ପ୍ରମୁଖ ଖବର
  • ରାଜକୋଟ: ଶେଷ ଦିନିକିଆରେ ଅଷ୍ଟ୍ରେଲିଆ ବିଜୟୀ, ୨-୧ରେ ସିରିଜ୍‌ ଜିତିଲା ଭାରତ
  • ||
  • ନାରାୟଣପାଟଣା : କେସେଲା ଘାଟିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୩ମୃତ
  • ||
  • ନୂଆଦିଲ୍ଲୀ: ଅରବିନ୍ଦ କେଜ୍ରିୱାଲଙ୍କ ବାସଭବନ ନବୀକରଣ ମାମଲାର ସିବିଆଇ ତଦନ୍ତ ପାଇଁ ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶ
  • ||
  • ରାଜକୋଟ: ରନ୍‌ ବର୍ଷା କଲା ଅଷ୍ଟ୍ରେଲିଆ ଟିମ୍‌, ଭାରତ ଆଗରେ ୩୫୩ ରନ୍‌ର ବିଜୟ ଲକ୍ଷ୍ୟ
  • ||
  • ଇମ୍ଫାଲ୍: ମଣିପୁର ପୁଣି ଅଶାନ୍ତ, ରାଜ୍ୟର ୧୯ ଥାନାକୁ ଛାଡ଼ି ସବୁ ଅଶାନ୍ତ ଅଞ୍ଚଳ ଘୋଷଣା, ଇଣ୍ଟରନେଟ୍ ବନ୍ଦ
  • ||
  • ଇରାକ: ବିବାହ ଉତ୍ସବରେ ଭୟାବହ ଅଗ୍ନିକାଣ୍ଡ, ବର-କନ୍ୟାଙ୍କ ସମେତ ଜଳିଗଲେ ୧୦୦ ଲୋକ
  • ||
  • ଚନ୍ଦାହାଣ୍ଡି : ଘାଟିରେ ଓଲଟିଲା ସ୍କୁଲ୍ ବସ୍, ପିଇଟି ଶିକ୍ଷକ ମୃତ, ୨୦ରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀ ଆହତ
  • ||
  • ମାଲକାନଗିରି : ଅକ୍ଟୋବର ୨ରେ ମାଲକାନଗିରି ଯିବେ ମୁଖ୍ୟମନ୍ତ୍ରୀ, ଲକ୍ଷ୍ମୀ ବସ୍ ଯୋଜନାର କରିବେ ଶୁଭାରମ୍ଭ
  • ||

ଆଜି ପବିତ୍ର ଗୁରୁ ଦିବସ.. ଫୁଟବଲ ଗୁରୁ ‘ବାପୁଜୀ ସାର୍‌’

କୋରାପୁଟ,୦୫/୦୯: ଜିଲ୍ଲାରୁ ଅନେକ କ୍ରୀଡାବିତ୍‌ ଜାତୀୟସ୍ତରରେ ଖେଳି ସୁନାମ ଅର୍ଜନ କରିଛନ୍ତି । ଅଥଚ ଖେଳ ପଛରେ ଥିବା ଗୁରୁମାନଙ୍କୁ କେହି ମନେ ରଖୁ ନାହାନ୍ତି । ଜିଲ୍ଲାର ଏଭଳି ଜଣେ ଖେଳ ଗୁରୁ ହେଲେ ବାପୁଜୀ  ପାତ୍ର । ସ୍ଥାନୀୟ ପୂଜାରୀପୁଟର ବାପୁଜୀ ସାର୍‌(୫୯) ଏ  ଭିତରେ ଜିଲ୍ଲାର ୪ଶହରୁ ଅଧିକ ଯୁବକଙ୍କୁ ଫୁଟବଲ  ଶିକ୍ଷା ଦେଇଛନ୍ତି । ସେମାନଙ୍କ ମଧ୍ୟରୁ ଅନେକ ସନ୍ତୋଷ  ଟ୍ରଫି ସହିତ ଜାତୀୟସ୍ତରରେ ଖେଳି ସାରିଛନ୍ତି । ବର୍ତ୍ତମାନ୍‌  ସେ ଜିଲ୍ଲାର ମହିଳା ଖେଳାଳିମାନଙ୍କୁ ଜାତୀୟସ୍ତରରେ  ପହଞ୍ଚାଇବା ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି । ସହର  ଉପକଣ୍ଠ ଲାଣ୍ଡିଗୁଡ଼ା, ଚିନ୍ଦିରି ଓ ରଙ୍ଗବାଲି କୁମ୍ଭା ଅଞ୍ଚଳର  ପ୍ରାୟ ୫୦ ଜଣ ମହିଳା ଖେଳାଳିଙ୍କୁ ସେ ଏବେ ଫୁଟବଲ୍‌ ପ୍ରଶିକ୍ଷଣ ଦେଉଛନ୍ତି । 

