ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଯେବେ ହେଲନଙ୍କ ସହ ରିଲେସନରେ ଥିଲେ ସଲିମ୍‌, ସଲମାନ ଓ ଅରବାଜଙ୍କୁ ନିଜ ଠାରୁ ଦେଇଥିଲେ ଦୂରେଇ ...କାହିଁକି ଜାଣନ୍ତୁ

ମୁମ୍ୱାଇ : ଅରବାଜ ଖାନ ଓ ତାଙ୍କର ପିତା ତଥା ସ୍କ୍ରିନ ରାଇଟର ସଲିମ ଖାନଙ୍କ ଏକ ଭିଡ଼ିଓ ଭାଇରାଲ ହେଉଛି। ଏମିତି ତ ଏହି ଭିଡ଼ିଓ ଅରବାଜଙ୍କ ଏକ ଶୋ’ର , କିନ୍ତୁ ଏବେ ଏହାକୁ ସେୟାର କରିଛନ୍ତି ଅନକଟ୍‌ ଭର୍ସନ ସହ। ଏହି ସମୟରେ ସଲିମ କହିଛନ୍ତି କି, କେମିତି ଦ୍ୱିତୀୟ ପତ୍ନୀ ହେଲନଙ୍କ ସହ ତାଙ୍କର ରିଲେସନସିପ୍ ବେଳେ ସେ ଅରବାଜ ଓ ସଲମାନ ଖାନଙ୍କୁ ନେଇ ଏକ ବଡ଼ ନିଷ୍ପତ୍ତି ନେଇ ଥିଲେ। ସେମାନେ ଦୁହିଁଙ୍କୁ ଘର ଠାରୁ ଦୂରକୁ ପଠାଇ ଦେଇଥିଲେ।

ବଲିଉଡ୍‌ ହଙ୍ଗାମାରେ ସେୟାର କରିଯାଇ ଥିବା ଏହି ଭିଡ଼ିଓରେ ଅରବାଜ ସଲିମଙ୍କୁ ପଚାରୁଛନ୍ତି , କାହିଁକି ସେ ତାଙ୍କୁ ଓ ସଲମାନଙ୍କୁ ବୋର୍ଡିଂ ସ୍କୁଲ୍‌ ପଠାଇ ଦେଇ ଥିଲେ ,ଯେବେ ସେ ହେଲନଙ୍କ ସହ ରିଲେସନସିପ୍‌ରେ ଥିଲେ। ଏହା ଉପରେ ସଲିମ୍ କହିଛନ୍ତି, ବାସ୍‌ କେବଳ ଏହି ରାସ୍ତା ଥିଲା , କାରଣ ଏଥିରେ ଯେମିତି ତୁମର ପାଠପଢାରେ କୌଣସି ପ୍ରଭାବ ନପଡ଼ୁ। ବାସ୍ତବ କଥା କି ଏହି କଥାରେ ତୁମେ ଡିଷ୍ଟର୍ବ ହୋଇଥାନ୍ତି , ଆଉ ଏହା ପାଠପଢାରେ ପ୍ରଭାବ ପଡ଼ିଥାନ୍ତା। କିନ୍ତୁ ମୁଁ ୨ ବର୍ଷରେ ତୁମକୁ ପୁଣି ଫେରେଇ ଆଣି ଥିଲି। 

ଅରବାଜ ପୁଣି କହୁଛନ୍ତି , ତୁମେ ସବୁ ସମ୍ଭାଳି ନେଲ ଓ କାହାକୁ ବି ଛାଡ଼ିଲନି। ଏହାର ଜବାବରେ ସଲିମ୍‌ କହିଛନ୍ତି , ଏହି ସମୟରେ ବଡ଼କଥା ଏହା ଥିଲା କି, ମୋର ଇଣ୍ଟେସନ କନଭେ ହେଉ ଥିଲା। ପିଲାଙ୍କ ଉପରେ ମଧ୍ୟ ମୋର ଇଣ୍ଟେସନ କନଭେ ହେଉଥିଲା , ଘରଲୋକଙ୍କ ଉପରେ ମଧ୍ୟ ଏବଂ ସମସ୍ତଙ୍କ ଉପରେ ମଧ୍ୟ ହେଉଥିଲା। ତାଙ୍କୁ ଜଣା ଥିଲା କି, ଏହି ପରିବାରକୁ ଛାଡ଼ି ପାରିବେ ନାହିଁ। ସର୍ବ ପ୍ରଥମେ ତମର ମମ୍ମି ତାଙ୍କୁ ଗ୍ରହଣ କରି ଥିଲେ ଏବଂ ଏହାପରେ ଯିବା ଆସିବା ଆରମ୍ଭ ହୋଇଗଲା ଏବଂ ପୁଣି ସମସ୍ତେ ଭଲରେ ରହିବାକୁ ଲାଗିଲେ। 

