ପ୍ରମୁଖ ଖବର
  • ରାଜକୋଟ: ଶେଷ ଦିନିକିଆରେ ଅଷ୍ଟ୍ରେଲିଆ ବିଜୟୀ, ୨-୧ରେ ସିରିଜ୍‌ ଜିତିଲା ଭାରତ
  • ||
  • ନାରାୟଣପାଟଣା : କେସେଲା ଘାଟିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୩ମୃତ
  • ||
  • ନୂଆଦିଲ୍ଲୀ: ଅରବିନ୍ଦ କେଜ୍ରିୱାଲଙ୍କ ବାସଭବନ ନବୀକରଣ ମାମଲାର ସିବିଆଇ ତଦନ୍ତ ପାଇଁ ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶ
  • ||
  • ରାଜକୋଟ: ରନ୍‌ ବର୍ଷା କଲା ଅଷ୍ଟ୍ରେଲିଆ ଟିମ୍‌, ଭାରତ ଆଗରେ ୩୫୩ ରନ୍‌ର ବିଜୟ ଲକ୍ଷ୍ୟ
  • ||
  • ଇମ୍ଫାଲ୍: ମଣିପୁର ପୁଣି ଅଶାନ୍ତ, ରାଜ୍ୟର ୧୯ ଥାନାକୁ ଛାଡ଼ି ସବୁ ଅଶାନ୍ତ ଅଞ୍ଚଳ ଘୋଷଣା, ଇଣ୍ଟରନେଟ୍ ବନ୍ଦ
  • ||
  • ଇରାକ: ବିବାହ ଉତ୍ସବରେ ଭୟାବହ ଅଗ୍ନିକାଣ୍ଡ, ବର-କନ୍ୟାଙ୍କ ସମେତ ଜଳିଗଲେ ୧୦୦ ଲୋକ
  • ||
  • ଚନ୍ଦାହାଣ୍ଡି : ଘାଟିରେ ଓଲଟିଲା ସ୍କୁଲ୍ ବସ୍, ପିଇଟି ଶିକ୍ଷକ ମୃତ, ୨୦ରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀ ଆହତ
  • ||
  • ମାଲକାନଗିରି : ଅକ୍ଟୋବର ୨ରେ ମାଲକାନଗିରି ଯିବେ ମୁଖ୍ୟମନ୍ତ୍ରୀ, ଲକ୍ଷ୍ମୀ ବସ୍ ଯୋଜନାର କରିବେ ଶୁଭାରମ୍ଭ
  • ||

ଓକିଲଙ୍କ ଉପରେ ଜରିମାନା ଲଗାଇଲେ ସୁପ୍ରିମକୋର୍ଟ, ଜୁନିଅରଙ୍କୁ ଏପରି ତାଲିମ ଦେଉଛ ?

ନୂଆଦିଲ୍ଲୀ, ୧୫।୯: ଜଣେ ବରିଷ୍ଠ ଓକିଲ ତାଙ୍କ ସ୍ଥାନରେ ଜଣେ ଅଣତାଲିମପ୍ରାପ୍ତ ଆଡ୍‌ଭୋକେଟଙ୍କୁ ସୁପ୍ରିମକୋର୍ଟକୁ ପଠାଇବା ଥିବାରୁ ଗୁରୁବାର ସର୍ବୋଚ୍ଚ ଅଦାଲତ କ୍ଷୁବ୍ଧ ହୋଇଛନ୍ତି । ଏଥିସହ ସମ୍ପୃକ୍ତ ବରିଷ୍ଠ ଓକିଲଙ୍କ ଉପରେ ୨ ହଜାର ଟଙ୍କା ଜରିମାନା ଲଗାଇଛନ୍ତି । ଭାରତର ପ୍ରଧାନ ବିଚାରପତି(ସିଜେଆଇ) ଜଷ୍ଟିସ୍‌ ଡି.ୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ୩ ଜଣିଆ ବିଚାରପତିଙ୍କ ଖଣ୍ଡପୀଠ ଏକ ମାମଲାର ଶୁଣାଣି ଆରମ୍ଭ କରିବା କ୍ଷଣି ଜୁନିୟର ଆଡ୍‌ଭୋକେଟ ଜଣକ ହାଜର ହୋଇ କହିଥିଲେ ଯେ, ମାମଲାର ଓକିଲ ଅନୁପସ୍ଥିତ ଅଛନ୍ତି । ତେଣୁ ଶୁଣାଣିକୁ ସ୍ଥଗିତ କରାଯାଉ । ଏହା ଶୁଣି ଖଣ୍ଡପୀଠ କ୍ଷୁବ୍ଧ ହୋଇଥିଲେ । 

