ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବହୁ ଚର୍ଚ୍ଚିତ ‘ପରୀ’ ଦୁଷ୍କର୍ମ ଏବଂ ହତ୍ୟା ମାମଲା: ନିମ୍ନ ଅଦାଲତରୁ ରେକର୍ଡ ତଲବ

କଟକ,୦୪/୦୪: ନୟାଗଡ଼ର ବହୁ ଚର୍ଚ୍ଚିତ ‘ପରୀ’ ଦୁଷ୍କର୍ମ ଏବଂ ହତ୍ୟା ଘଟଣାରେ ନିମ୍ନ ଅଦାଲତ ଦ୍ୱାରା ଦଣ୍ଡିତ ମୁଖ୍ୟ ଅଭିଯୁକ୍ତ ସରୋଜ ସେଠୀଙ୍କ ଆବେଦନକୁ ବିଚାର ପାଇଁ ହାଇକୋର୍ଟ ଗ୍ରହଣ କରିଛନ୍ତି ।  ହାଇକୋର୍ଟ ବୁଧବାର ଏହି ମାମଲାର  ପ୍ରାଥମିକ ଶୁଣାଣି କରି ନିମ୍ନ ଅଦାଲତରୁ ଏହି ଘଟଣା ସଂକ୍ରାନ୍ତ ରେକର୍ଡ଼ ତଲବ  କରିଛନ୍ତି । ବିଚାରପତି ଜଷ୍ଟିସ୍‌ ସଙ୍ଗମ  କୁମାର ସାହୁ ଏହି ନିର୍ଦ୍ଦେଶ ଦେଇଛନ୍ତି । 

୨୦୨୦ ଜୁଲାଇ ୧୪ରେ ପରୀ  ନିଖୋଜ ହୋଇଯାଇଥିଲେ । ଏହାର ପ୍ରାୟ ୭ଦିନ ପରେ ପାଖ ଏକ ପୋଖରୀରୁ  ଅଖାରେ ବନ୍ଧା ହୋଇ ରହିଥିବା ଏକ  ଗଳିତ ମୃତଦେହ ମିଳିଥିଲା । ଏହାର  ଡିଏନ୍‌ଏ ପରୀକ୍ଷା ହେବାରୁ ତାହା ପରୀଙ୍କର  ବୋଲି ଜଣାପଡ଼ିଥିଲା । ଘଟଣା ରାଜ୍ୟରେ  ଚହଳ ସୃଷ୍ଟି କରିଥିଲା । ରାଜ୍ୟ ସରକାର  ଏହାର ତଦନ୍ତ ପାଇଁ ବରିଷ୍ଠ ଆଇପିଏସ୍‌  ଅଫିସର ଅରୁଣ ବୋଥ୍ରାଙ୍କ ଅଧ୍ୟକ୍ଷତାରେ ଏସ୍‌ଆଇଟି ଗଠନ କରିଥିଲେ । ଏସ୍‌ଆଇଟି  ମାମଲାର ତଦନ୍ତ କରି ନାବାଳକ ସରୋଜ  ସେଠୀକୁ ଗିରଫ କରିଥିଲା । ନୟାଗଡ଼  ଅତିରିକ୍ତ ସେସନ୍ସ ଜଜ୍‌ ତଥା ଚିଲଡ୍ରେନ୍‌  କୋର୍ଟ ଗତ ଫେବ୍ରୁଆରୀ ୬ରେ ସରୋଜ  ସେଠୀକୁ ଦୋଷୀ ସାବ୍ୟସ୍ତ କରି ୨୦ବର୍ଷ  ଜେଲ୍‌ଦଣ୍ଡରେ ଦଣ୍ଡିତ କରିଥିଲେ ।  ଏହି ଆଦେଶ ବିରୋଧରେ ଶ୍ରୀ ସେଠୀ  ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.