ପୌରପାଳିକା ୱାର୍ଡ଼ ନମ୍ବର-୧ ତଥା ପୂଜାରୀପୁଟ  ଅଞ୍ଚଳର ସ୍ୱର୍ଗତ ଡି. ଅନ୍ନାଜୀ ରାଓ ଓ ଡି. ସୂର୍ଯ୍ୟା କୁମାରୀଙ୍କ  ପୁଅ ହେଉଛନ୍ତି ବାପୁଜୀ । ପିଲାଟି ବେଳୁ ଖେଳ ପ୍ରତି  ତାଙ୍କର ପ୍ରବଳ ଆଗ୍ରହ ରହିଥିଲା । ବାପା କିରାଣି ଭାବେ  ଚାକିରି କରୁଥିଲେ ମଧ୍ୟ ନିୟମିତ ଫୁଟବଲ ଖେଳୁଥିଲେ। ସନ୍ତୋଷ ଟ୍ରଫି ପ୍ରତିଯୋଗିତାରେ ଭାଗ ନେଇଥିଲେ ।  ବାପାଙ୍କ ଖେଳ ତାଙ୍କୁ ବେଶ୍‌ ପ୍ରଭାବିତ କରିଥିଲା । ଷଷ୍ଠ  ଶ୍ରେଣୀ ପଢ଼ୁଥିବା ବେଳେ ବାପୁଜୀ ସ୍କୁଲ୍‌ ତରଫରୁ  ଟିମ୍‌ରେ ସାମିଲ ହୋଇଥିଲେ । ସପ୍ତମ ପଢୁଥିବା ବେଳେ  ତାଙ୍କ ପ୍ରତିଭା ଦେଖି କଳାହାଣ୍ଡି କ୍ରୀଡ଼ା ହଷ୍ଟେଲରେ  ତାଙ୍କୁ ଭର୍ତ୍ତି କରାଯାଇଥିଲା । 

ସେବେଠୁ ସେ ଖେଳ ଓ  ପାଠକୁ ସମାନ ଗୁରୁତ୍ୱ ଦେଇ ଆଗକୁ ବଢ଼ିଥିଲେ ।  ତାଙ୍କ କ୍ରୀଡ଼ା ଜୀବନରେ ୬ଟି ରାଜ୍ୟ ଓ ୨ ଟି ଜାତୀୟ  ସ୍ତର ଖେଳରେ ଅଂଶଗ୍ରହଣ କରିଛନ୍ତି । ଦେଶ ଓ ରାଜ୍ୟ  ସହିତ ଜିଲ୍ଲା ପାଇଁ ଗୌରବ ମଧ୍ୟ ଆଣିଛନ୍ତି । ୧୦ ବର୍ଷ  ହେଲା ସେ ପ୍ରତ୍ୟକ୍ଷ ଖେଳରୁ ଅବସର ଗ୍ରହଣ କରିଛନ୍ତି ।  କିନ୍ତୁ ଖେଳ ପ୍ରତି ଥିବା ଭଲପାଇବା ତାଙ୍କୁ ଏଥିସହିତ  ଜଡିତ ରଖିଛି । ଅବସର ଗ୍ରହଣ କରି ସାରିଥିଲେ ମଧ୍ୟ  ଜିଲ୍ଲାର ଖେଳାଳିମାନଙ୍କୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ  ପହଞ୍ଚାଇବା ଉଦ୍ଦେଶ୍ୟ ରଖି କ୍ରୀଡ଼ା ପ୍ରଶିକ୍ଷକ ଭାବେ ମାଗଣାରେ ଫୁଟବଲ୍‌ ଖେଳାଳିଙ୍କୁ ତାଲିମ୍‌ ଦେଉଛନ୍ତି ।  ଲାଣ୍ଡିଗୁଡ଼ା ଡିଏଭି କଲେଜ ଫିଲ୍ଡ, ଚିନ୍ଦିରି ଓ ରଙ୍ଗବାଲି  କୁମ୍ଭା ଅଞ୍ଚଳର ପ୍ରାୟ ୪ ଶହ ପିଲାଙ୍କୁ ନିୟମିତ ଭାବେ  ଫୁଟବଲ ତାଲିମ୍‌ ଦେଇଛନ୍ତି । ତାଙ୍କ ଦ୍ୱାରା ପ୍ରଶିକ୍ଷିତ  ସଞ୍ଜିତ ଖରା ଓ ଚନ୍ଦ୍ର ମୁଦୁଲି ଏବେ ଜାତୀୟ ସ୍ତରରେ ଖେଳୁଛନ୍ତି ।

