ପ୍ରମୂଖ ଖବର
  • ସିଂହଦ୍ବାର ସମ୍ମୁଖରେ ଲାଗିଲା ତିନି ରଥ, ଗୁଣ୍ଡିଚା ଯାତ୍ରା ସାରି ବାହୁଡ଼ିଲେ ଶ୍ରୀଜିଉ
  • ||
  • ପୁରୀ: ନବଦିନାତ୍ମକ ଯାତ୍ରା ସାରି ବାହୁଡିବେ ନୀଳାଦ୍ରିନାଥ, ବାହୁଡ଼ାଦିଅଁଙ୍କ ପହଣ୍ଡି ବିଜେ
  • ||
  • ସୁନ୍ଦରଗଡ଼: ପ୍ରେମ କଳିକୁ ନେଇ ଡବଲ ମର୍ଡର, ପ୍ରେମିକା ଓ ତାର ସହପାଠୀକୁ ଛୁରୀ ଭୁସି ହତ୍ୟା କଲା ଡ୍ରାଇଭର୍ ପ୍ରେମିକ
  • ||
  • ଭୁବନେଶ୍ୱର: କଳାଭୂମି ନିକଟରେ ବୃଦ୍ଧଙ୍କ ଉପରେ ମାଡିଗଲା ବାଲି ବୋଝେଇ ଟ୍ରକ୍‌, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ୱିମ୍ବଲଡନ ଟାଇଟଲ ଲଢ଼େଇ: ଭେଟେରାନ ଜୋକୋଭିକଙ୍କୁ ହରାଇ କାର୍ଲୋସ ଅଲକାରାଜ ଚାମ୍ପିଅନ୍
  • ||
  • ସୋମବାରଠୁ ସିବିଏସ୍‌ଇ ସପ୍ଲିମେଣ୍ଟାରୀ ପରୀକ୍ଷା, ଉଭୟ ଦଶମ ଓ ଦ୍ୱାଦଶ ଛାତ୍ରଛାତ୍ରୀ ଦେବେ ଏକ୍ସଜାମ୍
  • ||
  • ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ: ଆଜି ଦକ୍ଷିଣ- ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଜନ୍ମବେଦିରୁ ଶ୍ରୀମନ୍ଦିରକୁ ବାହୁଡିବେ ଚତୁର୍ଦ୍ଧାମୂର୍ତ୍ତି: ୧୨ଟାରେ ପହଣ୍ଡି, ୪ଟାରେ ରଥ ଟଣା
  • ||

ବାହାଘରରେ ଖୁଲମଖୁଲା ଖର୍ଚ୍ଚ କରନ୍ତି ଭାରତୀୟ, ନିଜ ଆୟ ଠାରୁ ୩ଗୁଣାରୁ ଅଧିକ : ରିପୋର୍ଟ

ନୂଆଦିଲ୍ଲୀ – ଭାରତୀୟ ମାନେ ଯେତିକି ବି ଆୟ କରୁଥାନ୍ତୁ , ହେଲେ ବାହାଘର ଆଦି ଉତ୍ସବରେ କେବେ ବି କଞ୍ଜୁସ୍‌ ହୁଅନ୍ତି ନାହିଁ । ଏହାକ ବଡ଼ ଧୂମଧାମରେ କରି ଖୁଲମଖୁଲା ଖର୍ଚ୍ଚ କରନ୍ତି । ଯାହାକି ଦେଖିଲେ ଖୁବ୍‌ ଅବିଶ୍ୱସନୀୟ ମନେହୁଏ । ଯାହାକି ନିଜ ବାର୍ଷିକ ଆୟର ୩ଗୁଣାରୁ ଅଧିକ। ଏକଥା ଗ୍ଲୋବାଲ ରିପୋର୍ଟରୁ ଜଣାପଡ଼ିଛି। 

ଭାରତୀୟ ମାନେ ଯେତିକି ବି ଆୟ କରନ୍ତୁ ,ହେଲେ ନିଜର ଅଧିକରୁ ଅଧିକ ଧନ ବିବାହ ପାଇଁ ସାଇତି ରଖିଥାନ୍ତି। ସୂଚନା ଆଧାରରେ, ପ୍ରତି ଭାରତୀୟ ପରିବାରରେ ଗୋଟିଏ ବାହାଘରରେ ହାରାହାରି ୧୨ ଲକ୍ଷ ଟଙ୍କାରୁ ଅଧିକ ଅର୍ଥ ଖର୍ଚ୍ଚ ହେଉଛି। ଯାହା ପ୍ରତି ବ୍ୟକ୍ତି ସମସ୍ତ ଘରୋଇ ଉତ୍ପାଦ(୨,୯୦୦ଡଲାର )ର ୫ ଗୁଣା । ଏକ ନୂଆ ରିପୋର୍ଟରେ ଜଣାପଡ଼ିଛି କି ଏହା ହାରାହାରି ବାର୍ଷିକ ଘରୋଇ ଆୟ ୪ ଲକ୍ଷ ଟଙ୍କା ଠାରୁ ୩ଗୁଣାରୁ ମଧ୍ୟ ଅଧିକ । ଭାରତରେ ବାହାଘରର ଏହି ବଜାର ଏବେ ୧୩୦ ଡଲାର ଅର୍ଥାତ୍‌ ପାଖାପାଖି ୧୦ ଲକ୍ଷ କୋଟି ଟଙ୍କା ଯାଏ ପହଞ୍ଚି ସାରିଛି। 

