ପ୍ରମୁଖ ଖବର
  • ଜମ୍ମୁ-କାଶ୍ମୀରକୁ ଖୁବ୍‌ଶୀଘ୍ର ମିଳିବ ପୂର୍ଣ୍ଣ ରାଜ୍ୟ ମାନ୍ୟତା, ଉଦ୍ଧମପୁରରେ ପ୍ରଧାନମନ୍ତ୍ରୀଙ୍କ ବଡ଼ ଘୋଷଣା
  • ||
  • କାଳିକାଦେବୀ ସାହିରେ ବୁଲେ ମାଟିମଣ୍ଡପ ସାହି ପଟୁଆର, ଆଜି ବାଲିସାହି-ହରଚଣ୍ଡି ସାହି ଶାନ୍ତି କମିଟି ବୈଠକ
  • ||
  • ପ୍ୟାରିସ ଅଲିମ୍ପିକ୍ସ: ୧୭ରେ ବିକ୍ରି ହେବ ୨୫୦,୦୦୦ ଟିକେଟି
  • ||
  • ଗ୍ରୀଷ୍ମ ଛୁଟିରେ ଅନ୍‌ଲାଇନ୍‌ କ୍ଲାସ୍‌, ଆଜି ପ୍ରଧାନଶିକ୍ଷକମାନଙ୍କ ବୈଠକରେ ହେବ ଆଲୋଚନା
  • ||
  • ତୃତୀୟ ପର୍ଯ୍ୟାୟ ନିର୍ବାଚନ: ଶୁକ୍ରବାର ପ୍ରକାଶ ପାଇବ ବିଜ୍ଞପ୍ତି, ଆରମ୍ଭ ହେବ ନାମାଙ୍କନ ପ୍ରକିୟା
  • ||
  • ଜାତୀୟ ପଥପ୍ରାନ୍ତ ନାଟକ ଦିବସ: ସରକାରୀ ସ୍ୱୀକୃତିକୁ ଅପେକ୍ଷା, ଅନେକ ଦାବି ପରେ ବି ଅବହେଳିତ
  • ||
  • ଦିଲ୍ଲୀ ମଦ ନୀତି ମାମଲା: ଆଜି କୋର୍ଟରେ ହାଜର ହେବେ ବିଆର୍‌ଏସ୍‌ ନେତ୍ରୀ କେ.କବିତା, ରିମାଣ୍ଡ ଆବେଦନ କରିବ CBI
  • ||
  • IPL 2024: ସୁପରଜାଏଣ୍ଟ୍‌ସ - କ୍ୟାପିଟାଲ ଲଢ଼େଇ, ଏକାନ୍ନାରେ ଚ୍ୟାଲେଞ୍ଜ ହେବ ସ୍ପିନ
  • ||
  • ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ କମଳା ଦାସଙ୍କ ପରଲୋକ, ୭୯ ବର୍ଷ ବୟସରେ କଲେ ଶେଷ ନିଶ୍ୱାସ ତ୍ୟାଗ
  • ||
  • ବଦଳିବ ପାଣି ପାଗ ମିଜାଜ୍: ୪ ଦିନରେ ୮ ଡିଗ୍ରୀ ବଢ଼ିପାରେ ତାପମାତ୍ରା, ପୁଣି କଲବଲ କରିବ ତାତି
  • ||

