ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଲ୍ୟାଣ୍ଡିଂ ବେଳେ ଅଘଟଣ , ହେଲିପ୍ୟାଡ୍‌ରୁ ତଳକୁ ଓହ୍ଲାଇଲା ହେଲିକପ୍ଟର

ପାଟନା : ବିହାରର ଉଜିଆରପୁର ଲୋକସଭା ଅଞ୍ଚଳର ମୋହାଦ୍ଦି ନଗରରେ ନିର୍ବାଚନ ପ୍ରଚାର ପାଇଁ ଯାଇଥିବା ଲୋକ ଜନଶକ୍ତି ପାର୍ଟି (ରାମ ବିଳାସ) ମୁଖ୍ୟ ଚିରାଗ ପାଶ୍ୱାନଙ୍କର ହେଲିକପ୍ଟର ଦୁର୍ଘଟଣାର ଶିକାର ହୋଇଛନ୍ତି। ବେଳେ ଏହି ଦୁର୍ଘଟଣାରେ ଚିରାଗ ପାଶ୍ୱାନଙ୍କୁ କୌଣସି ଆଘାତ ଲାଗି ନାହିଁ। ପ୍ରାରମ୍ଭିକ ସୂଚନା ଅନୁସାରେ, ଉଜିଆରପୁର ଲୋକସଭା କ୍ଷେତ୍ରର ମୋହିଉଦ୍ଦିନଗରରେ ନିର୍ବାଚନୀ ସଭାକୁ ସମ୍ୱୋଧିତ କରିବାକୁ ଯାଇଥିବା ଚିରାଗ ପାଶ୍ୱାନଙ୍କର ହେଲିକପ୍ଟର ଲ୍ୟାଣ୍ଡିଂ ବେଳେ ହେଲିକପ୍ଟର ହେଲିପ୍ୟାଡ୍‌ରୁ ତଳକୁ ଓହ୍ଲେଇ ଥିଲା ଏବଂ ଏହାର ଚକ ମାଟି ଭିତରତୁ ପଶି ଯାଇଥିଲା। 

ସୌଭାଗ୍ୟ କି, କୌଣସି ପ୍ରକାରର ଅଘଟଣ ଘଟି ନାହିଁ। କୁହାଯାଇଛି କି ଦୁର୍ଘଟଣା ପରେ ମଧ୍ୟ ଚିରାଗ ପାଶ୍ୱାନ ଜନସଭାକୁ ସମ୍ୱୋଧିତ କରିଥିଲେ। 

ଉଲ୍ଲେଖନୀୟ ଯେ, ଏହା ପୂର୍ବରୁ ବେଗୁସରାୟରେ ଅମିତ ଶାହ ମଧ୍ୟ ହେଲିକପ୍ଟର ଦୁର୍ଘଟଣାର ଶିକାର ହେବାରୁ ଅଳ୍ପକେ ବର୍ତ୍ତି ଯାଇଥିଲେ। ସୂଚନା ଅନୁସାରେ , ଚିରାଗ ପାଶ୍ୱାନଙ୍କ ହେଲିକପ୍ଟର ପାଇଁ ଇଟାରେ ହେଲିପ୍ୟାଡ୍‌ ତିଆରି କରାଯାଇ ଥିଲା ସେଠାରେ ଏହାର ଚାରିପଟେ ମାଟି ଥିଲା। ଯାହା ବର୍ଷା କାରଣରୁ ସଂପୂର୍ଣ୍ଣ ରୂପେ ଶୁଖି ନଥିଲା। ଯେବେ ହେଲିକପ୍ଟର ସେଠାରେ ପହଞ୍ଚିଲା ତ ଏହାର ଏକ ଚକ ସେହି ମାଟି ଉପରେ ଚଢି ଗଲା , ଆଉ ସେଠାରେ ପଶି ଗଲା। ହେଲେ ଏହି ସମୟରେ ବଡ଼ ଦୁର୍ଘଟଣା ହେବା ଆଗରୁ ରକ୍ଷା ପାଇ ଯାଇଥିଲା। ଉକ୍ତ ଦୁର୍ଘଟଣାର ଫଟୋ ଚିରାଗ ପାଶ୍ୱାନଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି କରାଯାଇଛି।  

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.