ଦେଶରେ ଖାଦ୍ଯପେୟ ବା ଖାଦ୍ୟ ସାମଗ୍ରୀ ବଜାର ପରେ ବିବାହର ବ୍ୟବସାୟ ୨ୟ ସ୍ଥାନରେ ରହିଛି।  ଆଗାମୀ ସମୟରେ ଏହି ହାର ଆହୁରି ଉଚ୍ଚକୁ ଯିବାର ଆଶା ରହିଛି। ନିବେଶ ବ୍ୟାଙ୍କିଂ ଓ ପୁଞ୍ଜି ବଜାର ଫାର୍ମ ଜେଫରିଜ୍‌ର ରିପୋର୍ଟରେ କୁହାଯାଇଛି କି ଭାରତୀୟ ବାହାଘର ବଜାରର ଆକାର ଆମେରିକୀୟ ବଜାର ( ୭୦ ଅରବ ଡଲାର) ଠାରୁ ଦୁଇ ଗୁଣା । କିନ୍ତୁ ଚୀନ୍‌ (୧୭୦ ଅରବ ଡଲାର ) ଠାରୁ ଛୋଟ । 

ବାହାଘରରେ ହେଉଥିବା ଖର୍ଚ୍ଚରେ ଗହଣା , ପୋଷାକ , ଇଭେଣ୍ଟ ମ୍ୟାନେଜମେଣ୍ଟ, କ୍ୟାଟରିଂ , ମନୋରଞ୍ଜନ ଆଦି ସାମିଲ ରହିଛି। ବିବାହ ଉତ୍ସବରେ ଖର୍ଚ୍ଚ ହେଉଥିବା ଏହି ଧନରାଶି ଜିଡିପି ପ୍ରତି ବ୍ୟକ୍ତି (୨୯୦୦ଡଲାର)ଠାରୁ ୫ଗୁଣା ଅଧିକ। ଏହା କୌଣସି ବ୍ୟକ୍ତିର ହାରାହାରି ୪ ଲକ୍ଷ ଟଙ୍କା ବାର୍ଷିକ ଆୟ ଠାରୁ ମଧ୍ୟ ୩ଗୁଣା ଅଧିକ। 

ଗ୍ଲୋବାଲ ବ୍ରୋକରେଜ୍‌ ଜେଫରିଜ ଅନୁସାରେ , ସାରା ବିଶ୍ୱରେ ସବୁଠୁ ବଡ଼ ବିବାହ ସ୍ଥାନ ଭାବେ ଜଣାଶୁଣା ଭାରତରେ ପ୍ରତି ବର୍ଷି ଅତି କମ୍‌ରେ ୮୦ ଲକ୍ଷରୁ ୧ କୋଟି ବିବାହ ଉତ୍ସବ ଅନୁଷ୍ଠିତ ହେଉଛି। ଆର୍ଥିକ ବର୍ଷ ୨୦୨୩-୨୦୨୪ରେ ,ଭାରତୀୟ ବିବାହ ବଜାର ୧୩୦ ବିଲିୟନ ଡଲାର (ପାଖାପାଖି ୧୦ ଲକ୍ଷ କୋଟି ଟଙ୍କା) ଯାଏ  ପହଞ୍ଚି ଯାଇଛି। ରିପୋର୍ଟରେ କୁହାଯାଇଛି ଭାରତର ବିବାହର ଖର୍ଚ୍ଚରେ ଜିଡିପିର ଅନୁପାତ ଅନ୍ୟ ଦେଶ ଗୁଡ଼ିକର ତୁଳନାରେ ଖୁବ୍‌ ଅଧିକ। 

ରିପୋର୍ଟ ଅନୁସାରେ, ଭାରତରେ ବାହାଘରର ଗଭୀର ସାଂସ୍କୃତିକ ମହତ୍ତ୍ୱ ରହିଛି ଏବଂ ଏଥିରେ ବହୁ ପରିମାଣରେ ଖର୍ଚ୍ଚ  ହୋଇଥାଏ , ଯାହା ସର୍ବଦା ଆୟରସ ସ୍ତର ଠାରୁ ଅଧିକ ହୋଇଥାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.