ଲୋକସଭା ନିର୍ବାଚନ: ସପ୍ତମ ପ୍ରାର୍ଥୀ ତାଲିକା ଜାରି କଲା କଂଗ୍ରେସ

ନୂଆଦିଲ୍ଲୀ:  ଲୋକସଭା ନିର୍ବାଚନ ଲାଗି କଂଗ୍ରେସ ସପ୍ତମ ପ୍ରାର୍ଥୀ ତାଲିକା ଜାରି କରିଛି । ସପ୍ତମ ତାଲିକାରେ ଛତିଶଗଡ଼ର ୪ଟି ଏବଂ ତାମିଲନାଡୁର ଗୋଟିଏ ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି କଂଗ୍ରେସ । ତାମିଲନାଡୁର ମାଇଲାଦୁଥୁରାଇରୁ ଆର. ସୁଧାଙ୍କୁ ପ୍ରାର୍ଥୀ କରିଥିବା ବେଳେ ଛତିଶଗଡ଼ର ସରଗୁଜାରୁ ଶଶି ସିଂହଙ୍କୁ ଟିକଟ୍‌ ଦେଇଛି ଦଳ । ରାୟଗଡ଼ରୁ ମେନକା ଦେବୀ ସିଂହ, ବିଳାସପୁରରୁ ଦେବେନ୍ଦ୍ର ସିଂହ ଯାଦବ ଏବଂ କୋଙ୍କେରରୁ ବିରେଶ ଠାକୁରଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ । 




ଏହା ପୂର୍ବରୁ ମାର୍ଚ୍ଚ  ୨୫ (ସୋମବାର)ରେ  ପ୍ରାର୍ଥୀଙ୍କ ଷଷ୍ଠ ତାଲିକା ଜାରି କରିଥିଲା କଂଗ୍ରେସ । ଏଥିରେ ରାଜସ୍ଥାନ ଏବଂ ତାମିଲନାଡୁ ଲାଗି ପ୍ରାର୍ଥୀ ଘୋଷଣା କରିଥିଲା ଦଳ । ରାଜସ୍ଥାନର ୪ଟି ଆସନ ଏବଂ ତାମିଲନାଡୁର ଗୋଟିଏ ଆସନରେ ପ୍ରାର୍ଥୀ ଦେଇଥିଲା କଂଗ୍ରେସ ।




ଅନ୍ୟପଟେ ଆଜି ଲୋକସଭା ନିର୍ବାଚନ ୨୦୨୪ ପାଇଁ ଷଷ୍ଠ ପ୍ରାର୍ଥୀ ତାଲିକା ଘୋଷଣା କରିଛି ଭାରତୀୟ ଜନତା ପାର୍ଟି (ବିଜେପି) । ମଙ୍ଗଳବାର ୩ ଜଣିଆ ପ୍ରାର୍ଥୀ ତାଲିକା ଘୋଷଣା କରିଛି ଦଳ । ରାଜସ୍ଥାନର କରୌଲି ଢ଼ୋଲପୁର ଲୋକସଭା ଆସନ ଲାଗି ଇନ୍ଦୁ ଦେବୀ ଜାଟବଙ୍କୁ ବିଜେପି ପ୍ରାର୍ଥୀ କରାଇଥିବା ବେଳେ ଦୌସାରୁ କହ୍ନେୟାଲାଲ ମୀନାଙ୍କୁ ଟିକଟ ମିଳିଛି । ସେହିଭଳି ମଣିପୁରରେ ଇନର ମଣିପୁର ସିଟରୁ ବିଜେପି ବସନ୍ତ କୁମାର ସିଂହଙ୍କୁ ପ୍ରାର୍ଥୀ କରାଇଛି ବିଜେପି । 

 କରୌଲି ଢ଼ୋଲପୁର ଆସନରୁ ମନୋଜ ରାଜୌରିଆଙ୍କ ଟିକଟ କାଟି ଇନ୍ଦୁ ଦେବୀ ଜାଟବଙ୍କୁ ପ୍ରାର୍ଥୀ କରାଇଛି ଦଳ । ଏହା ପୂର୍ବରୁ ବିଜେପି ମାର୍ଚ୍ଚ ୨୪ରେ ପଞ୍ଚମ ପ୍ରାର୍ଥୀ ତାଲିକା ଜାରି କରିଥିଲା । ତାଲିକାରେ ଉତ୍ତର ପ୍ରଦେଶ ଏବଂ ବିହାର ସମେତ ଅନ୍ୟ କେତେକ ରାଜ୍ୟର ପ୍ରାର୍ଥୀଙ୍କ ନାମ ଥିଲା । ଏହି ତାଲିକାରେ ଅଭିନେତ୍ରୀ କଙ୍ଗନା ରଣାଓ୍ବତଙ୍କ ନାମ ମଧ୍ୟ ସାମିଲ ଥିଲା । 

 

 

  • lok sabha election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.