ସଲିମ୍‌ ଆହୁରି କହୁଛନ୍ତି , ଏହି ରିଲେସନସିପ୍‌ ବହୁତ ଲୋକେ ଫିଲ୍ମରେ ଟ୍ରାଏଲ କଲେ। ବାହାରେ ବି ଟ୍ରାଏଲ କରିଥିବେ ବୋଧେ। କିନ୍ତୁ ଏମିତି କେହି କରି ନଥିବ, କାରଣ ଆପଣଙ୍କୁ ସମାନ ଭାବେ ସବୁ ଦେବାକୁ ହୋଇଥାଏ, ତାହା ବାସ୍ତବରେ ଖୁବ୍‌ ମୁସ୍କିଲ। 


ହେଲେନଙ୍କ ସହ ରିଲେସନ ବିଷୟରେ କହିବା ପୂର୍ବରୁ ସଲମାଙ୍କ ସହ ତାଙ୍କର ବିବାହ ଘଟଣାକୁ ମନେପକାଇଛନ୍ତି ସଲିମ୍‌। କହିଛନ୍ତି , ଯେଉଁଠି ମୁଁ ରହୁଥିଲି ତାର ସାମନାରେ ସଲମା ରହୁଥିଲେ। ଆମ ମଧ୍ୟରେ କଥାବାର୍ତ୍ତା ହେଲା ଏବଂ ଆମେ ପରସ୍ପରକୁ ଭେଟିଲୁ। ମୁଁ ପୁଣି ଦିନେ ସଲମାଙ୍କୁ କହିଲି କି ବହୁତ ହୋଇଗଲା ଲୁଚି ଲୁଚି ଭେଟିବା , ଏବେ ତୁମର ମାତାପିତାଙ୍କୁ ଭେଟିବା । ମୁଁ ସଲମାଙ୍କ ମାତାପିତାଙ୍କୁ ଭେଟିଲି ଏବଂ ସେ ବିବାହ ପାଇଁ ମନା କରି ଦେଲେ। କାରଣ ଉଭୟଙ୍କର ଧର୍ମ ଥିଲା ଅଲଗା। ମୁଁ ଏହି ସମୟରେ ୨୪ ବର୍ଷର ଥିଲି ଏବଂ  ତାଙ୍କୁ କହୁଥିଲି କି ଆପଣଙ୍କ ଝିଅ ଓ ମୋ ମଧ୍ୟରେ ୧୭୬୦ ସମସ୍ୟା ଆସିପାରେ, କିନ୍ତୁ ଧର୍ମକୁ ନେଇ କେବେ କୌଣସି ସମସ୍ୟା ହେବ ନାହିଁ । ଏହାପରେ ମୁଁ ଓ ସଲମା କୋର୍ଟରେ ମ୍ୟାରେଜ୍‌ କଲୁ। କିନ୍ତୁ ସଲମାଙ୍କ ପିତା ଆମର ସଂପର୍କଙ୍କୁ ୧୦ ବର୍ଷ ଯାଏ ଗ୍ରହଣ କଲେ ନାହିଁ । ସବୁଠୁ ଛୋଟ ପୁଅ ସୋହେଲଙ୍କ ଜନ୍ମ ପରେ ସେ ଆମ ପାଖରୁ ଆସିଲେ,ଆମକୁ ଟିକେ ଅନେଇ ପୁଣି ଚାଲିଗଲେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.