ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

କର୍ଣ୍ଣାଟକ କଂଗ୍ରେସରେ ବିଦ୍ରୋହ: ୫ ବିଧାୟକଙ୍କ ଖୋଲା ଧମକ, କହିଲେ- ଆମେ ସେ ପରିବାରର କଥା ଶୁଣିପାରିବୁନି...

ନୂଆଦିଲ୍ଲୀ,୨୭।୩: ଆଗାମୀ ଲୋକସଭା ନିର୍ବାଚନ ପୂର୍ବରୁ କର୍ଣ୍ଣାଟକରେ କଂଗ୍ରେସ ପାଇଁ ସମସ୍ୟା ସୃଷ୍ଟି କରିବାର ଭଳି ଆସିଛି ଖବର। ପାର୍ଟିର ୫ ଜଣ ବିଧାୟକ(ବିଧାନସଭା ସଦସ୍ୟ) ଓ ଦୁଇ ଏମ୍‌ଏଲସି(ବିଧାନ ପରିଷଦ ସଦସ୍ୟ) ଟିକେଟ ବିବାଦକୁ ନେଇ ଇସ୍ତଫା ଦେବାର ଧମନ ଦେଇଛନ୍ତି। କୁହାଯାଉଛି ଯେ, ଏହି ମାମଲାରେ କୋଲାର ନିର୍ବାଚନ କ୍ଷେତ୍ରକୁ ନେଇ ରହିଛି। ମନ୍ତ୍ରୀ କେଏଚ୍ ମୁନ୍ନିୟପାଙ୍କ ଜଣେ ସମ୍ପର୍କୀୟକୁ କୋଲାର ନିର୍ବାଚନ କ୍ଷେତ୍ରରୁ ଟିକେଟ ଦେଇଛନ୍ତି। ଏବେ କିଛି କଂଗ୍ରେସ ବିଧାୟକ ଏହାକୁ  ବିରୋଧ କରୁଛନ୍ତି। ଇଣ୍ଡିଆ ଟୁଡେ ସହିତ ଆଲୋଚନାରେ, କର୍ଣ୍ଣାଟକର ଉଚ୍ଚଶିକ୍ଷା ମନ୍ତ୍ରୀ ଡକ୍ଟର ଏମ୍‌ସି ସୁଧାକର ଅନ୍ୟ ବିଧାୟକ କହିଛନ୍ତି, ସେମାନେ ଗୋଲାମ ହୋଇପାରିବେନି।’

ଏମସି ସୁଧାକର ମଧ୍ୟ ବିରୋଧ କରୁଥିବା ବିଧାୟକଙ୍କ ଭିତରେ ଅଛନ୍ତି। ସେ କହିଛନ୍ତି, ଆମେ (ମୁନିୟପ୍ପା) ପରିବାରର ଗୋଲାପ ହୋଇପାରିବୁନି।’ ସେ ଅଭିଯୋଗ କରିଛନ୍ତି, ପାର୍ଟି ପରିବାର ଭିତରେ ଟିକେଟ ବାଣ୍ଟୁଛନ୍ତି। ପରେ ସମାଚାର ଏଜେନ୍ସି ଏଏନ୍‌ଆଇ ସହ କଥା ହୋଇ ସୁଧାକର କହିଛନ୍ତି, ଆମେ ଚାହୁଁଛୁ ଯେ, ଦଳର ଅନ୍ୟ ଲୋକଙ୍କୁ ସୁଯୋଗ ମିଳୁ। ଆମେ ଆଜି ମୁଖ୍ୟମନ୍ତ୍ରୀ ସିଦ୍ଧରମେୟାଙ୍କ ସହ କଥା ହେବୁ। ଯେତେବେଳେ ସେ (ମୁନିୟପ୍ପା) ଏଠାରେ ଥିଲେ, ଆମକୁ ତାଙ୍କର କାର୍ଯ୍ୟଶୈଳି ପାଇଁ ସମସ୍ୟା ହେଉଥିଲା। ଆମେ କଠିନତା ସାମନା କରୁଛୁ। ନିର୍ବାଚନ କ୍ଷେତ୍ରରେ ଆମର ଧାରଣ ହେଉଛି ଯେ, ଅନୁସୂଚିତ ଜାତି ସମୁଦାୟର ପ୍ରତିନିଧିତ୍ବ କରାଯାଉ ନାହିଁ।’ ସେ କହିଛନ୍ତି, ଆମେ ଏହି ପରିବାର ବ୍ୟତୀତ ଅଲଗା କାହାକୁ ପ୍ରାର୍ଥୀ ଭାବରେ ଦେଖିବାକୁ ଚାହୁଁ।

ବିଧାୟକମାନେ ଅସନ୍ତୋଷ ପ୍ରକାଶ କରି ପାର୍ଟି ହାଇକମାଣ୍ଡଙ୍କୁ ବିଧାନସଭା ଅଧ୍ୟକ୍ଷଙ୍କୁ ଭେଟି ଓ ଇସ୍ତଫା ଦେବାର ଧମକ ଦେଇଛନ୍ତି। ସେ ଏହା ମଧ୍ୟ ଅଭିଯୋଗ କରିଛନ୍ତି ଯେ, ପାର୍ଟି ହାଇକମାଣ୍ଡ ତାଙ୍କର ଶୁଣିଥିଲେ, କିନ୍ତୁ ତାଙ୍କର ଦାବୀ ଉପରେ ଧ୍ୟାନ ଦେଇ ନାହାନ୍ତି। ଏହା ଭିତରେ ସାମ୍ବାଦିକଙ୍କ ସହିତ କଥା ହୋଇ ମୁନିୟପ୍ପା କହିଛନ୍ତି, ସେ ପାର୍ଟିର ନିଷ୍ପତ୍ତିକୁ ଗ୍ରହଣ କରିବେ। ସେ କହିଛନ୍ତି, ମୁଁ କଂଗ୍ରେସ ପାର୍ଟିର ନିଷ୍ପତ୍ତିର ପାଳନ କରିବି। ପାର୍ଟି ହାଇକମାଣ୍ଡଙ୍କୁ ନିଷ୍ପତ୍ତି ନେବାକୁ ଦିଆଯାଉ।’ ୨୧ ମାର୍ଚ୍ଚରେ କଂଗ୍ରେସ ଆଗାମୀ ଲୋକସଭା ନିର୍ବାଚନ ପାଇଁ କର୍ଣ୍ଣାଟକରେ ୧୭ ପ୍ରାର୍ଥୀଙ୍କୁ ନିଜର ଦ୍ବିତୀୟ ସୂଚୀ ଘୋଷଣା କରିଛି, ଯେଉଁଥିରେ ପାର୍ଟି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ  ଜ୍ବାଇଁ ଓ ୫ ଅନ୍ୟ ମନ୍ତ୍ରୀଙ୍କ ପିଲାଙ୍କ ନାଁ ରହିଛି। ପ୍ରଥମ ଲିଷ୍ଟ ୮ ମାର୍ଚ୍ଚରେ ଜାରି କରାଯାଇଥିଲା। କର୍ଣ୍ଣାଟକରେ ଦୁଇଟି ପର୍ଯ୍ୟାୟରେ ୨୬ ଅପ୍ରେଲ ଓ ୭ ମଇରେ ମତଦାନ ହେବ ।

  • General Election 2024
  • lok sabha election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.