ପ୍ରମୂଖ ଖବର
  • ଗୁଳି ମାଡ଼ରେ ଏନସିପି ନେତା ବାବା ସିଦ୍ଦିକି ମୃତ
  • ||
  • ସମ୍ମାନ ବଞ୍ଚାଇ ପାରିଲା ନାହିଁ ବାଂଲାଦେଶ, ୧୩୩ ରନ୍‌ରେ ହରାଇଲା ଭାରତ
  • ||
  • ସୁଭଦ୍ରାରେ ତ୍ରୁଟି ଥିଲେ ଯିବ ଫୋନ୍‌ କଲ୍‌, ଶେଷ ହିତାଧିକାରୀ ପର୍ଯ୍ୟନ୍ତ ମିଳିବ ଟଙ୍କା
  • ||
  • ଶ୍ରୀମନ୍ଦିରରେ ପଡିଲା ରକ୍ତଛିଟା, ମହାସ୍ନାନ କରିଲେ ମହାପ୍ରଭୁ
  • ||
  • ଦରମଗାଡ ନଦୀରେ ଭାସି ନିଖୋଜ ହୋଇଥିଲେ ମହିଳା, ଉଦ୍ଧାର ହେଲା ମୃତଦେହ
  • ||
  • ପିଆଜ ଦର ବୃଦ୍ଧିକୁ ନେଇ ଯୋଗାଣ ମନ୍ତ୍ରୀଙ୍କ ପ୍ରତିକ୍ରିୟା, ଖୁବ୍‌ ଶୀଘ୍ର କମିବ ଦର
  • ||
  • ଭୁବନେଶ୍ୱର : ପାର୍ବଣରେ ଅପରାଧ ନିୟନ୍ତ୍ରଣ ପାଇଁ କମିଶନରେଟ ପୋଲିସର ‘ଅପରେସନ ତ୍ରିଭୁଜ’
  • ||
  • ବଣାଇ : ପରିବା ବ୍ୟବସାୟୀଙ୍କ ଉପରେ ଚଢିଗଲା କାର୍‌, ବ୍ୟକ୍ତି ମୃତ
  • ||
  • କଟକରେ ପୂଜା ମଣ୍ଡପ ବୁଲିଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀଙ୍କ ପାଇଁ କଲେ ସୁଖ ଏବଂ ସମୃଦ୍ଧି କାମନା
  • ||
  • ସମ୍ୱଲପୁର : ମହାନଦୀରେ ଦୁଇ ନାବାଳକ ଭାସିଯିବା ଘଟଣା: ୨୪ ଘଣ୍ଟା ପରେ ମିଳିଲା ମୃତଦେହ
  • ||
  • ଯାଜପୁର : ବଙ୍ଗାଳୀ ସାହି ଦୁର୍ଗା ମଣ୍ଡପରୁ ଚୋରି, ମା'ଙ୍କ ରୁପା ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ
  • ||
  • ମଣ୍ଡପରେ ମା’ଙ୍କ ମହାନବମୀ, ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼
  • ||

