ପ୍ରମୂଖ ଖବର
  • ବଜେଟ୍ ୨୦୨୪: ସଂସଦରେ ଜାମ୍ମୁ-କାଶ୍ମୀର ବଜେଟ୍ ଉପସ୍ଥାପିତ
  • ||
  • ବଜେଟ ୨୦୨୪: ଓଡ଼ିଶା ପର୍ଯ୍ୟଟନର ବିକାଶ ପାଇଁ ବଡ଼ ଘୋଷଣା, ପର୍ଯ୍ୟଟନର ବିକାଶ ପାଇଁ ମିଳିବ ଆର୍ଥିକ ସହାୟତା
  • ||
  • ବଜେଟ୍ ୨୦୨୪: ସରକାରୀ ସହାୟତାରେ ଛାତ ଉପରେ ଲାଗିବ ସୋଲାର ପ୍ୟାନେଲ, ପ୍ରତି ଘରୁ ମାସିକ ୩ଶହ ୟୁନିଟ ବିଜୁଳି ଉତ୍ପାଦନ ଲକ୍ଷ୍ୟ
  • ||
  • ବଜେଟ ୨୦୨୪:୧ କୋଟି ଘରକୁ ମାଗଣା ବିଜୁଳି ଯୋଗାଣ ହେବ,ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମୁକ୍ତ ବିଜୁଳି ଯୋଜନାରେ ମିଳିବ ସୁବିଧା
  • ||
  • ବଜେଟ୍୨୦୨୪: ବନ୍ୟା ମୁକାବିଲା ପାଇଁ ବିହାରକୁ ୧୧, ୫୦୦ କୋଟିର ସହାୟତା,ଆସାମ, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ସିକିମ୍‌କୁ ମିଳିବ ସହାୟତା
  • ||
  • ବଜେଟ ୨୦୨୪: ବନ୍ୟା ନିୟନ୍ତ୍ରଣ ପାଇଁ ସହାୟତା ଘୋଷଣା,ବନ୍ୟା କ୍ଷତିଗ୍ରସ୍ତ ୫ଟି ରାଜ୍ୟକୁ ସ୍ୱତନ୍ତ୍ର ସହାୟତାର ଘୋଷଣା
  • ||
  • ବଜେଟ ୨୦୨୪: ଜମିବାଡ଼ି ସୁବ୍ୟବସ୍ଥିତ କରିବାକୁ ଆରମ୍ଭ ହେବ ଭୂ-ଆଧାର, ଭୂ-ଆଧାର ଜରିଆରେ ଜମିବାଡ଼ି ଡିଜିଟାଇଜେସନ ହେବ
  • ||
  • ବଜେଟ୍ ୨୦୨୪: ମୁଦ୍ରା ଲୋନ୍‌ ୨୦ ଲକ୍ଷକୁ ବୃଦ୍ଧି ଘୋଷଣା କଲେ ଅର୍ଥମନ୍ତ୍ରୀ,ଧାର୍ଯ୍ୟ ସମୟରେ ପୈଠ କରିଥିବା ବ୍ୟକ୍ତି ଲୋନ୍‌ ପାଇପାରିବେ
  • ||
  • ବିଜେଟ୍ ୨୦୨୪-୨୫: ଗୟାରେ ହେବ ଇଣ୍ଡଷ୍ଟିଆଲ୍ କରିଡ଼ିର, ୧ ହଜାର ଆଇଟିଆଇକୁ ଅପଗ୍ରେଡ୍ କରାଯିବ
  • ||
  • ବିହାର, ଆନ୍ଧ୍ରପ୍ରଦେଶ ପାଇଁ ବଡ଼ ଘୋଷଣା କଲେ ଅର୍ଥମନ୍ତ୍ରୀ, ପୋଲାଭରମ ପ୍ରକଳ୍ପ ଶୀଘ୍ର ସମାପ୍ତ ହେବ, ବିହାରରେ ଏୟାରପୋର୍ଟ, ମେଡିକାଲ କଲେଜ ବିକାଶ
  • ||
  • ସପ୍ତମ ଥର ପାଇଁ ବଜେଟ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
  • ||
  • ବିଧାନସଭା ଅଧିବେଶନର ଦ୍ବିତୀୟ ଦିନ, ୪ଟା ଯାଏଁ ଗୃହ ମୁଲତବି
  • ||

