ପ୍ରମୁଖ ଖବର
  • ରାଉରକେଲା : ନାଳରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • ଭୁବନେଶ୍ଵର : ଗ୍ରାହକ ସାଜି ମାଡିବସିଲା ଏସଟିଏଫ୍, ୨ ବଜ୍ରକାପ୍ତା ବେପାରୀ ଗିରଫ
  • ||
  • ନୂଆଦିଲ୍ଲୀ: ମାର୍ଚ୍ଚ ଯାଏ ପିଆଜ ରପ୍ତାନି ବ୍ୟାନ୍, ଉପଲବ୍ଧତା ବଢ଼ାଇ ଦର କମାଇବା ଯୋଜନା
  • ||
  • ମୁମ୍ବାଇ: ଆଜି ଦ୍ୱିତୀୟ ମହିଳା ଟି-ଟ୍ୱେଣ୍ଟି: ସିରିଜ ବିଜୟ ପାଇଁ ଇଂଲଣ୍ଡ ଟିମ୍‌ର ଯୋଜନା, ଭାରତ ପାଇଁ ‘କର ବା ମର’ ସ୍ଥିତି
  • ||
  • ନବରଙ୍ଗପୁର: ଭାଲୁ ସହ ଲଢେ଼ଇ କରି ଜୀବନ ହାରିଲେ ଠିକାଦାର
  • ||
  • ନୂଆଦିଲ୍ଲୀ: ଆଜି ଡବ୍ଲ୍ୟୁପିଏଲ୍‌-୨ ଖେଳାଳି ନିଲାମ: ତାଲିକାରେ ୧୬୫ ଖେଳାଳି, କିଣା ହେବେ ୩୦
  • ||
  • ଲମତାପୁଟରେ ହାଡ଼ଭଙ୍ଗା ଶୀତ, ୯ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଭୁବନେଶ୍ୱର: ଖାଉଟିଙ୍କ ସ୍ୱାଦ ବିଗାଡୁଛି ରସୁଣ ଦର: ୨୫୦ ଟପିଲା ଦାମ୍, ହୋଲ୍‌ସେଲ୍‌ ମୂଲ୍ୟ ୨୧୦ଟଙ୍କା
  • ||
  • ଆଜିଠୁ ‘ସୋଆ’ରେ ଆଇଏନ୍‌ଏଇ ବାର୍ଷିକ ସମ୍ମିଳନୀ, ଯୋଗଦେବେ ଇସ୍ରୋ ଅଧ୍ୟକ୍ଷ ସୋମନାଥଙ୍କ ସମେତ ଦେଶବିଦେଶର ବହୁ ବୈଜ୍ଞାନିକ
  • ||

ଐଶ୍ବର୍ଯ୍ୟା ରାୟଙ୍କ ପ୍ରତି ପାକିସ୍ତାନର ପୂର୍ବତନ କ୍ରିକେଟରଙ୍କ ଅଶ୍ଲୀଳ ମନ୍ତବ୍ୟ, ଚାରିଆଡୁ ନିନ୍ଦା ପରେ ଶେଷରେ କ୍ଷମା ମାଗିଲେ

ନୂଆଦିଲ୍ଲୀ ୧୫।୧୧: ନିକଟରେ ପାକିସ୍ତାନର ପୂର୍ବତନ କ୍ରିକେଟର ଅଲରାଉଣ୍ଡର ଅବଦୁଲ ରଜାକ ଭାରତୀୟ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ବିଷୟରେ ଅଶ୍ଳୀଳ ମନ୍ତବ୍ୟ ଦେଇଛନ୍ତି। ସେ ଏକ ଇଭେଣ୍ଟ ସମୟରେ କୌଣସି ପ୍ରଶ୍ନର ଉତ୍ତର ଦେଇ କହିଥିଲେ, ଯଦି ତୁମେ ଭାବୁଛ ଯେ ମୁଁ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କୁ ବିବାହ କରିବି ଏବଂ ଏକ ଭଲ ସନ୍ତାନ ଜନ୍ମ ଦେବି, ତେବେ ଏହା ସମ୍ଭବ ନୁହେଁ। 

