ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ସୁସ୍ଥ ହେଉଛନ୍ତି ମୟଙ୍କ ଅଗ୍ରୱାଲ୍‌, ରେଳବାଇ ବିପକ୍ଷ ମ୍ୟାଚ୍‌ ଖେଳିବେନି

ଅଗରତାଲା,୦୧/ ୦୨: ବିମାନ ଯାତ୍ରା ସମୟରେ ବିଷାକ୍ତ ପାନୀୟ ସେବନ କରି ଅସୁସ୍ଥ ହୋଇ ପଡ଼ିଥିବା କର୍ଣ୍ଣାଟକ ରଣଜୀ ଦଳର ଅଧିନାୟକ ମୟଙ୍କ ଅଗ୍ରୱାଲ୍‌ ସମ୍ପ୍ରତି ଅଗରତାଲାର ଆଇଏଲଏସ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ହେଉଛି । ତଥାପି ତାଙ୍କୁ ଆଗାମୀ ରେଳବାଇ ବିପକ୍ଷ ରଣଜୀ ଟ୍ରଫି  ମ୍ୟାଚ୍‌ରୁ ସେ ବାଦ ଦିଆଯାଇଛି ।  

କର୍ଣ୍ଣାଟକ କ୍ରିକେଟ୍‌ ଆସୋସିଏସନ୍‌ ପକ୍ଷରୁ ତ୍ରିପୁରା  କ୍ରିକେଟ୍‌ ଆସୋସିଏସନ୍‌ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ  କରାଯାଇ ମୟଙ୍କଙ୍କ ଚିକିତ୍ସା ଉପରେ ଧ୍ୟାନ ରଖାଯାଉଛି ।  ମୟଙ୍କଙ୍କ ଅସୁସ୍ଥ ଘଟଣାର ତଦନ୍ତ କରିବା ପାଇଁ  କର୍ଣ୍ଣାଟକ ଟିମ ମ୍ୟାନେଜର ତ୍ରିପୁରା ପୋଲିସ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି । ଅଗରତାଲା ସ୍ଥିତ ନ୍ୟୁ  କ୍ୟାପିଟାଲ ଥାନା ତଦନ୍ତ ଅଭିଯାନ ଆରମ୍ଭ କରିଛି ।  

ପୋଲିସ ତଦନ୍ତରୁ ମିଳିଥିବା ରିପୋର୍ଟ ଅନୁଯାୟୀ ମୟଙ୍କ  କର୍ଣ୍ଟାଟକ କ୍ରିକେଟ୍‌ ଦଳ ସହ ସୁରତ ଅଭିମୂଖେ ଯାତ୍ରା  କରୁଥିଲେ । ସମ୍ମୁଖ ଟେବୁଲ୍‌ରେ ଖାଦ୍ୟ ଓ ପଣି ବୋତଲ  ରହିଥିଲା । ସେ ଉକ୍ତ ବୋତଲ ଖୋଲି ପିଇଥିଲେ ।  ମାତ୍ର କିଛି ସମୟ ମଧ୍ୟରେ ତାଙ୍କ ପେଟ ଓ ଗଳାରେ  ଯନ୍ତ୍ରଣା ଆରମ୍ଭ ହୋଇ ଯାଇଥିଲା। ଜିଭରେ ଫୋଟକା  ବାହାରି ଯାଇଇଥିଲା । ଯନ୍ତ୍ରଣାରେ ଛଟପଟ ହୋଇ ମୟଙ୍କ  ବାନ୍ତି କରିଥିଲେ । ଦିଲ୍ଲୀ ଯାଉଥିବା ବିମାନଟି ସଙ୍ଗେ  ସଙ୍ଗେ ବିମାନ ଆକାଶ ମାର୍ଗରୁ ପୁନର୍ବାର ଅଗରତାଲାକୁ  ଫେରିଥିଲା । ମୟଙ୍କଙ୍କୁ ସଙ୍ଗେ ସଙ୍ଗେ ଡାକ୍ତରଖାନା  ନିଆଯାଇଥିଲା । ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟାବସ୍ଥ୍ୟା ସ୍ଥିର  ରହିଛି । ସମସ୍ତ ପରୀକ୍ଷା ନୀରିକ୍ଷା ଶେଷ ହେବା ପରେ  ତାଙ୍କୁ ଘରକୁ ଫେରିବାକୁ ଅନୁମତି ମିଳିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.