ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ମଝି ଆକାଶରେ ଖସି ପଡ଼ିଲା ବିମାନର ଡୋର , ଅଳ୍ପକେ ବର୍ତ୍ତିଲେ ଛୋଟ ଶିଶୁ ! ଅନେକ ଯାତ୍ରୀଙ୍କ ଫୋନ୍‌ ଉଡ଼ିଗଲା

ନୂଆଦିଲ୍ଲୀ – ବୋଇଙ୍ଗର ସିଇଓ ଡେଭ୍‌ କାଲହୌନ୍ ଚଳିତ ବର୍ଷ ଶେଷ ସୁଦ୍ଧା ନିଜ ପଦ ଛାଡ଼ିବେ। କାଲହୌନଙ୍କ ଏହି ବିଦାୟୀ ସୁରକ୍ଷା ଘଟଣା ଓ ମାନ୍ୟୁଫ୍ୟାକ୍ଚରିଂରେ ତ୍ରୁଟି ଦେଖିବା ପରେ ସ୍ଥିର ହୋଇଛି। ଏହିପରି ଅନେକ ଘଟଣା ସାମନାକୁ ଆସିବା ପରେ ଡେଭ୍‌ କାଲହୌନ ଅନେକ ପ୍ରକାରର ଯାଞ୍ଚର ସାମନା ମଧ୍ୟ କରୁଛନ୍ତି। 

ଉଲ୍ଲେଖନୀୟ ଯେ, ଆମେରିକୀୟ ଏୟାରକ୍ରାଫ୍ଟ ମାନ୍ୟୁଫ୍ୟାକ୍ଚରର ଲଗାତାର ଦୁର୍ଘଟଣା ଯୋଗୁଁ ସଙ୍କଟର ସାମନା କରୁଛନ୍ତି । ବୋଇଙ୍ଗ ବୋର୍ଡର ଚେୟାରମ୍ୟାନ ଲୈରୀ କେଲନର ମଧ୍ୟ କମ୍ପାନୀକୁ କହିଛନ୍ତି କି, ଡେଭ୍‌ କାଲହୌନ ଆଉଥରେ ନିଜ ପଦରେ ରହି ପାରିବେ ନାହିଁ। ବୋଇଙ୍ଗ୍‌ ଏହା ମଧ୍ୟ ସୂଚନା ଦେଇଛି କି ଏହାର କର୍ମସିଆଲ ଫ୍ଲାଇଟ୍‌ ୟୁନିଟ୍‌ର ପ୍ରେସିଡେଣ୍ଟ ତଥା ସିଅଓ ଷ୍ଟେନ ଡିଲ୍‌ ମଧ୍ୟ କମ୍ପାନୀରୁ ରିଟାୟର ହେବେ ଏବଂ ତାଙ୍କ ସ୍ଥାନରେ ଷ୍ଟିଫେନୀ ପୋପ୍‌ ଆସିବେ । ବୋଇଙ୍ଗ୍‌ରେ ଏହି ସମୟରେ ଆମେରିକାର ଫେଡେରାଲ ବିମାନ ଚଳାଚଳ ପ୍ରଶାସନର ମଧ୍ୟ କଡ଼ା ଯାଞ୍ଚ ଜାରି ରହିଛି। 

ଉଲ୍ଲେଖନୀୟ ଯେ,୫ ଜାନୁୟାରୀରେ ଏକ ଭୟଙ୍କର ଘଟଣା ଘଟିଥିଲା। ପାଖାପାଖି ୧୬ହଜାର ଫୁଟର ଉଚ୍ଚତାରେ ୧୭୧ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଆଲାସ୍କା ଏୟାର ଲାଇନ୍ସର ମ୍ୟାକ୍ସ ୯ଟି ଜେଟ୍‌ରୁ, ଏକ ଡୋର୍‌ର ପ୍ଲଗ୍‌ ବିଚ୍ଛିନ୍ନ ହୋଇ ଯାଇ ଥିଲା। ବୋଇଙ୍ଗ୍‌ ୭୩୭-୯ ସିରିଜର ପ୍ଲେନ୍‌ର ଏମର୍ଜେନ୍ସି ଏଗଜିଟ୍‌ ଡୋରର ଆକାଶରେ ଉଡ଼ିବାର ଏହି ଘଟଣା ପ୍ରଥମେ କେବେ ଶୁଣିବାକୁ ମିଳି ନଥିଲା।

ଏୟାରଲାଇନ୍ସ ମୁତାବିକ ବିମାନରେ ୧୭୧ ପାସେଞ୍ଜର ଓ ୬ଜଣ କ୍ରୁ ସଦସ୍ୟ ବସିଥିଲେ। ଘଟଣା ସେତେବେଳେ ହୋଇଥିଲା ଯେବେ ବିମାନ ପୋର୍ଟଲ୍ୟାଣ୍ଡରୁ କାଲିଫର୍ଣ୍ଣିଆର ଓଣ୍ଟାରିୟୋ ଯାଉ ଥିଲା। ଡୋର୍‌ ଉଡ଼ି ଯିବାକୁ ସେହି ପାଖର ସିଟ୍‌ରେ ବସି ଥିବା ଜଣେ ପିଲାର ସାର୍ଟ ଫାଟି ଯାଇଥିଲା। କିଛି ଯାତ୍ରୀଙ୍କ ଫୋନ୍‌ ମଧ୍ୟ ପବନରେ ଉଡ଼ିଗଲା । ହେଲେ ସୌଭାଗ୍ୟର କଥା ଏହା କି ଛୋଟ ପିଲାଟିର ମାଆ ତାକୁ ବିମାନରୁ ବାହାରକୁ ପଡ଼ିବାରୁ ରକ୍ଷା କରି ନେଇ ଥିଲେ। ଏହାପରେ ବିମାନର ଏମର୍ଜେନ୍ସି ଲ୍ୟାଣ୍ଡିଂ କରାଯାଇ ଥିଲା । ସ୍ଥାନୀୟ ସମୟ ମୁତାବିକ ଏହି ଘଟଣା ପାଖାପାଖି ସନ୍ଧ୍ୟା ୫ଟାରେ ହୋଇଥିଲ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.