ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଶୀତଦିନେ ଖାଦ୍ୟରେ ସାମିଲ କରନ୍ତୁ ମେଥି ଶାଗ, ରହିଛି ଅନେକ ଉପକାରିତା...

ନୂଆଦିଲ୍ଲୀ, ୩।୧୨ :ମେଥି ଶାଗ ପୋଷକ ତତ୍ତ୍ୱରେ ଭରା । ଏହା ଖାଦ୍ୟର ସ୍ୱାଦ ବଢ଼ାଇବା ସହ କେତେକ ରୋଗରୁ ଦୂରେଇ ରଖିବାରେ ସାହାଯ୍ୟ କରେ । ଶୀତଦିନେ ଖାଦ୍ୟରେ ମେଥି ଶାଗ ସାମିଲ କରିବା ଜରୁରୀ । ବିଶେଷକରି ଶୀତଦିନେ ଭିନ୍ନ ଭିନ୍ନ ପ୍ରକାରର ଶାଗ ବଜାରରେ ମିଳେ । ଯାହା ପୋଷକ ତତ୍ତ୍ୱରେ ଭରା । ଏହି ଶାଗକୁ ନେଇ ଅନେକ ପ୍ରକାରର ସ୍ୱାଦିଷ୍ଟ ବ୍ୟଞ୍ଜନ ପ୍ରସ୍ତୁତ କରାଯାଇପାରିବ । ମେଥି ଶାଗ ଅନ୍ୟଦିନ ଅପେକ୍ଷା ଶୀତଦିନେ ଅଧିକ ମିଳିଥାଏ । ଏହି ଶାଗକୁ ନେଇ ଅନେକ ପ୍ରକାରର ସ୍ୱାଦିଷ୍ଟ ସହ ସ୍ୱାସ୍ଥ୍ୟକର ମଧ୍ୟ । 

ରକ୍ତରେ ଶର୍କରା ସ୍ତର ସାମାନ୍ୟ ହେବା ସହ ଓଜନ କମିଥାଏ, ଏହା ମଧୁମେହ ରୋଗୀଙ୍କ ପାଇଁ ବରଦାନଠାରୁ କମ୍ ନୁହେଁ । ମେଥିଶାଗ ରକ୍ତରେ ଶର୍କରା ସ୍ତରକୁ ନିୟନ୍ତ୍ରିତ କରିଥାଏ । ଓଜନ କମାଇବାରେ ଏହାର ଭୂମିକା ଗୁରୁତ୍ୱପୂର୍ଣ୍ଣ । ଏହାକୁ ଡାଏଟ୍‌ରେ ସାମିଲ କରିବା ଦ୍ୱାରା ମେଟାବଲିଜିମ୍ ବଢ଼ିଯାଏ । ଫଳରେ ଓଜନ କମିଚାଲେ । 

ପାଚନ ତନ୍ତ୍ର ସୁସ୍ଥ ସହ ରୋଗପ୍ରତିରୋଧକ ଶକ୍ତି ବଢ଼େ, ପରିବର୍ତ୍ତନ ପାଣିପାଗ ସହ ପାଚନ ତନ୍ତ୍ରରେ ସମସ୍ୟା ଆସିବା ସ୍ୱାଭାବିକ । ତେଣୁ ଶୀତଦିନେ ସବୁଜ ମେଥିଶାଗ ବଦହଜମୀ ଭଳି ସମସ୍ୟାକୁ କମ୍ କରିଥାଏ । ଏହାକୁ ଡାଏଟ୍‌ରେ ସାମିଲ କରିବା ଦ୍ୱାରା ମଳତ୍ୟାଗ ସମୟରେ ସମସ୍ୟା ଆସିନଥାଏ । ସେହିପରି ମେଥି ଶାଗରେ ଥିବା ଭିଟାମିନ୍ସ ଓ ମିନେରାଲ୍ସ ରୋଗପ୍ରତିରୋଧକ ଶକ୍ତି ବଢ଼ାଇଥାଏ । ଫଳରେ ଥଣ୍ଡା, କାଶ ଓ ଅନ୍ୟାନ୍ୟ ସଂକ୍ରମଣରୁ ରକ୍ଷା ମିଳିଥାଏ । ହାଡ଼କୁ ମଜବୁତ୍ କରେ, ମେଥି ଶାଗରେ ଭରପୂର କ୍ୟାଲମିୟମ୍ ଓ ମ୍ୟାଗ୍ନେସିୟମ୍ ରହିଥାଏ । ଯାହା ହାଡ଼ର ସୁସ୍ଥତାକୁ ବଜାୟ ରଖେ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.