ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ନିଜ ଲୋକଙ୍କ ଜୀବନ ସହ ଖେଳୁଛି ପାକିସ୍ତାନ , ଏମିତି ଭାବେ ମରିବାକୁ କରୁଛି ବାଧ୍ୟ

ଲାହୋର : କରଜରେ ବୁଡି ଥିବା ପାକିସ୍ତାନରେ ସାଧାରଣ ଲୋକଙ୍କ ପାଇଁ ଜିଇଁବା ମୁସ୍କିଲ ହୋଇ ଯାଇଛି। ଏହି କଥା କାହାକୁ ଅଛପା ନାହିଁ କି ପାକିସ୍ତାନରେ ମହଙ୍ଗା ପ୍ରତିଦିନ ସାଧାରଣ ଲୋକଙ୍କୁ ଅଣନିଶ୍ୱାସୀ କରି ଦେଉଛି। ସେଠାରେ ଏବେ ନିମ୍ନ କ୍ୱାଲିଟିର ଘରୋଇ ଗ୍ୟାସ ସିଲିଣ୍ଡର ଲୋକଙ୍କ ଜୀବନ ପ୍ରତି ବିପଦ ପାଲଟିଛି। ବଲୁଚିସ୍ତାନର ହବ୍‌ ଜିଲ୍ଲାର ଦାମବନ୍ଦର ତହସିଲରେ ଏକ ଘରେ ନିଆଁ ଲାଗି ଯାଇଛି, ଯେଉଁଥିରେ ଅନେକ ମତ୍ସ୍ୟଜୀବୀଙ୍କ ଘର ସବୁ ଜଳି ଯାଇଛି। ପାକିସ୍ତାନରେ ନିମ୍ନ ମାନର ଗ୍ୟାସ୍‌ ସିଲିଣ୍ଡରରୁ ଲିକ୍ ହେଉଥିବାରୁ ଏହିପରି ଘଟଣା ସବୁ ସାଧାରଣ ପାଲଟିଛି, ଏହାସତ୍ତ୍ୱେ ଏହାର ପାକିସ୍ତାନ ପ୍ରଶାସନ ଆଖି ବୁଜି ବସିଛନ୍ତି।

ଡନ୍‌ ନ୍ୟୁଜ୍‌ ମୁତାବିକ, ପୁଲିସ ପ୍ରବକ୍ତା କହିଛନ୍ତି କି, ଦାମବନ୍ଦରରେ ସିଲିଣ୍ଡର ଫାଟିବା ଦ୍ୱାରା କ୍ୱାର୍ଟର ଗୁଡ଼ିକରେ ନିଆଁ ଲାଗି ଯାଇଛି ଏବଂ ମତ୍ସ୍ୟଜୀବୀଙ୍କ ଅନେକ ଘର କ୍ୱାର୍ଟର ନିଆଁ ପ୍ରଭାବରେ ପଡିଯାଇଛି। ପୁଲିସ ପ୍ରବକ୍ତା କହିଛନ୍ତି କି, ଅଗ୍ନିଶମ କର୍ମଚାରୀ ନିଆଁ ଲିଭାଇବାର ପ୍ରୟାସରେ ଲାଗି ପଡ଼ିଥିଲେ। ସେ ଆହୁରି କହିଛନ୍ତି , ନିଆଁ ଲାଗିବା ଯୋଗୁଁ କ୍ୱାର୍ଟର ମାଲିକଙ୍କର କୋଟି କୋଟି ଟଙ୍କାର କ୍ଷତି ହୋଇଛି। ଏମିତି କୁହାଯାଉଛି କି, ନିମ୍ନ ମାନର ଏଲପିଜି ସିଲିଣ୍ଡରରେ ଲିକ୍‌ ହେବାରୁ ଏହି ଦୁର୍ଘଟଣା ଘଟିଛି।

ପାକିସ୍ତାନୀ ଖବର କାଗଜ ଡନ୍‌ର ରିପୋର୍ଟ ମୁତାବିକ, ନିମ୍ନମାନର ଏଲପିଜି ସିଲିଣ୍ଡରର ନିର୍ମାଣ ଓ ବିକ୍ରି ପରେ ଦୁର୍ଘଟଣାରେ ଗ୍ୟାସ ନିୟାମକ ପ୍ରାଧିକରଣର ପୋଲ୍‌ ଖୋଲି ଯାଇଛି। ସଦ୍ୟ ଏକ ରିପୋର୍ଟରୁ ଜଣାପଡ଼ିଛି କି ପଞ୍ଜାବ ପ୍ରାନ୍ତରେ ଗତ ଦୁଇ ବର୍ଷ ବେଳେ ଏଲପିଜି ସିଲିଣ୍ଡରର ଲିକ୍‌ ହେବା ଓ ବିସ୍ଫୋରଣ କାରଣରୁ ନିଆଁ ଲାଗିବାରେ ମୋଟ ୩୨୮ଟି ଘଟଣା ଘଟିଛି। 

ଲାହୋରରେ ଏମିତି ୧୦୭ଟି ଘଟଣାରେ ଆଗରେ ରହିଛି। ଏହାପରେ ଫୈସଲାବାଦରେ ୩୫ ଓ ରାୱଲପିଣ୍ଡିରେ ୩୨ଟି ଘଟଣା ରୁଜୁ ହୋଇଛି। ଏହିସବୁ ଘଟଣାରେ ଅତି କମ୍‌ରେ ୧୭ଜଣ ନାଗରିକଙ୍କ ମୃତ୍ୟୁ ହୋଇଛି। ୧୩୩ ବ୍ୟକ୍ତିଙ୍କୁ ଅଧିକ ଆହତ କାରଣରୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.