ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଲିଙ୍ଗ ଅନୁପାତରେ ୬ଷ୍ଠ ସ୍ଥାନରେ ଓଡ଼ିଶା, ହଜାରେ ପୁଅରେ ୯୨୫ ଝିଅ

ଭୁବନେଶ୍ୱର, ୬।୧୨: ଦେଶରେ ପୁଅଙ୍କ ଅନୁପାତରେ ଝିଅ ସଂଖ୍ୟାରେ କେରଳ ପ୍ରଥମ ସ୍ଥାନରେ ରହିଥିଲା ବେଳେ ଓଡ଼ିଶା ୬ଷ୍ଠ ସ୍ଥାନରେ ରହିଛି । ଓଡ଼ିଶାରେ ପ୍ରତି ହଜାରେ ପୁଅରେ ୯୨୫ ଝିଅ ଅଛନ୍ତି । ଗ୍ରାମାଞ୍ଚଳରେ ଏହି ସଂଖ୍ୟା ୯୨୮ ଥିଲାବେଳେ ସହରାଞ୍ଚଳରେ ୯୦୭ । ରେଜିଷ୍ଟ୍ରାର ଜେନେରାଲ ଅଫ୍‌ ଇଣ୍ଡିଆଙ୍କ ଦ୍ୱାରା ପ୍ରକାଶିତ ସାମ୍ପୁଲ ରେଜିଷ୍ଟ୍ରେସନ୍‌ ସିଷ୍ଟମ୍‌ ରିପୋର୍ଟ-୨୦୨୦ରୁ ଏହି ସୂଚନା ମିଳିଛି । ରାଜ୍ୟରେ ୨୦୧୮ରୁ ୨୦ ମସିହା ମଧ୍ୟରେ ସଂଗ୍ରହ କରାଯାଇଥିବା ତଥ୍ୟରୁ ଏହା ଜଣାପଡ଼ିଛି । ରାଜ୍ୟରେ କନ୍ୟା ରତ୍ନ ଓ କନ୍ୟା ଭ୍ରୂଣ ହତ୍ୟା ରୋକିବା ଭଳି ପଦକ୍ଷେପ କାର୍ଯ୍ୟକ୍ରମ ଜାରି ରହିଛି । ତଥାପି ରାଜ୍ୟରେ ପୁଅଙ୍କ ତୁଳନାରେ ଝିଅ ସଂଖ୍ୟା କମ୍‌ । ଯାହାକି ଚିନ୍ତାଜନକ ବିଷୟ । ଏବେ ବି ସମାଜରେ ଲୋକଙ୍କ ଭିତରେ ଝିଅ ଜନ୍ମକୁ ବୋଝ ବୋଲି ଭାବୁଛନ୍ତି । 

ରାଜ୍ୟ ସରକାରଙ୍କ ପକ୍ଷରୁ କନ୍ୟା ରତ୍ନ ଓ କନ୍ୟା ଭ୍ରୂଣ ହତ୍ୟା ରୋକିବା ଦିଗରେ ଆହୁରି ଅଧିକ ପଦକ୍ଷେପ ନେବାର ଆବଶ୍ୟକତା ବଢ଼ିଯାଇଛି ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ କହିଛନ୍ତି । ଲିଙ୍ଗଗତ ଜନ୍ମଗତ ସନ୍ତୁଳନତା ସମ୍ବନ୍ଧୀୟ ଦୁଇଦିନିଆ କର୍ମଶାଳାରେ ଡା. ପାଣିଗ୍ରାହୀ କହିଛନ୍ତି, କେରଳରେ ୯୭୪ ଝିଅ ଥିଲାବେଳେ ଓଡ଼ିଶାରେ ୯୨୫ ରହିଛି । କେରଳ ପ୍ରଥମ ସ୍ଥାନରେ ଥିବାବେଳେ ଓଡ଼ିଶା ୬ଷ୍ଠ ସ୍ଥାନରେ ରହିଛି । ଓଡ଼ିଶା ପଛକୁ ଛତିଶଗଡ଼ରେ ଏହି ସଂଖ୍ୟା ୯୫୮ ରହିଛି । ହିମାଚଳପ୍ରଦେଶରେ ୯୫୦, ପଶ୍ଚିମବଙ୍ଗରେ ୯୩୬ ଓ ଆନ୍ଧ୍ରପ୍ରଦେଶରେ ୯୨୬ ରହିଛି । ସବୁଠାରୁ କମ୍‌ ଝିଅ ଉତ୍ତରାଖଣ୍ଡରେ ଅଛନ୍ତି । ସେଠାରେ ପ୍ରତି ହଜାରେ ପୁଅରେ ମାତ୍ର ୮୭୭ ଝିଅ ଅଛନ୍ତି । 

