ନୂଆଦିଲ୍ଲୀ : ଭାରତୀୟ ରେଲୱେ ଗତ କିଛି ବର୍ଷ ହେଲା ବନ୍ଦେ ଭାରତ ଟ୍ରେନ୍ ଉପରେ ଖୁବ୍ ଫୋକସ ପକାଇଛି। ଗୋଟିଏ ପରେ ଗୋଟିଏ ନୂଆ ରୁଟ୍ ଉପରେ ବନ୍ଦେ ଭାରତ ଟ୍ରେନ୍ର ଲଞ୍ଚିଂ କରାଯାଉଛି। ଏବେ ଭାରତୀୟ ରେଲୱେର ଯାତ୍ରୀଙ୍କ ପାଇଁ ବଡ଼ ଖୁସି ଖବର ଆସିଛି। ଆଉ ଏକ ନୂଆ ରୁଟ୍ରେ ବନ୍ଦେ ଭାରତ ଟ୍ରେନ୍ ଚାଲିବାକୁ ଯାଉଛି। ଏହି ଟ୍ରେନ୍ କର୍ଣ୍ଣାଟକର ବେଲଗାଭି-ପୁନେ ମଧ୍ୟରେ ଚାଲିବ। ଏଥିପାଇଁ କେନ୍ଦ୍ର ସରକାର ମଞ୍ଜରୀ ବି କରି ସାରିଛନ୍ତି। ରାଜ୍ୟସଭା ସାଂସଦ ଓ ବିଜେପି ନେତା ଇରନ୍ନା କଡାଡୀ ଏହି ସୂଚନା ଦେଇଛନ୍ତି।
ନୂଆ ରୁଟ୍ରେ ଚାଲୁଥିବା ବନ୍ଦେ ଭାରତକୁ ନେଇ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କଡାଡୀଙ୍କୁ ଚିଠି ଲେଖି ରେଳ ମନ୍ତ୍ରାଳୟର ଏଥିନେଇ ନିଷ୍ପତ୍ତି ବିଷୟରେ ସୂଚନା ଦେଇଛନ୍ତି। ହେଲେ ବେଲଗାଭି- ପୁଣେ ମଧ୍ୟରେ ବନ୍ଦେ ଭାରତ କେବେ ଆରମ୍ଭ ହେବ ଏହାର ତାରିଖ ଘୋଷଣା କରାଯାଇ ନାହିଁ।
କୁହାଯାଉଛି କି, ଏହି ଟ୍ରେନ୍ର ଆରମ୍ଭ ହେବାରେ ଯାତ୍ରୀ କମ୍ ସମୟରେ ନିଜର ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ସହ ଟ୍ରେଡ୍ ଓ ଟୁରୁଜିମ୍ରୁ ମଧ୍ୟ ବୃଦ୍ଧି କରାଇବାରେ ସହାୟକ ହେବ। କହି ରଖୁଛୁ କି , ଗତ ବର୍ଷ ଡିସେମ୍ୱରର ଶେଷରେ ପିଏମ୍ ମୋଦି ୫ଟି ବନ୍ଦେ ଭାରତ ଟ୍ରେନକୁ ସବୁଜ ପତାକା ଦେଖାଇ ଥିଲେ। ଅଯୋଧ୍ୟାରୁ ଆରମ୍ଭ ହୋଇଥିବା ଏହି ଟ୍ରେନ୍ ଏବେ ବିଭିନ୍ନ ରିଟ୍ରେ ଚାଲିବାକୁ ଆରମ୍ଭ କରିଛି।
ଏହା ପୂର୍ବରୁ ରେଳମନ୍ତ୍ରୀ ଅଶ୍ୱନୀ ବୈଷ୍ଣବ ବୁଧବାର କହିଛନ୍ତି କି, ବନ୍ଦେ ଭାରତ ରେଳଗାଡ଼ିଙ୍କ ସଂଖ୍ୟା ବୃଦ୍ଧି କରି ୮୨ଟି କରିଦିଆ ଯାଇଛି ଏବଂ ନୂଆ ଦିଲ୍ଲୀ-ମୁମ୍ୱାଇ ତଥା ନୂଆ ଦିଲ୍ଲୀ-ହାୱଡ଼ା ରେଳପଥରେ ଏହି ଟ୍ରେନ୍ର ଗତି ୧୬୦ କିଲୋମିଟର ପ୍ରତି ଘଣ୍ଟା ଯାଏ ବଢାଇବାର କାମ ଚାଲିଛି।
ମୁଖ୍ୟମନ୍ତ୍ରୀ କେନାଲ ଲାଇନିଂ ଯୋଜନା ଅଧିନରେ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ମାନଙ୍କରେ ମୋଟ ୧ ହଜାର ୨ଶହ ୬୭ କିଲୋମିଟର କେନାଲ ଲାଇନିଂ କାର୍ଯ୍ୟ ସମାପ୍ତ ପାଇଁ ମୋଟ ୨ହଜାର ୩୨ କୋଟି ଟଙ୍କା ଅନୁମୋଦନ ହୋଇଛି। ୨୦୨୪-୨୫ ଆର୍ଥିକ ବର୍ଷରେ ଏହି ଯୋଜନା ପାଇଁ ୪୨୫ କୋଟି ଟଙ୍କାର ବ୍ୟୟ ବରାଦ ପ୍ରସ୍ତାବିତ ହୋଇଛି। ପୁରାତନ ସେଚ ପ୍ରକଳ୍ପ ଗୁଡ଼ିକର ଆଧୁନିକୀକରଣ ତଥା କେନାଲ ପୁନରୁଦ୍ଧାର ପାଇଁ ନବକୃଷ୍ଣ ଚୌଧୁରୀ ସେଚ ଉନ୍ନୟନ ଯୋଜନାରେ ୨୦୨୪-୨୫ ଆର୍ଥିକ ବର୍ଷରେ ୨୪୦ କୋଟି ଟଙ୍କାର ପ୍ରସ୍ତାବ ରହିଛି ।
ମୁଖ୍ୟମନ୍ତ୍ରୀ ବାତ୍ୟା ପ୍ରତିରୋଧି ଲୁଣି ବନ୍ଧ ପ୍ରକଳ୍ପ ଅଧିନରେ ବାଲେଶ୍ୱର , ଭଦ୍ରକ , କେନ୍ଦ୍ରାପଡ଼ା ଓ ପୁରୀ ଜିଲ୍ଲାରେ ମୋଟ ୧୯୪ କିଲୋମିଟର ଲୁଣି ବନ୍ଧ ସୁଦୃଢ ପାଇଁ ୭୬୩ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି।