ପ୍ରମୂଖ ଖବର
  • ବଜେଟ୍ ୨୦୨୪: ସଂସଦରେ ଜାମ୍ମୁ-କାଶ୍ମୀର ବଜେଟ୍ ଉପସ୍ଥାପିତ
  • ||
  • ବଜେଟ ୨୦୨୪: ଓଡ଼ିଶା ପର୍ଯ୍ୟଟନର ବିକାଶ ପାଇଁ ବଡ଼ ଘୋଷଣା, ପର୍ଯ୍ୟଟନର ବିକାଶ ପାଇଁ ମିଳିବ ଆର୍ଥିକ ସହାୟତା
  • ||
  • ବଜେଟ୍ ୨୦୨୪: ସରକାରୀ ସହାୟତାରେ ଛାତ ଉପରେ ଲାଗିବ ସୋଲାର ପ୍ୟାନେଲ, ପ୍ରତି ଘରୁ ମାସିକ ୩ଶହ ୟୁନିଟ ବିଜୁଳି ଉତ୍ପାଦନ ଲକ୍ଷ୍ୟ
  • ||
  • ବଜେଟ ୨୦୨୪:୧ କୋଟି ଘରକୁ ମାଗଣା ବିଜୁଳି ଯୋଗାଣ ହେବ,ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମୁକ୍ତ ବିଜୁଳି ଯୋଜନାରେ ମିଳିବ ସୁବିଧା
  • ||
  • ବଜେଟ୍୨୦୨୪: ବନ୍ୟା ମୁକାବିଲା ପାଇଁ ବିହାରକୁ ୧୧, ୫୦୦ କୋଟିର ସହାୟତା,ଆସାମ, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ସିକିମ୍‌କୁ ମିଳିବ ସହାୟତା
  • ||
  • ବଜେଟ ୨୦୨୪: ବନ୍ୟା ନିୟନ୍ତ୍ରଣ ପାଇଁ ସହାୟତା ଘୋଷଣା,ବନ୍ୟା କ୍ଷତିଗ୍ରସ୍ତ ୫ଟି ରାଜ୍ୟକୁ ସ୍ୱତନ୍ତ୍ର ସହାୟତାର ଘୋଷଣା
  • ||
  • ବଜେଟ ୨୦୨୪: ଜମିବାଡ଼ି ସୁବ୍ୟବସ୍ଥିତ କରିବାକୁ ଆରମ୍ଭ ହେବ ଭୂ-ଆଧାର, ଭୂ-ଆଧାର ଜରିଆରେ ଜମିବାଡ଼ି ଡିଜିଟାଇଜେସନ ହେବ
  • ||
  • ବଜେଟ୍ ୨୦୨୪: ମୁଦ୍ରା ଲୋନ୍‌ ୨୦ ଲକ୍ଷକୁ ବୃଦ୍ଧି ଘୋଷଣା କଲେ ଅର୍ଥମନ୍ତ୍ରୀ,ଧାର୍ଯ୍ୟ ସମୟରେ ପୈଠ କରିଥିବା ବ୍ୟକ୍ତି ଲୋନ୍‌ ପାଇପାରିବେ
  • ||
  • ବିଜେଟ୍ ୨୦୨୪-୨୫: ଗୟାରେ ହେବ ଇଣ୍ଡଷ୍ଟିଆଲ୍ କରିଡ଼ିର, ୧ ହଜାର ଆଇଟିଆଇକୁ ଅପଗ୍ରେଡ୍ କରାଯିବ
  • ||
  • ବିହାର, ଆନ୍ଧ୍ରପ୍ରଦେଶ ପାଇଁ ବଡ଼ ଘୋଷଣା କଲେ ଅର୍ଥମନ୍ତ୍ରୀ, ପୋଲାଭରମ ପ୍ରକଳ୍ପ ଶୀଘ୍ର ସମାପ୍ତ ହେବ, ବିହାରରେ ଏୟାରପୋର୍ଟ, ମେଡିକାଲ କଲେଜ ବିକାଶ
  • ||
  • ସପ୍ତମ ଥର ପାଇଁ ବଜେଟ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
  • ||
  • ବିଧାନସଭା ଅଧିବେଶନର ଦ୍ବିତୀୟ ଦିନ, ୪ଟା ଯାଏଁ ଗୃହ ମୁଲତବି
  • ||