୨୦୧୮-୨୦ ମସିହାରେ ରାଜ୍ୟରେ ପ୍ରତି ୧୦୦୦ ପୁଅରେ ୯୨୫ ଝିଅ ଜନ୍ମ ହୋଇଛନ୍ତି । ୨୦୧୬- ୧୮ ମସିହାରେ ଏହି ଅନୁପାତ ଥିଲା ୯୪୮ । ଉପାନ୍ତ ଅପେକ୍ଷା ଉପକୂଳ ଜିଲ୍ଲାରେ ସ୍ଥିତି ସଂଗୀନ ରହିଛି । ୧୦୦୦ ପୁଅଙ୍କ ତୁଳନାରେ ଝିଅଙ୍କ ହାର କମ୍‌ ରହିଛି । ନୟାଗଡ଼ରେ ୮୧୧, ଢେଙ୍କାନାଳରେ ୮୬୫, ସୋନପୁରରେ ୮୮୦, ଅନୁଗୁଳରେ ୮୮୫, ଜଗତସିଂହପୁରରେ ୮୯୭, କେନ୍ଦ୍ରାପଡ଼ାରେ ୮୯୮ ଝିଅ ରହିଛି । କର୍ମଶାଳାରେ ଏନ୍‌ଏଚ୍‌ଏମ୍‌ ଏମ୍‌ଡି ଡାକ୍ତର ବୃନ୍ଦା ଡି., ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ କୁମାର ମହାପାତ୍ର, ଡାକ୍ତର ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ୟୁଏନ୍‌ଡିପି ଓଡ଼ିଶା ମୁଖ୍ୟ ନଦିମ୍‌ ନୂର, ସୂଚନା ଓ ଲୋକସମ୍ପର୍କ ନିର୍ଦ୍ଦେଶକ ସରୋଜ ସାମଲ ପ୍ରମୁଖ ନିଜ ମତ ରଖିଥିଲେ । ରାଜ୍ୟରେ କନ୍ୟା ଭ୍ରୂଣହତ୍ୟା, ଲୋକଙ୍କ ମାନସିକତାରେ ପରିବର୍ତ୍ତନ, ତୃଣମୂଳସ୍ତରରେ ପିସି ଆଣ୍ଡ ପିଏନ୍‌ଡିଟି ଆଇନକୁ କଡ଼ାକଡ଼ି କରିବା, ନାରୀ ଶିକ୍ଷାକୁ ବଢ଼ାଇବ, ସ୍ୱାସ୍ଥ୍ୟ ନୀତିରେ ପରିବର୍ତ୍ତନ ଆଣିବା, ଗ୍ରାମାଞ୍ଚଳରେ ଆଶାଙ୍କୁ ଦାୟିତ୍ୱ ଦେବା ଆଦି ଉପରେ ମତ ପ୍ରକାଶ ପାଇଥିଲା । ବୁଧବାର ‘ପରିବାର ନିୟୋଜନ କ୍ଷେତ୍ରରେ ନୂଆ ପଦ୍ଧତିକୁ ଅନୁସରଣ କରି ୨୦୩୦’ ପାଇଁ ରୋଡ୍‌ ମ୍ୟାପ୍‌ ପ୍ରସ୍ତୁତି ଉପରେ ଆଲୋଚନା ହେବ । ସେଥିରେ ସେକ୍ସ ଏଜୁକେସନ୍‌ ଉପରେ ଆଲୋଚନା ହେବ । 

