ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ପାରିବାରିକ ଅଶାନ୍ତିରୁ ବାପା, ମାଆ ଓ ପୁଅ ବିଷ ପିଇବା ଘଟଣା : ମାଆ ମୃତ, ଆଇସିୟୁରେ ବାପା-ପୁଅ

ଖଲ୍ଲିକୋଟ ,୨୧।୫ : ଖଲ୍ଲିକୋଟ ଥାନା ଅନ୍ତର୍ଗତ ଡିମିରିଆ ଗ୍ରାମରେ ଗତ ଶନିବାର ରାତିରେ ବିଷ ପିଇ ବାପା, ପୁଅ ଓ ମାଆ ଗୁରୁତର ହୋଇଥିଲେ। ବାପା, ପୁଅ ଆଇସିୟୁରେ ଜୀବନ ମରଣ ସହ ସଂଗ୍ରାମ କରୁଥିବା ବେଳେ ମାଆର ମୃତ୍ୟୁ ଘଟିଥିବା ଜଣାପଡ଼ିଛି ।  

ସୂଚନା ଅନୁଯାୟୀ, ଖଲିକୋଟ ବ୍ଲକ ଅନ୍ତର୍ଗତ ଡିମିରିଆ ଗ୍ରାମର ଶଶି ମୁଦୁଲି, ସ୍ତ୍ରୀ କୁନ୍ତଳା ମୁଦୁଲି ଓ ପୁଅ ଚିତ୍ର ସେନ ମୁଦୁଲି କୌଣସି ଏକ କାରଣ ବଶତଃ ବିଷ ପିଇ ଦେଇଥିଲେ । ଘର ବାରଣ୍ଡାରେ ବସି ମୋବାଇଲ ଦେଖୁଥିବା ଚିତ୍ରସେନ ଙ୍କ ଭାଇ ନାରାୟଣ ମୁଦୁଲି କିଛି ସମୟ ପରେ ଘର ଭିତର କୁ ଯିବା ପରେ ଦେଖିଲା ବେଳକୁ ତିନିଜଣ ଯାକ ତଳେ ପଡ଼ି ଛଟ ପଟ ହେଉଛନ୍ତି।  ନାରାୟଣ ତୁରନ୍ତ ୧୦୮ ଆମ୍ବୁଲାନ୍ସ ଯୋଗେ ସମସ୍ତ ଙ୍କୁ ଖଲ୍ଲିକୋଟ ମେଡ଼ିକାଲ କୁ ନେଇ ଯାଇଥିଲେ । ସେଠାରେ ପ୍ରାଥମିକ ଚିକିତ୍ସା କରାଯାଇ ସେମାନଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରଯାଇଥିଲା । ତେବେ ସେଠାରେ ବିଳମ୍ବିତ ରାତିରେ କୁନ୍ତଳା ମୁଦୁଲିଙ୍କ ମୃତ୍ୟୁ ହୋଇଥିଲା । ରବିବାର କୁନ୍ତଳା ଙ୍କ ଶବ ବ୍ୟବଛେଦ ପରେ ଗାଁ ରେ ଅନ୍ତିମ ସଂସ୍କାର କରାଯାଇଛି।ସେପଟେ ବାପା ଶଶି ମୁଦୁଲି ଓ ପୁଅ ଚିତ୍ର ସେନ ମୁଦୁଲି ବର୍ତ୍ତମାନ ଆଇସିୟୁ ରେ ଜୀବନ ମରଣ ସହ ସଂଘର୍ଷ କରୁଥିବା ଜଣାପଡ଼ିଛି। ତେବେ ପାରିବାରିକ ଅଶାନ୍ତି ରୁ ଏଭଳି ଘଟଣା ଘଟିଥିବା ଗ୍ରାମବାସୀ ସନ୍ଦେହ କରୁଛନ୍ତି।ତେବେ ଶନିବାର ରାତି ରୁ ଏତେବଡ ଘଟଣା ଘଟିଥିଲେ ମଧ୍ୟ ପୋଲିସ ପାଖରେ କୌଣସି ଖବର ନାହିଁ।ଏ ସମ୍ପର୍କରେ ଖଲ୍ଲିକୋଟ ଥାନାରେ କୌଣସି ଅଭିଯୋଗ ହୋଇନଥିବା ଥାନା ଅଧିକାରୀ ନରେଶ କୁମାର ସାହୁ ସୂଚନା ଦେଇଛନ୍ତି ।


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.