ଯେତେବେଳେ ଅବଦୁଲ ରଜାକ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ବିଷୟରେ ଅପମାନଜନକ ମନ୍ତବ୍ୟ ଦେଉଥିଲେ, ସେତେବେଳେ ପାକିସ୍ତାନର ଅନ୍ୟ ପୂର୍ବତନ କ୍ରିକେଟର ସହିଦ ଆଫ୍ରିଦି, ଦ୍ରୁତ ବୋଲର ଉମର ଗୁଲ ଏବଂ ମିସବା ଉଲ ହକ ମଧ୍ୟ ଉପସ୍ଥିତ ଥିଲେ। ସେମାନେ ଅବଦୁଲ ରଜାକଙ୍କ କଥାରେ ତାଳି ମାରିବା ସହ ହସୁଥିବାର ଦେଖାଯାଇଥିଲା। ଅବଦୁଲ ରଜାକଙ୍କ ଏହି ମନ୍ତବ୍ୟକୁ ନେଇ ଚାରିଆଡେ ସମାଲୋଚନା କରାଯାଇଛି। ଏପରିକି ପାକିସ୍ତାନର ଜଣେ ସାମ୍ବାଦିକ ମଧ୍ୟ ଏହି ଭିଡିଓ ଦେଖିବା ପରେ ରଜାକଙ୍କୁ କଡା ଶବ୍ଦରେ ନିନ୍ଦା କରିଥିଲେ। ସମାଲୋଚନା କରାଯାଇଛି। ଏପରିକି ପାକିସ୍ତାନର ଜଣେ ସାମ୍ବାଦିକ ମଧ୍ୟ ଏହି ଭିଡିଓ ଦେଖିବା ପରେ ରଜାକଙ୍କୁ କଡା ଶବ୍ଦରେ ନିନ୍ଦା କରିଥିଲେ। ଚାରିଆଡୁ ନିନ୍ଦା ପରେ ରଜାକ୍ କ୍ଷମା ମାଗିଛନ୍ତି। ସେ କହିଛନ୍ତି, ଐଶ୍ବର୍ଯ୍ୟାଙ୍କ ବିଷୟରେ କୌଣସି ଖରାପ ଭାବନା ନେଇ କହିନି। କେବଳ ପାଟିରୁ କଥା ସ୍ଲିପ୍ କରିଗଲା। ସେଥିପାଇଁ କ୍ଷମା ମାଗୁଛି। ସେଭଳି ଆଫ୍ରିଦି କହିଛନ୍ତି, ସେ କଥା ଠିକ୍‌ରେ ନବୁଝି ହସି ଦେଇଥିଲେ।

ଗୋଟିଏ ପଟେ କ୍ରିକେଟ୍ ବିଶ୍ୱକପ୍ ୨୦୨୩ ରେ ପାକିସ୍ତାନ ଖରାପ ପ୍ରଦର୍ଶନ ଥିଲା। ତେଣୁ ସେମିଫାଇନାଲରେ ପ୍ରବେଶ କରିବାରେ ବିଫଳ ହୋଇଥିବାବେଳେ ଅନ୍ୟପଟେ ପାକିସ୍ତାନୀ ପୂର୍ବତନ କ୍ରିକେଟର ଜଣେ ଭାରତୀୟ ଅଭିନେତ୍ରୀଙ୍କୁ ଦେଇଥିବା ବିବାଦୀୟ ମନ୍ତବ୍ୟ ଅନେକ ପ୍ରଶ୍ନ ସୃଷ୍ଟି କରିଛି। ଏହି ଘଟଣା ସହ ଜଡିତ ଏକ ଭିଡିଓ ସୋସିଆଲ ମିଡିଆ ପ୍ଲାଟଫର୍ମରେ ମଧ୍ୟ ଭାଇରାଲ ହେଉଛି। 

ତେବେ ଏହା ପ୍ରଥମ ଘଟଣା ନୁହେଁ, ଅବଦୁଲ ରଜାକ କାହା ଉପରେ ଦେଇଥିବା ବିବୃତ୍ତିକୁ ନେଇ ବିବାଦରେ ଛନ୍ଦି ହୋଇପଡିଛନ୍ତି।  ପୂର୍ବରୁ ସେ ଅଷ୍ଟ୍ରେଲିଆର ଗ୍ଲେନ ମ୍ୟାକଗ୍ରାଥ ଏବଂ ପାକିସ୍ତାନର ୱାସିମ ଆକ୍ରାମଙ୍କ ଭଳି ବୋଲରଙ୍କ ତୁଳନାରେ ଭାରତୀୟ କ୍ରିକେଟର ଜସପ୍ରୀତ ବୁମ୍ରାଙ୍କୁ ‘ବେବି’ (ଛୋଟ ଶିଶୁ) ବୋଲର ବୋଲି କହିଥିଲେ। ମହିଳା କ୍ରିକେଟର ନିଦା ଦାରଙ୍କ ଉପରେ ମନ୍ତବ୍ୟ ଦେଇ  କହିଥିଲେ, ସେ ଜଣେ ମହିଳାଙ୍କ ଅପେକ୍ଷା ପୁରୁଷ ଭଳି ଅଧିକ ଦେଖାଯାନ୍ତି |

Copyright © 2022 - Summa Real Media Private Limited. All Rights Reserved.