ବର୍ତ୍ତମାନ ମହିଳାଙ୍କ ପରିବାର ନିୟୋଜନ ଅସ୍ତ୍ରୋପଚାର କରାଯାଉଛି । ଏହିକ୍ଷେତ୍ରରେ ପୁରୁଷଙ୍କ ଅଧିକ ଅସ୍ତ୍ରୋପଚାରକୁ ଗୁରୁତ୍ୱ ଦିଆଯିବ । ବର୍ତ୍ତମାନ ସୁଦ୍ଧା ଯୁବ ସମାଜକୁ ଏହି କ୍ଷେତ୍ରରେ ସାମିଲ କରାଯାଇପାରିନି । ଅତ୍ୟାଧୁନିକ ଉପାୟରେ ପରିବାର ନିୟୋଜନ କରିବାର ହାର ଦେଶରେ ୫୬% ରହିଥିଲା ବେଳେ ଓଡ଼ିଶା ୪୮% ରହିଛି । ଏହାବ୍ୟତୀତ ୨୫ରୁ୨୬% ଦମ୍ପତି ପାରମ୍ପରିକ ପଦ୍ଧତିରେ ପରିବାର ନିୟୋଜନ ଉପାୟ ଅବଲମ୍ବନ କରୁଛନ୍ତି । 

ତେଣୁ ଏହି ଉପାୟ ପାଇଁ ବିଭିନ୍ନ ସମୟରେ ପରିବାର ନିୟୋଜନ ଉପାୟ ସଫଳ ହୋଇପାରୁନି ଏବଂ ପ୍ରସୂତିଙ୍କ ପ୍ରତି ବିପଦ ସୃଷ୍ଟି କରୁଛି । ଟୋଟାଲ ଫର୍ଟିଲିଟ୍‌ ରେଟ୍‌(ଟିଏଫ୍‌ଆର) ୧.୮ରୁ କମାଇବା ଉପରେ ଧ୍ୟାନ ଦିଆଯିବ । ଆଉ ନୂଆ ଉପାୟରେ ଦିଆଯିବାକୁ ଥିବା ‘ଅନ୍ତରା ଇଞ୍ଜେକ୍ସନ୍‌’ ଶୁଭାରମ୍ଭ ହେବ । ଅନ୍ୟପଟରେ ଓଡ଼ିଶାରେ ୨୦୧୯- ୨୦ ମସିହାରେ ଜନ୍ମ ହୋଇଛନ୍ତି ୬ ଲକ୍ଷ ୩୨ ହଜାର ୫୯୧ ଶିଶୁ । ସେଥିରୁ ୩ ଲକ୍ଷ ୨୬ହଜାର ୫୬ ପୁତ୍ର ରହିଥିଲା ବେଳେ ୩ ଲକ୍ଷ ୬ହଜାର ୫୩୫ ଝିଅ ଅଛନ୍ତି । ୨୦୨୦- ୨୧ରେ ୬ ଲକ୍ଷ ୩୫ହଜାର ୬୯୩ ଶିଶୁଙ୍କ ମଧ୍ୟରୁ ୩ଲକ୍ଷ ୨୮ହଜାର ୩୯୪ ପୁତ୍ର ଓ ୩ ଲକ୍ଷ ୭ହଜାର ୨୯୯ ରହିଛନ୍ତି । ୨୦୨୧-୨୨ ମସିହା ମେ ସୁଦ୍ଧା ୬ ଲକ୍ଷ ୨୩ ହଜାର ୬୭୨ ଶିଶୁଙ୍କ ଭିତରୁ ୩ଲକ୍ଷ ୨୧ହଜାର ୭୨୮ ପୁତ୍ର ଓ ୩ଲକ୍ଷ ୧ହଜାର ୯୪୪ କନ୍ୟା ଜନ୍ମ ହୋଇଛନ୍ତି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.