କାଳିଆ ଯୋଜନାରେ ୧୨ ଲକ୍ଷ ୭୨ ହଜାର ଅଯୋଗ୍ୟ ହିତାଧିକାରୀ ଟଙ୍କା ନେଇଛନ୍ତି : ସିଏଜି

ଭୁବନେଶ୍ବର, ୧୧। : କାଳିଆ  ଯୋଜନାରେ ୧୨ ଲକ୍ଷ ୭୨ ହଜାର ଅଯୋଗ୍ୟ ହିତାଧିକାରୀ ଟଙ୍କା ନେଇଛନ୍ତି । ଯାହା ଦ୍ବାରା ରାଜସ୍ବ କ୍ଷତି ହୋଇଛି। ୭୮୨ କୋଟି ର ରାଜସ୍ବ କ୍ଷତି ହୋଇଛି ବୋଲି ସିଏଜି ରିପୋର୍ଟରେ ଦର୍ଶାଯାଇଛି। ୨୦୧୯-୨୧ ବର୍ଷ ରେ ୬୫.୬୪ ଲକ୍ଷ ହିତାଧିକାରୀ ଙ୍କୁ କାଳିଆ ଦିଆଯାଇଥିଲା। ୪୧.୬୪ ଲକ୍ଷଙ୍କୁ ତିନି ଥର ୮.୦୯ ଲକ୍ଷ ହିତାଧିକାରୀ ଙ୍କୁ ଦୁଇ ଥର ଏବଂ ୧୫ ଲକ୍ଷ ହିତାଧିକାରୀ ଙ୍କୁ କେବଳ ଥରେ କିସ୍ତି ପ୍ରଦାନ କରାଯାଇଛି। ଅଯୋଗ୍ୟ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟ ର ନାଁ ଏବଂ ଆଧାର ନାମ ଅଲଗା ଥିଲା। ଆବଶ୍ୟକ ତାଲିମ ଓ ଦକ୍ଷତା ବିକାଶ ନକରି ୧୪.୦୪ ଲକ୍ଷ ଭୂମିହୀନ କୃଷକଙ୍କୁ ସମସ୍ତ କିସ୍ତି ଦିଆଯାଇଥିଲା ଯାହାକି ଯୋଜନାର ଉଦ୍ଦେଶ୍ୟ କୁ  ସାଧିତ କରି ପାରି ନଥିଲା। 

ସେହିପରି ରାଜ୍ୟର କୌଣସି ସହରରେ ମାଷ୍ଟର ପ୍ଲାନ ହୋଇନାହିଁ। ପୁରୀର କୌଣସି ହୋଟେଲ କମର୍ସିଆଲ କାଟାଗୋରି ନାହିଁ। ସମସ୍ତଙ୍କ କିସମ ଚାଷ ଜମିରେ ରହିଛି। ଏହା ଦ୍ବାରା ସରକାରଙ୍କ ରାଜସ୍ବ ନଷ୍ଟ ହେଉଛି।

ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ରେ ବ୍ୟାପକ ଅନିୟମିତତା ହୋଇଛି। ଯୋଜନାର ପ୍ରକୃତ ଅର୍ଥ ଥିଲା ମୁଖ୍ୟ ରାସ୍ତା ସହ ସଂଯୋଗ। ଏହାର ଅର୍ଥ ହେଉଛି ଜେଇ ନିଜେ ନିଜେ ସ୍ଥିର କରିଥିଲେ କେଉଁଠି ସଡ଼କ ନିର୍ମାଣ ହେବ। କୌଣସି ସର୍ଭେ ହୋଇନାହିଁ। ୨୦୧୯ ସୁଦ୍ଧା ରାଜ୍ୟର ସମସ୍ତ ଗାଁ କୁ ମୁଖ୍ୟ ରାସ୍ତା ସହ ସଂଯୋଗ କରିବାର ଲକ୍ଷ୍ୟ ଥିଲା। ଅଧିକାଂଶ ରାସ୍ତା ବ୍ୟବହାରରେ ଆସୁନାହିଁ। ଖରାପ ଯୋଜନା ପାଇଁ ଉଭୟ ଭୁବନେଶ୍ବର ଏବଂ ରାଉରକେଲା ସ୍ମାର୍ଟ ସିଟି ରେ ଯୋଜନାର ମାତ୍ର ୩୬ ଏବଂ ୩୭ ପ୍ରତିଶତ କାର୍ଯ୍ୟକାରୀ ହୋଇଛି। ଛାତ୍ରଛାତ୍ରୀଙ୍କ ବୃତ୍ତି କ୍ଷେତ୍ରରେ ଜାଲିଆତି ହୋଇଛି। ଭୁଲ ପ୍ରମାଣ ପତ୍ର, ଜାତି ପ୍ରମାଣ ପତ୍ର ଆଧାରରେ ୯୭.୩୨ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି।

ବିଧାନସଭାରେ ସିଏଜି ରିପୋର୍ଟ ଉପସ୍ଥାପିତ ହେବାପରେ ପ୍ରଧାନ ମହାଲେଖାକାର ରାଜକୁମାର, ମହାଲେଖାକାର ବିଶ୍ୱନାଥ ସିଂହ ଏହି ଅଡିଟ ରିପୋର୍ଟ ସମ୍ପର୍କରେ ଏକ ସାମ୍ବାଦିକ ସମ୍ମିଳନୀ ସୂଚନା ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.