ସୁପ୍ରିମକୋର୍ଟଙ୍କ କଡା ଭର୍ତ୍ସନା ପରେ ତାମିଲନାଡୁ ରାଜ୍ୟପାଳଙ୍କ ୟୁ-ଟର୍ଣ୍ଣ, ପୋନମୁଡିଙ୍କୁ ମନ୍ତ୍ରୀଭାବରେ କରାଇବେ ଶପଥ ପାଠ

ନୂଆଦିଲ୍ଲୀ,୨୨।୩: ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ପରେ ଶେଷରେ ଡିଏମ୍‌କେର ବରିଷ୍ଠ ବିଧାୟକ କେ.ପୋନମୁଡି ମନ୍ତ୍ରୀ ଭାବରେ ଶପଥ ନେବେ। ପୋନମୁଡିଙ୍କୁ ଶପଥ ପାଠ କରାଇବେ ତାମିଲନାଡୁର ରାଜ୍ୟପାଳ ଆରଏନ୍ ରବି। କୁହାଯାଉଛି ଯେ, ଶୁକ୍ରବାର ମଧ୍ୟାହ୍ନ ପରେ ରାଜଭବନରେ ଶପଥ ଗ୍ରହଣ ସମାରୋହ ହେବ। ଏହାର ଦିନକ ପୂର୍ବରୁ ଗୁରୁବାର ସୁପ୍ରିମକୋର୍ଟ ପୋନମୁଡିଙ୍କୁ ରାଜ୍ୟ ମନ୍ତ୍ରୀମଣ୍ଡଳରେ ମନ୍ତ୍ରୀ ଭାବରେ ପୁଣିଥରେ ସାମିଲ କରିବାକୁ ମନା କରିବାକୁ ନେଇ ତାମିଲନାଡୁ ରାଜ୍ୟପାଳ ଆରଏନ୍ ରବିଙ୍କ ଆଚରଣରେ ଗମ୍ଭୀର ଚିନ୍ତା ବ୍ୟକ୍ତ କରିଥିଲେ। ସୁପ୍ରିମକୋର୍ଟ ରାଜ୍ୟପାଳଙ୍କୁ ୨୪ ଘଣ୍ଟା ଭିତରେ ନିଷ୍ପତ୍ତି ନେବାର ନିର୍ଦେଶ ଦେଇ କହିଥିଲେ ସେ ନ୍ୟାୟାଳୟର ଅବମାନନା କରୁଛନ୍ତି।

ଏହି ମାମଲାରେ ତୁରନ୍ତ କୌଣସି ଅଫିସିଆଲ ବୟାନ ସାମନାକୁ ଆସି ନାହିଁ, କିନ୍ତୁ ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ, ପୋନମୁଡିଙ୍କ ଶପଥ ଗ୍ରହଣ ଆଜି ଅର୍ଥାତ ଶୁକ୍ରବାର ମଧ୍ୟାହ୍ନରେ ହେବାର ସମ୍ଭାବନା ରହିଛି। ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ୍‌ଙ୍କ ସୁପାରିଶ ପରେ ରାଜ୍ୟପାଳ ପୋନମୁଡିଙ୍କୁ ପୁଣିଥରେ ମନ୍ତ୍ରୀମଣ୍ଡଳରେ ସାମିଲ କରିବାକୁ ନେଇ ମଞ୍ଜୁରୀ ଦେବାକୁ ମନା କରି ଦେଇଥିଲେ। ପୋନମୁଡିଙ୍କ ଆୟଠାରୁ ଅଧିକ ସମ୍ପତ୍ତି ମାମଲାରେ ଦୋଷ ସିଦ୍ଧି ଓ ତିନି ବର୍ଷର ସଜା ଉପରେ ସୁପ୍ରିମକୋର୍ଟ ନିକଟରେ ରୋକ ଲଗାଇ ଦେଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.