ପ୍ରମୁଖ ଖବର
  • ଟାଙ୍ଗୀ: ୨୪ ଘଣ୍ଟା ପରେ ନିଖୋଜ ପ୍ରଫୁଲଙ୍କ ମୃତଦେହ କଲବଲିଆ ପୋଖରୀରୁ ଉଦ୍ଧାର| ହାତୀ ଆକ୍ରମଣରେ ମୃତ୍ୟୁ ଅଭିଯୋଗ
  • ||
  • କଟକ: ଆସିଲା ବହୁପ୍ରତୀକ୍ଷିତ ଶ୍ରୀମନ୍ଦିର ରତ୍ନଭଣ୍ଡାର ରାୟ, ହାଇ ପାୱାର କମିଟି ଗଠନ ପାଇଁ ସରକାରଙ୍କୁ ନିର୍ଦ୍ଦେଶ
  • ||
  • ଭୁବନେଶ୍ୱର: ଆଗ ପଛ ହୋଇ ଆସୁଛି ଲଘୁଚାପ, ପହିଲାରୁ ସପ୍ତାହେ ବର୍ଷିବ
  • ||
  • ଗଞ୍ଜାମ: ପୂ୍ର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ, ୨୪ ଘଣ୍ଟାରେ ଗଡିଲା ଦୁଇ ମଣ୍ଡ
  • ||
  • ଭୁବନେଶ୍ବର: ରାଜଧାନୀରେ ଚାଞ୍ଚଲ୍ୟ, ମାତିଛନ୍ତି ମୁଖା ପିନ୍ଧା ଲୁଟେରା
  • ||
  • ରାୟଗଡ଼ା: ଭିଜିଲାନ୍ସ ଜାଲରେ ପିଏଚଡି କାର୍ଯ୍ୟାଳୟ ଏଷ୍ଟିମେଟର, ଲାଞ୍ଚ ନେବା ବେଳେ ଧରା ପଡ଼ିଲେ
  • ||
  • ଆନନ୍ଦପୁର: ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ୩ ମୃତ
  • ||
  • ନୂଆଦିଲ୍ଲୀ: ପାକିସ୍ତାନରେ ବିସ୍ଫୋରଣ, ୧୩ ମୃତ, ୭୦ ଆହତ
  • ||
  • କାଲିମେଳା: ଓଲଟିଲା ପାଣି ପାଇପ୍ ବୋଝେଇ ଟ୍ରେଲର, ଡ୍ରାଇଭର୍ ଆହତ
  • ||
  • ଏସିଆନ୍ ଗେମ୍ସରେ ଭାରତକୁ ଅଷ୍ଟମ ସ୍ବର୍ଣ୍ଣ, ମହିଳା ୧୦ ମିଟର ଏୟାର ରାୟଫଲ ଟିମ୍ ଇଭେଣ୍ଟରେ ଗୋଲ୍ଡ ମେଡାଲ
  • ||
  • ପୁରୀ: ଆଜି ବଡ଼ଦେଉଳରେ ଇନ୍ଦ୍ର ଗୋବିନ୍ଦ ବନ୍ଦାପନା ନୀତି
  • ||
  • ବିଶ୍ୱକପ୍‌ ପାଇଁ ଉତ୍ସବମୁଖର ଭାରତ: ଗୋଟିଏ ସପ୍ତାହ ଅପେକ୍ଷା, ଆଜିଠୁ ଅଭ୍ୟାସ ମ୍ୟାଚ୍
  • ||
  • କଟକ: ଚୌଧୁରୀବଜାରରେ ଭୟାବହ ଅଗ୍ନିକାଣ୍ଡ, ଲୁଗା ଦୋକାନରେ ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି
  • ||
  • ଭୁବନେଶ୍ୱର:ଡେଙ୍ଗୁ ନେଲା ଆଉ ଏକ ମୁଣ୍ଡ, କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମହିଳାଙ୍କ ମୃତ୍ୟୁ
  • ||
  • ଏସିଆନ୍ ଗେମ୍ସରେ ଭାରତକୁ ସପ୍ତମ ସ୍ବର୍ଣ୍ଣ, ୫୦ ମିଟର ଏୟାର ରାଫଲ ଟିମ ଇଭେଣ୍ଟ ଗୋଲ୍ଡ ମେଡାଲ
  • ||
  • କାବେରୀ ନଦୀଜଳ ବିବାଦ: ତାମିଲନାଡୁକୁ ଅଧିକ ପାଣି ଛାଡିବା ନିଷ୍ପତ୍ତି ବିରୋଧ, ଆଜି କର୍ଣ୍ଣାଟକ ବନ୍ଦ
  • ||
  • ଭୁବନେଶ୍ୱର: ବିଶ୍ୱ ହୃତ୍‌ପିଣ୍ଡ ଦିବସ, ଏ ବର୍ଷର ଥିମ ‘ହୃତ୍‌ପିଣ୍ଡର ଉପଯୋଗ କର, ହୃତ୍‌ପିଣ୍ଡକୁ ଜାଣ ’
  • ||
  • ଯାଜପୁର: ଅଢ଼େଇ ବର୍ଷର ଝିଅ ସହ ବୈତରଣୀ ନଦୀକୁ ଡ଼େଇଁଲେ ବାପା, ୩୦ ଘଣ୍ଟା ପରେ ଉଦ୍ଧାର ଚନ୍ଦନଙ୍କ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର: ଶୁକ୍ରବାର ଲଘୁଚାପ ରୂପ ନେବ ଘୂର୍ଣ୍ଣିବଳୟ, ୨୦ଟି ଜିଲ୍ଲାକୁ ୟେଲୋ ଆଲର୍ଟ: ୧୩ରୁ ଫେରିଯିବ ମୌସୁମୀ
  • ||

