ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ସ୍ୱାଭିମାନ ଅଞ୍ଚଳର ଛାତ୍ର କାମ ରାଜୁ ବିଜ୍ଞାନରେ କଲେଜ ଟପ୍ପର, ଡାକ୍ତର ହେବାକୁ ରହିଛି ଆଶା

ମାଲକାନଗିରି ୨୬/୫(ଆପ୍ର ): ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳର ଗରିବ ଆଦିବାସୀ ଛାତ୍ର କାମରାଜୁ ପାଙ୍ଗି ଚଳିତ ବର୍ଷ ବିଜ୍ଞାନରେ ୮୫ ପ୍ରତିଶତ ନମ୍ବର ରଖି କଲେଜ ଟପର ହୋଇଛନ୍ତି। ସେ  ଭବିଷ୍ୟତରେ ଜଣେ ଡାକ୍ତର ହେବା ପାଇଁ ସ୍ଵପ୍ନ  ରଖିଛନ୍ତି।

ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳ ପଣସପୁଟ ଗ୍ରାମର ଚିତୃପାଙ୍ଗି ପତ୍ନୀ ମୂଳା ପାଙ୍ଗି ଓ ପୁଅ କାମରାଜୁ ପାଙ୍ଗି ସହ ରୁହନ୍ତି।  ଚିତୃ ନିଜ ଜମିରେ ଚାଷ କରିବା ସହିତ ପରଘରେ ମୂଳମଜୁରୀ ଲାଗି ପରିବାର ପ୍ରତିପୋଷଣ କରନ୍ତି।  ପୁଅ  କାମରାଜୁ ଭଲପାଠ ପଢ଼ୁଥିବାରୁ ତାଙ୍କୁ କଲେଜରେ ବିଜ୍ଞାନ ପଢ଼ାଇବା ପାଇଁ ଚିତୃ ଚିନ୍ତା  କରିଥିଲେ। ଏହି  ଚିନ୍ତାରେ ଥିବା ବେଳେ ମାଲକାନଗିରି ସତ୍ୟନାରାୟଣ ଆବାସିକ ବିଜ୍ଞାନ ମହାବିଦ୍ୟାଳୟ ର କର୍ତ୍ତୃପକ୍ଷ ପହଞ୍ଚି ରାଜୁଙ୍କୁ  ନିଜ କଲେଜରେ ପଢାଇବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ମାଲକାନଗିରି ସତ୍ୟ ନାରାୟଣ ମହାବିଦ୍ୟାଳୟରେ ଅଧ୍ୟୟନ କରୁଥିବା କାମରାଜୁ ଚଳିତ ବର୍ଷ ଯୁକ୍ତଦୁଇ ବିଜ୍ଞାନରେ ୮୫ପ୍ରତିଶତ ରଖି ସଫଳତା ହାସଲ କରିଛନ୍ତି। ଭକ୍ତ ମହାବିଦ୍ୟାଳୟରେ ଟପର ହୋଇଛନ୍ତି।

କଲେଜ ଟପର ହୋଇଥିବା ଆଦିବାସୀ ଛାତ୍ର କାମରାଜୁ ପାଙ୍ଗି କୁହନ୍ତି ସେ ରାଜ୍ୟରେ ଟପ୍ପର ହେବାକୁ ଚାହୁଁଥିଲେ। ହେଲେ ପରୀକ୍ଷା ପୂର୍ବରୁ ତାଙ୍କ ଦେହ ଅସୁସ୍ଥ ହୋଇପଡ଼ିବାରୁ ପାଠ ପଢାରେ ଅବହେଳା ହେବାରୁ ତାଙ୍କର ମାର୍କ କମିଗଲା। ତଥାପି ସେ ମନଦୁଃଖ କରି ନାହାନ୍ତି । ତାଙ୍କର ଏହି ଶ୍ରେୟ ବାପା, ମା’ ଓ କଲେଜର ପରିଚାଳନା ନିର୍ଦ୍ଦେଶକ ସଞ୍ଜୟ ପାଣିଗ୍ରାହୀ ଓ ଅଧ୍ୟକ୍ଷ,ଅଧ୍ୟାପକ ଓ ଅଧ୍ୟାପିକାଙ୍କୁ ହିଁ ଯିବ ବୋଲି କହିଛନ୍ତି। ଭବିଷ୍ୟତରେ ସେ ଜଣେ ଭଲ ଡାକ୍ତର ହୋଇ ଗରିବଙ୍କ ସେବା କରିବା ପାଇଁ ସ୍ୱପ୍ନ ରଖିଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.