ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

୬ ଭାଗ ହେବ ବିଏମ୍‌ସି: ଖୋଲିବ ଆଉ ୩ ଜୋନ୍‌ ଅଫିସ୍‌, ୮ ପଞ୍ଚାୟତ ମହାନଗର ନିଗମରେ ସାମିଲ ହେବେ

ଭୁବନେଶ୍ୱର,୧୬/୦୪: ବିଏମ୍‌ସି ଜୋନ୍‌  ଅଫିସ ସଂଖା ବଢ଼ିବ । ଆଉ ୩ଟି ନୂଆ ଜୋନ୍‌  ଅଫିସ୍‌ ଖୋଲିବାକୁ ଯାଉଛି । ଜନ ସଂଖ୍ୟାକୁ  ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି । ଅଫିସ  ନିର୍ମାଣ ପାଇଁ ବିଏମ୍‌ସି ପକ୍ଷରୁ ସାଧାରଣ ପ୍ରଶାସନ  ବିଭାଗକୁ ଜାଗା ଦେବାକୁ ଚିଠି କରାଯାଇଛି । ଏହା  ସହ ବିଏମ୍‌ସି ଲାଗି ଥିବା ୮ ପଞ୍ଚାୟତ ମହାନଗର  ନିଗମରେ ସାମିଲ ହେବେ । 

ବିଏମ୍‌ସିରେ ବର୍ତ୍ତମାନ ୬୭ ୱାର୍ଡ ରହିଛି ।  ୩ଟି ଜୋନ୍‌ ତଥା ଦକ୍ଷିଣ-ପୂର୍ବ, ଦକ୍ଷିଣ-ପଶ୍ଚିଓ  ଓ ଉତ୍ତର ଜୋନ୍‌ରେ ପ୍ରାୟ ୧୫ ଲକ୍ଷରୁ ଅଧିକ ଲୋକେ ରହୁଛନ୍ତି । ଲୋକଙ୍କୁ ଉନ୍ନତ ମାନର  ସେବା ଯୋଗାଇ ଦେବାକୁ ବିଏମ୍‌ସି ପକ୍ଷରୁ ଆଉ  ୩ ଅତିରିକ୍ତ ଜୋନ୍‌ ଅଫିସ ଖୋଲିବ ।  

ଦକ୍ଷିଣ-ପୂର୍ବ ଜୋନ୍‌ରେ ୨୫ ୱାର୍ଡ ରହିଛି ।  ଏଥିରେ ୧୨ଟି ଏକାମ୍ର ଏବଂ ୧୩ଟି ମଧ୍ୟ ନିର୍ବାଚନ  ମଣ୍ଡଳୀର ୱାର୍ଡ ରହିଛି । ଏହି ଦୁଇ ନିର୍ବାଚନ  ମଣ୍ଡଳୀ ୱାର୍ଡକୁ ଅଲଗା କରାଯିବ । ଗୋଟିଏ  ଜୋନ୍‌ରେ ମଧ୍ୟର ୨୮, ୨୯, ୩୦, ୩୧, ୩୨,  ୩୩, ୩୪, ୩୫, ୩୬, ୪୦, ୪୧, ୪୨, ୪  ୱାର୍ଡ ରହିବ । ସେହିପରି ଏକାମ୍ର ୪୪, ୪୫,  ୫୩, ୫୪, ୫୫, ୫୬, ୫୭, ୫୮, ୫୯, ୬୦,  ୬୧, ଓ ୬୭ ନମ୍ବର ୱାର୍ଡ ରହିବ ।  

