ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଭାରତୀୟ ରିଜର୍ଭ ବ୍ୟାଙ୍କର ବଡ଼ ସଫଳତା, ବ୍ରିଟେନ୍‌ରୁ ଫେରାଇ ଆଣିଲା ୧୦୦ ଟନ୍‌ ସୁନା

Image Courtesy: aajtak

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ ବ୍ରିଟେନରୁ ୧୦୦ ଟନ୍‌ରୁ ଅଧିକ ସୁନା ଫେରାଇ ଆଣିଛି । ଆଉ ଏହାକୁ ନିଜର ଭଣ୍ଡାରକୁ ସ୍ଥାନାନ୍ତର କରିବ । ବିଜନେସ୍‌ ଟୁଡେର ରିପୋର୍ଟ ଅନୁସାରେ, । ବିଜନେସ୍‌ ଟୁଡେର ରିପୋର୍ଟ ଅନୁସାରେ, ଆଗାମୀ ଦିନରେ ଆହୁରି ଅଧିକ ସୁନା ଦେଶକୁ ଫେରିବ । । ୧୯୯୧ରୁ ବ୍ରିଟେନରେ ଥିବା ସୁନାକୁ ପ୍ରଥମ ଥର ଲାଗି ଆରବିଆଇ ଷ୍ଟକ୍‌ରେ ସାମିଲ କରାଯାଇଛି । ଆରବିଆଇ ଦ୍ବାରା ଜାରି ବାର୍ଷିକ ରିପୋର୍ଟ ଅନୁସାରେ, ୩୧ ମାର୍ଚ୍ଚ ୨୦୨୪ ପର୍ଯ୍ୟନ୍ତ କେନ୍ଦ୍ର ସରକାରଙ୍କ ପାଖରେ ନିଜର ବିଦେଶୀ ମୁଦ୍ରା ଭଣ୍ଡାରରେ ୮୨୨.୧୦ ଟନ୍‌ ସୁନା ରହିଛି। ଗତବର୍ଷ ଏହାର ପରିମାଣ ୭୯୪.୬୩ ଟନ୍ ଥିଲା । କିନ୍ତୁ ସେଥିମଧ୍ୟରୁ ୪୧୩.୮ ଟନ୍‌ ସୁନା ବିଦେଶୀ ବ୍ୟାଙ୍କରେ ରହିଛି ।  

୧୯୯୧ରେ ଚନ୍ଦ୍ରଶେଖରଙ୍କ ସରକାର ୪୦୦ ମିଲିୟନ୍‌ ଡଲାର ଯୋଗାଡ଼ କରିବା ଲାଗି ବ୍ୟାଙ୍କ ଅଫ ଇଂଲଣ୍ଡ ଏବଂ ବ୍ୟାଙ୍କ ଅଫ ଜାପାନ ପାଖରେ ୪୬.୯୧ ଟନ୍ ସୁନା ରଖିଥିଲେ । ସେହିଭଳି ୧୫ ବର୍ଷ ପୂର୍ବରୁ ଆରବିଆଇ ଅନ୍ତର୍ଜାତୀୟ ମୁଦ୍ରା କୋଷ ପାଖରୁ ପ୍ରାୟ ୨୦୦ ଟନ୍ ସୁନା କ୍ରୟ କରିଥିଲା ।ଏହା ଦ୍ବାରା ଗତ କିଛି ବର୍ଷ ମଧ୍ୟରେ ଆରବିଆଇ ଦ୍ବାରା କ୍ରୟ କରାଯାଇଥିବା ସୁନାର ଷ୍ଟକରେ ଲଗାତାର ବୃଦ୍ଧି ଘଟିଛି । 

ମହଙ୍ଗା ମାଡ଼ରୁ ରକ୍ଷା ପାଇବାକୁ ଏବଂ ବିଦେଶୀ ମୁଦ୍ରା ଭଣ୍ଡାରକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଆରବିଆଇ ଏଭଳି ନିଷ୍ପତ୍ତି ନେଉଛି । ୨୦୧୭ ପାଖରୁ ଆରବିଆଇ ନିୟମିତ ଭାବେ ସୁନା ଜମା କରିଆସିଛି । ଦେଶର ମୋଟ ବିଦେଶୀ  ଭଣ୍ଡାରରେ ସୁନା ୨୦୨୩ରୁ ୭.୭୫ ପ୍ରତିଶତରୁ ବଢ଼ି ୨୦୨୪ ଶେଷ ସୁଦ୍ଧା ୮.୭ ପ୍ରତିଶତରେ ପହଞ୍ଚିଯିବ । ଓ୍ବାର୍ଲଡ ଗୋଲ୍ଡ କାଉନସିଲର ତଥ୍ୟ ଅନୁସାରେ, ବିଶ୍ବର କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ ପାଖରେ ଏବେ ସୁଦ୍ଧା ଖନନ ହୋଇଥିବା ସୁନାର ୧୭ ପ୍ରତିଶତ ଗଚ୍ଛିତ ରହିଛି । ୨୦୨୩ ଶେଷ ସୁଦ୍ଧାର ଏହି ସୁନାର ପରିମାଣ ୩୬, ୬୯୯ ମେଟ୍ରିକ୍ ଟନ୍ ରହିଥାଇପାରେ । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.