ସେପ୍ଟେମ୍ବର ପର୍ଯ୍ୟନ୍ତ ହେବ ଭଲ ବର୍ଷା, ଆଇଏମ୍‌ଡି ଦେଲା ସୂଚନା

ନୂଆଦିଲ୍ଲୀ,୨।୭: ପାଣିପାଗ ବିଭାଗ ଭାରତୀୟ କୃଷକଙ୍କ ପାଇଁ ଏକ ଭଲ ଖବର ଦେଇଛି। ଏହା ଅନୁସାରେ, ଆଗାମୀ ୩ ମାସରେ ଜୋରଦାର ବର୍ଷା ହେବାକୁ ଯାଉଛି। ଜୁଲାଇ ସହିତ ଅଗଷ୍ଟ ଓ ସେପ୍ଟେମ୍ବରରେ ଭଲ ବର୍ଷା ହେବାର ଅନୁମାନ ରହିଛି। ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ ଅନୁସାରେ, ଜୁଲାଇର ହାରାହାର ବର୍ଷା ସ୍ବାଭାବିକଠାରୁ ଅଧିକ ହେବାର ସମ୍ଭାବନା ରହିଛି। ଉଲ୍ଲେଖନୀୟ, ପାଣିପାଗ ବିଭାଗର ତାଜା ରିପୋର୍ଟ ଆସିଛି। ଏଥିରେ କୁହାଯାଇଛି ଯେ, ଜୁନ୍  ମାସରେ କମ୍ ବର୍ଷା ହୋଇଛି। ଆଇଏମ୍‌ଡି ମୁଖ୍ୟ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ପୂର୍ବତନ ଭାରତରେ ଜୁନ୍‌ ମାସରେ ୩୩% କମ୍ ବର୍ଷା ହୋଇଛି। ସେ କହିଛନ୍ତି, ଜୁନ୍‌ ଶେଷରେ କେବଳ ଏକ କମ୍ ଚାପର କ୍ଷେତ୍ର ରହିଛି। ସାଧାରଣ ଭାବରେ ମାସରେ ତିନୋଟି କମ୍ ଚାପ ଥିବା କ୍ଷେତ୍ର ରହିଛି। ପାଣିପାଗ ପରିସ୍ଥିତି ଅନୁକୂଳ ନହେବା କାରଣରୁ କମ୍ ଚାପ ଥିବା କ୍ଷେତ୍ର ହୋଇପାରିନି।

ଧନଞ୍ଜୟ ମହାପାତ୍ର କହିଛନ୍ତି, ଆମେ ଜୁଲାଇରେ  ମୌସୁମି ବେଳେ ଭଲ ବର୍ଷା ହେବାର ଆଶା ରହିଛି। ସେ କହିଛନ୍ତି, ଏହା ଦୀର୍ଘ ସମୟର ହାରାହାରି (ଏଲପିଏ) ୨୮.୦୪ ସେଣ୍ଟିମିଟର ୧୦୬%ର ଅଧିକ ରହିପାରେ। ଜୁନ୍‌ରେ କମ୍ ବର୍ଷା ଖବର ପରେ ଜୁଲାଇ, ଅଗଷ୍ଟ ଓ ସେପ୍ଟେମ୍ବରରେ ଭଲ ବର୍ଷାର ଖବର କୃଷକଙ୍କୁ ଖୁସି ଖବର ଦେଇ ପାରନ୍ତି। ଅଗଷ୍ଟ ଓ ସେପ୍ଟେମ୍ବରରେ ଭଲ ବର୍ଷା କାରଣରୁ ଲା ଲିନା ସୃଷ୍ଟି ହେବ। ପାଣିପାଗ ବିଜ୍ଞାନୀ ଭବିଷ୍ୟବାଣୀ କରିଛନ୍ତି ଲା ଲିନା କାରଣରୁ ଏହି ଦୁଇ ମାସ ପ୍ରବଳ ବର୍ଷା ହେବ। ବିଶେଷଜ୍ଞଙ୍କ କହିବା ଅନୁସାରେ, ଏଲଲିନୋ ଓ ଲା ନିନୋ ନାମକ ଦୁଇଟି ପାଣିପାଗ  ସ୍ଥିତି ରହିଥାଏ। ଏଲନିନୋ ବେଳେ ମୌସୁମୀ ଦୁର୍ବଳ ପଡିଯାଏ ଓ ବର୍ଷା କମ୍ ହୁଏ, କିନ୍ତୁ ଲା ନିନା ବେଳେ ଖୁବ୍ ବର୍ଷା ହୁଏ।

ଜୁନ୍‌ରେ ଆଶାଠାରୁ କମ୍ ବର୍ଷା କାରଣରୁ କୃଷକଙ୍କର ଖୁବ୍ କ୍ଷତି ହୋଇଛି। ଏଭଳି   ସ୍ଥିତିରେ ଜୁଲାଇରେ ହେବାକୁ ଥିବା ଭଲ ବର୍ଷା   ତାଙ୍କ ପାଇଁ କୌଣସି ବରଦାନଠାରୁ କମ୍ ନୁହେଁ। ଏସିଆରେ ତୃତୀୟ ସବୁଠାରୁ ବଡ ଅର୍ଥବ୍ୟବସ୍ଥାର ବିକାଶ ପାଇଁ ଏହି ବର୍ଷା ଖୁବ୍ ଜରୁରୀ। ଏଥିରେ ଚାଉଳ, କଟନ, ସୋୟାବିନ ଓ ଆଖୁର ଫସଲକୁ ଖୁବ୍ ଲାଭ ମିଳିବ। ମୌସୁମୀ ଏପର୍ଯ୍ୟନ୍ତ ଦେଶର ବିଭିନ୍ନ ଭାଗରେ ପହଁଞ୍ଚିପାରେ। ଆଇଏମ୍‌ଡି ମୁଖ୍ୟ କହିଛନ୍ତି, ଖୁବ୍ ଶୀଘ୍ର ଏହା ରାଜସ୍ଥାନ, ହରିୟାଣା ଓ ପଞ୍ଜାବ ପର୍ଯ୍ୟନ୍ତ ପହଁଞ୍ଚିପାରେ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.