ଉତ୍ତର ଜୋନ୍‌କୁ ଦୁଇ ଭାଗ କରିବ ଜୟଦେବ  ବିହାର ନନ୍ଦନକାନନ ରାସ୍ତା । ଲେଫ୍ଟ ପାରାଲାଲ  ରୋଡ ପାଖରେ ରହିବ ସାଲିଆ ସାହିର ୪ ୱାର୍ଡ  ୧୬, ୨୦, ୨୧, ୨୬ ଏହା ସହ ୨୭ , ୧୩,  ୧୪, ୧୮, ୬, ୭, ଏବଂ ୧ ନମ୍ବର ୱାର୍ଡ । ଦୁଇ  ନମ୍ବର ୱାର୍ଡର କିଛି ୱାର୍ଡ ବି ରହିବ । ସେହିପରି  ରାସ୍ତାର ଅପରପାଶ୍ୱର୍ରେ ୩, ୪, ୯, ୧୦, ୧୧,  ୧୨, ୧୭ ଓ ୧୮ ନମ୍ବର ୱାର୍ଡ ରହିବ ।  ସେହିପରି ଦକ୍ଷିଣ ପଶ୍ଟିମ ଜୋନ୍‌ ଅଫିସକୁ  ନେଇ ବର୍ତ୍ତମାନ ସୁଦ୍ଧା ଭାଗ ଛିଣ୍ଡିନି । ଏହି ୱାର୍ଡରେ  ଉତ୍ତର, ମଧ୍ୟ, ଏକାମ୍ର ଓ ଜଟଣୀ ନିର୍ବାଚନ  ମଣ୍ଡଳୀର କିଛି ଅଂଶ ରହିଛି । ତେଣୁ ନେଇ ଏବେ  ଆଲୋଚନା ଚାଲିଛି । କର୍ପୋରେସନ ବୈଠକରେ  ପ୍ରସ୍ତାବ ପରେ ୬୭ ୱାର୍ଡ ଭିନ୍ନ ହେବେ ।  

ସେହିପରି ବିଏମ୍‌ସିକୁ ଲାଗି ଥିବା ପଞ୍ଚାୟତ  ତଥା ତମାଣ୍ଡୋ, ଗୋଠପାଟଣା, ଧଉଳି, ଲିଙ୍ଗିପୁର,  ବାସୁଆଘାଇ, ରଘୁନାଥପୁର ଭଳି ପଞ୍ଚାୟତ  ବିଏମ୍‌ସି ହାତକୁ ଆସିବ । ଏନେଇ ନିର୍ବାଚନ  ପରେ ପ୍ରକ୍ରିୟା ଆରମ୍ଭ ହେବ । ଜୋନ୍‌ ଅଫିସର  ନାମକରଣକୁ ନେଇ ମଧ୍ୟ ବୈଠକରେ ଆଲୋଚନା  ହୋଇଛି । ଏହା ସହ କାର୍ଯ୍ୟାଳୟ ପାଇଁ ୩ଟି ସ୍ଥାନକୁ  ବିଏମ୍‌ସି ପକ୍ଷରୁ ଚିହ୍ନଟ କରାଯାଇ ଜିଏକୁ ଚିଠି  ଦିଆଯାଇଛି। ଜିଏର ସବୁଜ ସଙ୍କେତ ମିଳିବା  ପରେ କାମ ଆରମ୍ଭ ହେବ । ଏନେଇ ଟେଣ୍ଡର  ମଧ୍ୟ ଚୂଡ଼ାନ୍ତ ହୋଇଛି ।  

ଗୋଟିଏ ଗୋଟିଏ ଅଫିସ ଉପରେ ୨୪ରୁ  ଅଧିକ ୱାର୍ଡ ରହୁଥିବାରୁ ଚାପ ପଡୁଥିଲା । ତେଣୁ  ଏହାକୁ ଅଲଗା କରିବାକୁ ବିଏମ୍‌ସି ନିଷ୍ପତ୍ତି ନେଇଛି । ଏହା ସହ ଆବଶ୍ୟକୀୟ କର୍ମଚାରୀ  ସଂଖ୍ୟା ମଧ୍ୟ ବଢିବ । ଜଣେ ଜଣେ ଅତିରିକ୍ତ  ଜୋନାଲ କମିଶନର ନିଯୁକ୍ତି ଦିଆଯିବ । 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.