କଟକ,୩୦/୦୯: ରୋଗୀଙ୍କ ଜୀବନକୁ ବିପଦରେ ପକାଇଲା ରକ୍ତ ଦଲାଲ । ପ୍ୟାକେଟ ଉପରେ ନେଗେଟିଭ ଲେଖି ପଜେଟିଭ ପ୍ଲେଟଲେଟ୍ ଦେଲା ଦଲାଲ । ପାଞ୍ଚ ହଜାର ଟଙ୍କା ଠକି ଆର୍ଥିକ ଶୋଷଣରେ ଅଭିଯୁକ୍ତ ଗିରଫ । ଗିରଫ ଅଭିଯୁକ୍ତ ଅଜୟ ବାରିକ ନାମକ ଜଣେ ରକ୍ତ ଦଲାଲ ବୋଲି ଜଣାପଡ଼ିଛି । କଟକ ସହରରେ ଏଭଳି ଘଟଣା ଘଟିଛି ।
ସୂଚନା ମୁତାବକ, ରୋଗୀଙ୍କର ନେଗେଟିଭ ପ୍ଲେଟଲେଟ ଆବଶ୍ୟକ ଥିଲା । ହେଲେ ଅଜୟ ବାରିକ ପଜେଟିଭ ପ୍ଲେଟ ଲେଟ୍ ଆଣି ପ୍ୟାକେଟ ଉପରୁ ପଜେଟିଭ ଲିଭାଇ ନେଗେଟିଭ ଲେଖି ଦେଇଥିଲା । ପରେ ଏବିଷୟରେ ଜାଣିବା ପରେ ରୋଗୀଙ୍କ ପରିବାର ଅଜୟ ବାରିକଙ୍କ ନାଁରେ ଅଭିଯୋଗ କରିଥିଲେ । ସେଣ୍ଟ୍ରାଲ ରେଡ କ୍ରସ ରକ୍ତ ଭଣ୍ଡାରରୁ ଛଅ ୟୁନିଟ ବ୍ଲଡ଼ ପ୍ଲେଟ ଲେଟ୍ ଯୋଗାଇ ଦେବା ନାଁରେ ରୋଗୀଙ୍କ ସମ୍ପର୍କୀୟଙ୍କୁ ଆର୍ଥିକ ଶୋଷଣ ଅଭିଯୋଗରେ ଗିରଫ ହେଲା ଅଜୟ ବାରିକ । ଏହି ଅଭିଯୋଗରେ କଟକ ସଦର ଥାନା ପୋଲିସ ଅଭିଯୁକ୍ତକୁ ଗିରଫ କରିଛି । ରୋଗୀଙ୍କ ଠାରୁ ପାଞ୍ଚ ହଜାର ଟଙ୍କା ଠକି ନେଇଥିବା ଅତିରିକ୍ତ ଡିସିପି ଅନିଲ ମିଶ୍ରଙ୍କ ସୂଚନା ଦେଇଛନ୍ତି ।