କିନ୍ତୁ, ଏପରି ମାମଲାର ଶୁଣାଣି ସ୍ଥଗିତ ରଖାଯାଇପାରିବ ନାହିଁ ବୋଲି କହି ନିଜ ଯୁକ୍ତି ରଖିବାକୁ ଖଣ୍ଡପୀଠ କନିଷ୍ଠ ଓକିଲ ଜଣଙ୍କୁ କହିଥିଲେ । ହେଲେ ଓକିଲ ଜଣକ ଘାବରେଇ ଯାଇ କହିଥିଲେ ଯେ, ତାଙ୍କୁ ମାମଲାର ବିବରଣୀ ବାବଦରେ କିଛି ଜଣାନାହିଁ । ଖଣ୍ଡପୀଠରେ ଥିବା ଜଷ୍ଟିସ୍‌ ପି.ଏସ୍‌ ନରସିହ୍ମା କହିଥିଲେ ଯେ, ମାମଲାର ବିବରଣୀ ବାବଦରେ ନ ଜାଣି ସେ କିପରି ସୁପ୍ରିମକୋର୍ଟରେ ହାଜର ହେଲେ । ସିଜେଆଇ ମଧ୍ୟ ଏଥିରେ ଗଭୀର ଅସନ୍ତୋଷ ବ୍ୟକ୍ତ କରିଥିଲେ । ଅଦାଲତକୁ କେହି ଏପରି ହାଲ୍‌କା ଭାବେ ନେଇପାରିବେ ନାହିଁ ସେ ବୋଲି କହିଥିଲେ । ସମ୍ପୃକ୍ତ ଓକିଲଙ୍କୁ ଅନ୍‌ ରେକର୍ଡ ଉପସ୍ଥିତ ହେବାକୁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ । ପରେ ବରିଷ୍ଠ ଓକିଲ ଜଣକ ସୁପ୍ରିମକୋର୍ଟରେ ହାଜର ହୋଇଥିଲେ । ଜୁନିଅର ଓକିଲଙ୍କୁ କ’ଣ ଏପରି ତାଲିମ୍‌ ଦିଆଯାଉଛି ବୋଲି ସିଜେଆଇ ପ୍ରଶ୍ନ କରିଥିଲେ । ବିନା ପ୍ରସ୍ତୁତିରେ କୌଣସି ଓକିଲଙ୍କୁ କିପରି ଅଦାଲତକୁ ପଠାଇପାରିଲ ବୋଲି ମଧ୍ୟ ତାଙ୍କୁ ପଚାରିଥିଲେ । ପରେ ବରିଷ୍ଠ ଓକିଲ ଜଣକ ସୁପ୍ରିମକୋର୍ଟରେ କ୍ଷମା ମାଗିଥିଲେ । ତେବେ ବରିଷ୍ଠ ଓକିଲଙ୍କ ଉପରେ ସିଜେଆଇ ୨ ହଜାର ଟଙ୍କା ଜରିମାନା ଲଗାଇଛନ୍ତି । ସୁପ୍ରିମକୋର୍ଟ ବାର୍‌ ଆସୋସିଏସନରେ ଜରିମାନା ପଇଠ କରିବାର ପ୍ରମାଣ ଭାବେ ଏହାର ରସିଦ୍‌ ଜମା କରିବାକୁ ମଧ୍ୟ ନିର୍ଦ୍ଦେଶ ରହିଛି ।

Supreme Court

Copyright © 2022 - Summa Real Media Private Limited. All Rights Reserved.