ପ୍ରମୂଖ ଖବର
  • ଅପେକ୍ଷାର ହେଲା ଅନ୍ତ, ଖୋଲିଲା ଶ୍ରୀମନ୍ଦିର ବାହାର ରତ୍ନଭଣ୍ଡାର, ଭିତର ଭଣ୍ଡାର ଖୋଲିବାକୁ ଚାଲିଛି ପକ୍ରିୟା
  • ||
  • ଶ୍ରୀମନ୍ଦିରକୁ ପ୍ରବେଶ କଲେ ୧୧ ଜଣ ସଦସ୍ୟ, ଦିନ ୧ଟା ୨୮ରେ ଶୁଭ ମୁହୂର୍ତ୍ତରେ ଫିଟିବ ଭିତର ଭଣ୍ଡାର ତାଲା
  • ||
  • ଶ୍ରୀଲୋକନାଥଙ୍କ ସ୍ୱତନ୍ତ୍ର ପୂଜାର୍ଚ୍ଚନା ସମ୍ପନ୍ନ, ରତ୍ନଭଣ୍ଡାର ଖୋଲିବାକୁ ଆସିଲା ଆଜ୍ଞାମାଳ
  • ||
  • ଚତୁର୍ଥ ଟି-ଟ୍ୱେଣ୍ଟ; ଜିମ୍ବାଓ୍ବେକୁ ୧୦ ୱିକେଟ୍‌ରେ ହରାଇ ସିରିଜ କବଜା କଲା ଟିମ୍ ଇଣ୍ଡିଆ, ଆଜି ପଞ୍ଚମ ମୁକାବିଲା
  • ||
  • ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଗୁଳିମାଡ଼, ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ସନ୍ଦିଗ୍ଧ ସୁଟର ମୃତ
  • ||
  • ପାଞ୍ଚ ଦଶନ୍ଧିର ଘଟିବ ଅନ୍ତ, ଆଜି ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର, ଦିନ ୧ଟା ପରେ ଶୁଭ ମୁହୂର୍ତ୍ତରେ ଫିଟିବ ତାଲା
  • ||
  • ରାଜ୍ୟରେ ଆସନ୍ତା ଦୁଇ ଦିନ ପ୍ରବଳ ବର୍ଷା ସମ୍ଭାବନା, ୧୮ରେ ଆଉ ଏକ ଘୂର୍ଣ୍ଣିବଳୟ
  • ||

ଆସ୍ଥା ଭୋଟ୍ ଜିତିଲେ ହେମନ୍ତ ସୋରେନ୍, ୪୫ ବିଧାୟକ ଦେଲେ ସମର୍ଥନ

ନୂଆଦିଲ୍ଲୀ,୮।୭:  ଆସ୍ଥା ଭୋଟରେ ବିଜୟୀ ହେଲେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ। ୮୧ ଆସନ ବିଶିଷ୍ଟ ଝାଡ଼ଖଣ୍ଡ ବିଧାନସଭାରେ ସୋରେନଙ୍କୁ ୪୫ ଜଣ ବିଧାୟକ ସମର୍ଥନ ଦେଇଛନ୍ତି। ଯାହା ଫଳରେ ହେମନ୍ତ ସୋରେନ୍ ଆସ୍ଥା ଭୋଟରେ ବିଜୟୀ ହୋଇଛନ୍ତି।ଜମି ଦୁର୍ନୀତି ମାମଲାରେ ନିକଟରେ ସେ ଜେଲରୁ ଜାମିନ୍ ପାଇଛନ୍ତି। ଜେଲ୍‌ରୁ ଆସିବାପରେ ଜୁଲାଇ ୪ରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ସୋରେନ। 

୮୧ ସଦସ୍ୟ ବିଶିଷ୍ଟ ବିଧାନସଭାରେ ହେମନ୍ତ ସୋରେନଙ୍କ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (JMM) ନେତୃତ୍ୱରେ ଶାସକ ଦଳ ପାଖରେ ୪୫ ଜଣ ବିଧାୟକ ଅଛନ୍ତି, ଯେଉଁଥିରେ ଜେଏମଏମର ୨୭ ଜଣ, କଂଗ୍ରେସର ୧୭ ଏବଂ ରାଷ୍ଟ୍ରୀୟ ଜନତା ଦଳ (RJD)ର ଜଣେ ବିଧାୟକ ଅଛନ୍ତି। ତେବେ ଆସ୍ଥା ଭୋଟରେ ହେମନ୍ତଙ୍କ ବିରୋଧରେ କୌଣସି ଭୋଟ୍ ପଡିନଥିଲା। ବିରୋଧି ଦଳର ବିଧାୟକ ମତ ବିଭାଜନ ବେଳେ ଓ୍ବାକଆଉଟ୍ କରିଥିଲେ। 

ଆସ୍ଥା ଭୋଟରେ ପାସ୍ ହେବାପରେ ଏବେ ସମସ୍ତଙ୍କ ନଜର କ୍ୟାବିନେଟ୍ ସମ୍ପ୍ରସାରଣ ଉପରେ ରହିଛି। ଏଭଳି କୁହାଯାଉଛି ଯେ, କିଛି ନୂଆ ଚେହେରାଙ୍କୁ ମଧ୍ୟ ସୋରେନ୍ କ୍ୟାବିନେଟ୍‌ରେ ଖୁବ୍ ଶୀଘ୍ର ସ୍ଥାନ ମିଳିପାରେ।

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.