ଜାତୀୟ ଫୁଟବଲର୍‌ ସଞ୍ଜିତ କହିଛନ୍ତି, କୋରାପୁଟ  ଭଳି ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରୁ ଆଜି ଯଦି ଜାତୀୟ  ସ୍ତରରେ ସେ ପହଞ୍ଚିଛନ୍ତି ଏଥିପାଇଁ କେବଳ ବାପୁଜୀ  ସାର୍‌ଙ୍କ ଅବଦାନ ରହିଛି । ପ୍ରତିଦିନ ସେ ଗାଁକୁ ଆସି  ଖେଳ ତାଲିମ ଦେଉଥିଲେ । ଗୁରୁ ଦିବସରେ ତାଙ୍କ  ଭଳି ଗୁରୁଙ୍କୁ ମୋ ଜୀବନର ସମସ୍ତ ପୁରସ୍କାର ତାଙ୍କୁ ଉତ୍ସର୍ଗ କରୁଛି । ସେହିପରି ଖେଳାଳି ଚନ୍ଦ୍ର ମୁଦୁଲି  କହିଛନ୍ତି, ବାପୁଜୀ ସାର୍‌ ଆମ ଭଳି ବହୁ ପିଲାଙ୍କୁ  ତାଲିମ୍‌ ଦେଉଛନ୍ତି । ବହୁ ପିଲା ଜାତୀୟ ସ୍ତରରେ ଖେଳି  ଜିଲ୍ଲାର ଟେକ ରଖିଛନ୍ତି । ଖେଳ ପ୍ରତି ଉତ୍ସର୍ଗୀକୃତ  ପ୍ରତିଭାମାନଙ୍କୁ ଆଜି ପ୍ରଶାସନ ଭୁଲି ଯାଇଛି । ସରକାରୀ  ସ୍ତରରେ ସେମାନଙ୍କୁ ପ୍ରୋତ୍ସାହନ ଦେଲେ ଜିଲ୍ଲାରେ ବହୁ  ଖେଳାଳି ବାହାରିବେ ।  

ଏସମ୍ପର୍କରେ ଗୁରୁ ବାପୁଜୀଙ୍କୁ ପଚାରିବାରେ ସେ  କହିଛନ୍ତି, ଘର ପରିବାରକୁ ଯେଭଳି ଗୁରୁତ୍ୱ ଦେଇଛନ୍ତି  ଫୁଟବଲ୍‌କୁ ମଧ୍ୟ ସେତିକି ଦେଇଛନ୍ତି। ରାଜ୍ୟ ଓ ଜାତୀୟ  ସ୍ତରକୁ ବହୁ ପୁରୁଷ ଖେଳାଳିଙ୍କୁ ପଠାଇବାରେ ସକ୍ଷମ  ହୋଇଛନ୍ତି । ବର୍ତ୍ତମାନ ଜିଲ୍ଲାର ଯୁବତୀମାନଙ୍କୁ ଖେଳ ତାଲିମ୍‌ ଦେଉଛନ୍ତି । ରାଜ୍ୟ, ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ମହିଳା ଖେଳାଳିମାନେ ଖେଳନ୍ତୁ ବୋଲି ତାଙ୍କ  ସ୍ୱପ୍ନ ରହିଛି । ଏଥିପାଇଁ ପ୍ରାରମ୍ଭରେ ଜିଲ୍ଲାର ୫୦ ଜଣ  ଯୁବତୀଙ୍କୁ ସେ ତାଲିମ୍‌ ଦେଉଥିବା କହିଛନ୍ତି।

Copyright © 2022 - Summa Real Media Private Limited. All Rights Reserved.