା ଗ୍ରୀଡ୍‌ରେ ଉପଲବ୍ଧ ହେବ

ନୂଆଦିଲ୍ଲୀ, ୧୫।୯: ସୁପ୍ରିମକୋର୍ଟ ଖୁବ୍‌ଶୀଘ୍ର ନ୍ୟାସନାଲ ଜୁଡିସିଆଲ ଡାଟା ଗ୍ରୀଡ୍‌(ଏନ୍‌ଜେଡିଜି) ସହ ଯୋଡ଼ିହେବ ବୋଲି ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଜଷ୍ଟିସ୍‌ ଡି.ୱାଇ ଚନ୍ଦ୍ରଚୂଡ଼ ଗୁରୁବାର ଘୋଷଣା କରିଛନ୍ତି । ଏହାଦ୍ୱାରା ସୁପ୍ରିମକୋର୍ଟରେ ପଡ଼ିରହିଥିବା ମାମଲା ବାବଦରେ ରିଅଲ ଟାଇମ୍‌ ତଥ୍ୟ ଅନ୍‌ଲାଇନ ଉପଲବ୍ଧ ହୋଇପାରିବ । ସିଜେଆଇ ଏହି ଘୋଷଣା ପରେ ଆଜିର ଦିନକୁ ଐତିହାସିକ ବୋଲି କହିଛନ୍ତି । ଏନ୍‌ଜେଡିଜି ଏକ ନିଆରା ପ୍ଲାଟଫର୍ମ ଯାହା ନ୍ୟାସନାଲ ଇକୋନୋମିକ୍‌ ସେଣ୍ଟର(ଏନ୍‌ଆଇସି) ଏବଂ ସୁପ୍ରିମକୋର୍ଟଙ୍କ ଇନ୍‌-ହାଉସ୍‌ ଟିମ୍‌ ବିକଶିତ କରିଛନ୍ତି । ଏନ୍‌ଜେଡିଜିରେ ତଥ୍ୟ ଅପ୍‌ଲୋଡ୍‌ ହେବା ଦ୍ୱାରା ନ୍ୟାୟିକ ବ୍ୟବସ୍ଥାରେ ସ୍ୱଚ୍ଛତା ତଥା ପାରଦର୍ଶିତା ଆସିବ ବୋଲି ସିଜେଆଇ ଚନ୍ଦ୍ରଚୂଡ଼ କହିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଥିପାଇଁ ସୁପ୍ରିମକୋର୍ଟ ଏବଂ ସିଜେଆଇଙ୍କୁ ପ୍ରଶଂସା କରିଛନ୍ତି । ଏକ୍ସ ପୋଷ୍ଟରେ ମୋଦି କହିଛନ୍ତି, ସୁପ୍ରିମକୋର୍ଟ ଏବଂ ସିଜେଆଇଙ୍କ ଏହି ପଦକ୍ଷେପ ବେଶ୍‌ ପ୍ରଶଂସନୀୟ । ଟେକ୍ନୋଲୋଜିର ବ୍ୟବହାର ଦ୍ୱାରା ପାରଦର୍ଶିତା ବଢ଼ିବ ଏବଂ ନ୍ୟାୟିକ ବ୍ୟବସ୍ଥା ଅଧିକ ମଜଭୁତ କରିବ । 

ସିଜେଆଇ ଚନ୍ଦ୍ରଚୂଡ଼ କହିଛନ୍ତି, ଏବେ କେବଳ ଗୋଟିଏ କ୍ଲିକ୍‌ରେ ସୁପ୍ରିମକୋର୍ଟରେ ବର୍ଷ ଅନୁସାରେ ପଡ଼ିରହିଥିବା ମାମଲା ଏବଂ ଏହାର ଶୁଣାଣି ବାବଦ ତଥ୍ୟ ଜାଣିହେବ । ଏହାବାଦ୍‌ ଦୀର୍ଘଦିନରୁ ପଞ୍ଜିକୃତ- ଅଣପଞ୍ଜିକୃତ ମାମଲା ଏବଂ କେରାମ ଅନୁସାରେ ନିର୍ଦ୍ଧାରିତ ହୋଇଥିବା ମାମଲା ସଂଖ୍ୟା ମଧ୍ୟ ଜାଣିହେବ । ଏହି ଅବସରରେ ସିଜେଆଇ କୋର୍ଟରୁମ୍‌ରେ ସୁପ୍ରିମକୋର୍ଟ ଡାଟାକୁ ଏନ୍‌ଜେଡିଜି ୱେବ୍‌ପେଜ୍‌ ଏବଂ ଗ୍ରାଫ୍‌ରେ ପ୍ରଦର୍ଶିତ କରିଥିଲେ । ଏକାଥରେ ଏହି ୱେବ୍‌ପେଜ୍‌ରେ ଚଳିତ ବର୍ଷର ଦେୱାନୀ ଏବଂ ଫୌଜଦାରୀ ମାମଲା, ପଞ୍ଜିକୃତ ଓ ଅଣପଞ୍ଜିକୃତ ମାମଲା ସଂଖ୍ୟା ଦେଖିବାକୁ ମିଳିଥିଲା । ପ୍ରକାଶଥାଉ କି, ଏନ୍‌ଜେଡିଜି ହେଉଛି ଏକ ଅନ୍‌ଲାଇନ୍‌ ପୋର୍ଟାଲ । ଏଥିରେ ୧୮,୭୩୫ ଜିଲ୍ଲା କୋର୍ଟ, ନିମ୍ନ ଅଦାଲତ ଏବଂ ହାଇକୋର୍ଟଙ୍କ ଆଦେଶ, ନିଷ୍ପତ୍ତି, ରାୟ ସହ ମାମଲା ବାବଦ ସମସ୍ତ ସୂଚନା ଅପ୍‌ଲୋଡ୍‌ କରାଯାଇଥାଏ । ଏହାକୁ ଇ-କୋର୍ଟ ପ୍ରୋଜେକ୍ଟରେ ବିକଶିତ କରାଯାଇଥିଲା ।

judicial data grid
Supreme Court
PrameyaOdia

Copyright © 2022 - Summa Real Media Private Limited. All Rights Reserved.