ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ନିର୍ବାଚନ ଟଙ୍କାରେ ନୁହେଁ, ଜନତାଙ୍କ ସମର୍ଥନରେ ଲଢାଯାଏ: ଅର୍ଥମନ୍ତ୍ରୀ ସୀତାରମଣଙ୍କୁ ଡିଏମ୍‌କେର କଟାକ୍ଷ

ନୂଆଦିଲ୍ଲୀ,୨୮।୩:  ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏକ ଟିଭି ପୋଗ୍ରାମରେ ଲୋକସଭା ନିର୍ବାଚନ ନଲଢିବାର ଘୋଷଣା କରିଥିଲେ। ତାଙ୍କର କହିବା ଅନୁସାରେ, ମୋ ପାଖରେ ନିର୍ବାଚନ ଲଢିବାକୁ ଟଙ୍କା ନାହିଁ। ଏବେ ଏହାକୁ ନେଇ ତାମିଲନାଡୁର ଶାସକ ପାର୍ଟି ଡିଏମ୍‌କେର ବୟାନ ଆସିଛି, ଯେଉଁଥରେ ତାଙ୍କୁ  କଟାକ୍ଷ କରି କହିଛନ୍ତି, ନିର୍ବାଚନ ଲଢିବା ପାଇଁ ଟଙ୍କା ନୁହେଁ ବଂର ଜନତାଙ୍କ ସମର୍ଥନ ଦରକାର ପଡିଥାଏ। ଡିଏମ୍‌କେ ମୁଖପାତ୍ର ଏସ୍‌. ଆନ୍ନାଦୁରାଇ କହିଛନ୍ତି, ଏଭଳି ଲାଗୁଛି ଯେମିତି ବିନା କାରଣର ବାହାନା ଦେଖାଇ ଅର୍ଥମନ୍ତ୍ରୀ ନିର୍ବାଚନ ଲଢିବାକୁ ଇଛା କରୁନାହାନ୍ତି। ନିର୍ବାଚନ ଲଢିବା ପାଇଁ ଆପଣଙ୍କୁ ଟଙ୍କା ନୁହେଁ ଜନତାଙ୍କ ସମର୍ଥନ ଦରକାର, ଯାହାକି ଆପଣଙ୍କ ପାଖରେ ନାହିଁ।’

କେବଳ ସେତିକି ନୁହେଁ, ଡିଏମ୍‌କେ ନେତା କହିଛନ୍ତି, ଅର୍ଥମନ୍ତ୍ରୀ ନିଜ ଦଳର ଟଙ୍କାରେ କାହିଁକି ନିର୍ବଚନ ଲଢୁନାହାନ୍ତି। ବିଜେପି ତ ବଡ ପରିମାଣରେ ଟଙ୍କା ଆଦାୟ କରୁଛି। ବିଜେପି ପାଖରେ ୬୦୦୦ କୋଟି ଟଙ୍କା ଅଛି। ସେ ୮୨୫୦ ଟଙ୍କା ଆଦାୟ କରିଥିଲେ, ଯେଉଁଥିରେ ୬୦୦ କୋଟି ଟଙ୍କା ଏବେ ଖାତାରେ ରହିଛି। ସେ କ୍ୟାବିନେଟ୍‌ରେ ଟପ୍‌ ମନ୍ତ୍ରୀ ଭିତରେ ଜଣେ ଅଛନ୍ତି। ଏହାପରେ ତାଙ୍କୁ ବିଜେପି ସ୍ପନସର କାହିଁକି କରୁନି ? ସୀତାରମଣଙ୍କୁ ବୁଧବାର ଆନ୍ଧ୍ର କିମ୍ବା ତାମିଲନାଡୁରେ ନିର୍ବାଚନ ଲଢିବା ନେଇ ଯେତେବେଳେ ପ୍ରଶ୍ନ ପଚରାଯାଇଥିଲା ସେ କହିଥିଲେ ଏଥର ଲଢିବେନି।

ସୀତାରମଣ କହିଛନ୍ତି, ଦଳ ମୋତେ ନିର୍ବାଚନ ଲଢିବାକୁ କହିଥିଲା। ମୁଁ ବହୁ ସପ୍ତାହ ପର୍ଯ୍ୟନ୍ତ ଏହା ଉପରେ ବିଚାର କରିଛି, ଏହାପରେ ଯାଇ ମନାକଲି। ମୋର ପାର୍ଟି ଅଧ୍ୟକ୍ଷ ମୋତେ ନିର୍ବାଚନ ଲଢିବାକୁ କହୁଥିଲେ। ତାଙ୍କର କହିବା ଅନୁସାରେ, ଆନ୍ଧ୍ର ପ୍ରଦେଶ କିମ୍ବା ତାମିଲନାଡୁର କେଉଁଠାରୁ ମଧ୍ୟ ସାଉଥ୍ ଆସନରୁ ନିର୍ବାଚନ ଲଢିନିଅ।’ କିନ୍ତୁ ମୋ ପାଖରେ ସେଭଳି ଟଙ୍କା ନାହିଁ ଯେ ନିର୍ବାଚନ ଲଢିପାରିବନି।  

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.