ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବିଭିନ୍ନ ପଦ ପଦବୀରୁ ଇସ୍ତଫା ଦେଲେ ବରିଷ୍ଠ ନେତା ସୁର, କହିଲେ ମଲା ଯାଏଁ କଂଗ୍ରେସରେ ରହିବି

ଭୁବନେଶ୍ଵର, ୨୭/୦୩ : କଂଗ୍ରେସର ବିଭିନ୍ନ ପଦ ପଦବୀରୁ ଇସ୍ତଫା ଦେଲେ ବରିଷ୍ଠ ନେତା ସୁର ରାଉତରାୟ। କଂଗ୍ରେସ କ୍ୟାମ୍ପେନ କମିଟି ଉପାଧ୍ୟକ୍ଷ ପଦ, ପିଇସି ସଦସ୍ୟ ପଦ ଏବଂ ରାଜନୈତିକ ବ୍ୟାପାର ସଦସ୍ୟ ପଦରୁ ସେ ଇସ୍ତଫା ଦେଇଛନ୍ତି। ସାନ ପୁଅ ମନ୍ମଥ ରାଉତରାୟ ବିଜେଡିରେ ଯୋଗ ଦେବା ପରେ ସୁର ଏଭଳି ନିଷ୍ପତ୍ତି ନେଇଛନ୍ତି। ତେବେ କଂଗ୍ରେସର ପଦ ପଦବୀ ଛାଡ଼ିବା ପରେ ସେ କଂଗ୍ରେସରେ ରହିବେ ବୋଲି କହିଛନ୍ତି।

ସେପଟେ ସୁରଙ୍କ ପୁଅ ମନ୍ମଥ ରାଉତରାୟ ବିଜେଡିରେ ବିଧିବଦ୍ଧ ଭାବେ ସାମିଲ ହୋଇଛନ୍ତି। ଏନେଇ ସୁର କହିଛନ୍ତି ଯେ, ମୁଁ ମୋର ମୃତ୍ୟୁ ଯାଏଁ କଂଗ୍ରେସରେ ରହିବି। ମୋ ପୁଅ ସାବାଳକ ହୋଇଯାଇଛି। ତେଣୁ ସେ ଯେଉଁ ଦଳକୁ ଯିବ ମୁଁ ସମର୍ଥନ କରିବି। ସେ ଯେଉଁ ଦଳରେ ଠିଆ ହେବ ସେହି ଦଳକୁ ଜିତାଇବୁ। ମୋ ସମର୍ଥକମାନେ ମଧ୍ୟ ସମର୍ଥନ କରିବେ। ମୁଁ କଂଗ୍ରେସ ଲୋକ, ବିଜେଡି ପାର୍ଟି ଅଫିସ୍ ମାଟି ମାଡ଼ିବି ନାହିଁ।  

  • prameyanews
  • PrameyaOdia
  • prameya
  • General Election 2024
  • Odisha election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.