୨୪ ନିର୍ବାଚନା ପାଇଁ ରଣନୀତି: ଅକ୍ଟୋବର ଶେଷ ସୁଦ୍ଧା କଂଗ୍ରେସର ନିର୍ବାଚନୀ ଇସ୍ତାହାର

ଭୁବନେଶ୍ୱର,୧୨/୦୯: ଅକ୍ଟୋବର ଶେଷ ସୁଦ୍ଧା କଂଗ୍ରେସର ନିର୍ବାଚନୀ ଇସ୍ତାହାର ପ୍ରସ୍ତୁତ ସରିବ। ତା’ପୂର୍ବରୁ କଂଗ୍ରେସ ଇସ୍ତାହାର କମିଟି ଲୋକ ପ୍ରତିନିଧି,  ସାଧାରଣ ଜନତା ଓ ନାଗରିକ ସମାଜ ପ୍ରତିନିଧିମାନଙ୍କ  ସହ ଆଲୋଚନା କରିବ । କଂଗ୍ରେସ ଜିତିଥିବା ରାଜ୍ୟର  ଜନ ହିତକର ଯୋଜନାଗୁଡିକୁ ବି ଇସ୍ତାହାରରେ ସାମିଲ କରାଯିବ ବୋଲି ସୂଚନା ମିଳିଛି ।

ଆଗାମୀ ସାଧାରଣ  ନିର୍ବାଚନ ପାଇଁ ପ୍ରଦେଶ କଂଗ୍ରେସ ନିର୍ବାଚନୀ ଇସ୍ତାହାର  କମିଟିର ଦ୍ୱିତୀୟ ବୈଠକରେ ଏହି ନିଷ୍ପତ୍ତି ହୋଇଛି ।  କମିଟି ଅଧ୍ୟକ୍ଷ ପଞ୍ଚାନନ କାନୁନଗୋଙ୍କ ସଭାପତିତ୍ୱରେ  କଂଗ୍ରେସ ଭବନରେ ଅନୁଷ୍ଠିତ ବୈଠକରେ ରାଜ୍ୟରେ  ଥିବା ବିଭିନ୍ନ ବିଷୟ ବିଷାରଦମାନଙ୍କ ସହ ଆଲୋଚନା  କରି ମତ ସଂଗ୍ରହ କରିବାକୁ କୁହାଯାଇଛି । ବିଭିନ୍ନ  ରାଜ୍ୟ କଂଗ୍ରେସ ଦ୍ୱାରା ପ୍ରସ୍ତୁତ ଇସ୍ତାହାର ଅଧ୍ୟୟନ  କରି ଦସ୍ତାବିଜ ପ୍ରସ୍ତୁତ କରାଯିବ ।

ଏ ସମସ୍ତ ପ୍ରକ୍ରିୟା  ଅକ୍ଟୋବର ଶେଷ ସୁଦ୍ଧା ଚୂଡ଼ାନ୍ତ କରିବାକୁ ପିସିସି ସଭାପତି ଶରତ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ବୈଠକରେ ପୂର୍ବତନ ପିସିସି ସଭାପତି ନିରଞ୍ଜନ  ପଟ୍ଟନାୟକ, ପ୍ରସାଦ ହରିଚନ୍ଦନ, ଅନନ୍ତ ପ୍ରସାଦ ସେଠୀ,  ଗଣେଶ୍ୱର ବେହେରା, ବିଶ୍ୱନାଥ ଆଚାର୍ଯ୍ୟ, ଉଦ୍ଧବ କର,  ଇନ୍ଦ୍ରମୋହନ ପଣ୍ଡା, ଆବାହକ ପ୍ରଶାନ୍ତ ଶତପଥୀ, ପ୍ରକାଶ  ମିଶ୍ର, ସସ୍ମିତା ବେହେରା, ସୁଦର୍ଶନ ଦାସ, ଜିଆଉଲ ହକ,  ଅମିୟ ପଟ୍ଟନାୟକ, ରଜନୀ ମହାନ୍ତି, ବିସ୍ମୟ ମହାପାତ୍ର,  ଅମୀୟ ପାଣ୍ଡବ, ମନଷା ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ ।

Copyright © 2022 - Summa Real Media Private Limited. All Rights Reserved.