ପ୍ରମୁଖ ଖବର
  • ଭୁବନେଶ୍ବର : ରାଜ୍ୟର ଉର୍ଦ୍ଦୁ ଶିକ୍ଷକଙ୍କ ମାସିକ ପାରିଶ୍ରମିକ ୭,୪୦୦ ରୁ ୧୫,୦୦୦ ଟଙ୍କାକୁ ବୃଦ୍ଧି
  • ||
  • ଭଦ୍ରକ : ସାଲାଇନ ନଦେବାରୁ ଫାର୍ମାସିଷ୍ଟଙ୍କୁ ନିସ୍ତୁକ ମାଡ଼, ଜଣେ ଅଟକ
  • ||
  • ବଲାଙ୍ଗୀର : ଭିଜିଲାନ୍ସ ଜାଲରେ ଆଗଲପୁର ଅମିନ, ଲାଞ୍ଚ ନେବା ବେଳେ ଧରାପଡ଼ିଲେ
  • ||
  • ଦ୍ୱାରାଶୁଣି ଘାଟିରେ ଖସିଲା ପିଆଜ ବୋଝଇ ଟ୍ରକ,ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
  • ||
  • କଟକ: ଶେଷ ହେଲା ଚଳିତ ବର୍ଷର ମାଟ୍ରିକ୍ ପରୀକ୍ଷା, ଏବେ ରେଜଲ୍ଟକୁ ଅପେକ୍ଷା
  • ||
  • ବିଜେପିରେ ମିଶିଲେ ପୂର୍ବତନ ବିଧାୟକ ନବୀନ, ଓ ଶତାଧିକ ବିଜେଡି ଓ କଂଗ୍ରେସ କର୍ମୀ
  • ||
  • କଟକ-ବାରବାଟୀ ନିର୍ବାଚନୀ ଅନିୟମିତତା ମାମଲା, ମହମ୍ମଦ ମୋକିମଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କଲେ ହାଇକୋର୍ଟ
  • ||
  • ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଚିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଦୀର୍ଘ ଏକଘଣ୍ଟା ପରେ ଉଦ୍ଧାର ହେଲେ ୩୦ ଯାତ୍ରୀ
  • ||
  • ମଙ୍ଗଳବାର ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ, ରାଜ୍ୟବାସୀଙ୍କୁ ଦେବେ ୧୯,୬୦୦ କୋଟିର ପ୍ରକଳ୍ପ ଭେଟି
  • ||
  • ପୁଲିସକୁ ଢେଲାମାରି ହତ୍ୟା ଉଦ୍ୟମ ଅଭିଯୋଗ: ଦୁର୍ଦ୍ଦାନ୍ତ ପାକା ଗିରଫ, ଭାଇ ଫେରାର
  • ||
  • ଆଜି ସରିବ ମାଟ୍ରିକ୍‌ ପରୀକ୍ଷା: ଭାଇରାଲ୍‌ ଓ ଲିକ୍‌ ଗୁଜବର ଘଟୁନି ଅନ୍ତ, କ୍ରାଇମ୍‌ବ୍ରାଞ୍ଚ୍‌ରେ ବୋର୍ଡ ଏତଲାର ଫଳ ଶୂନ୍ୟ
  • ||
  • WPL-2024: ଦିଲ୍ଲୀ କ୍ୟାପିଟାଲ୍ସର ଦମଦାର ପ୍ରଦର୍ଶନ, ଗୁଜରାଟକୁ ୨୫ରନ୍‌ରେ ହରାଇଲା
  • ||
  • କଳାହାଣ୍ଡିରେ ଇନ୍ଦ୍ରାବତୀ ଦକ୍ଷିଣ କେନାଲରେ ୨୦ ଫୁଟ୍‌ର ଘାଇ, ଦେପୁରରେ କୃତ୍ରିମ ବନ୍ୟା
  • ||
  • ରାଜ୍ୟରେ ବଦଳିବ ପାଣିପାଗ ମିଜାଜ: ଆଜିଠୁ କମିବ ତାତି, ୭ ଜିଲ୍ଲାରେ ବର୍ଷା ସମ୍ଭାବନା
  • ||

ତାଳଚେର ଗୁରୁଜାଙ୍ଗରେ ସ୍ୱାମୀ ଲକ୍ଷ୍ମଣାନନ୍ଦଜୀଙ୍କ ପ୍ରତିମୂର୍ତ୍ତି ଅନାବରଣ କଲେ କେନ୍ଦ୍ରମନ୍ତ୍ରୀ

ତାଳଚେର, ୩।୧୩: ପରମପୂଜ୍ୟ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଜୀ ସ୍ୱାଭିମାନ, ସଂଘର୍ଷ, ସାମାଜିକ ସମରସତା ଓ ସମର୍ପଣର ପରିଚୟ । ଅନୁଗୋଳ ଜିଲ୍ଲା ତାଳଚେର ବ୍ଲକ ଗୁରୁଜଙ୍ଘଠାରେ ଉନ୍ମୋଚିତ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ଜୀଙ୍କ ଭବ୍ୟ ପ୍ରତିମୂର୍ତ୍ତି ସ୍ୱାମୀଜୀଙ୍କ ବିଚାର ଓ ଗୁରୁଜାଙ୍ଗ ଗ୍ରାମର ଅତୀତର ସଂସ୍କାରକୁ ପୁନର୍ଜୀବିତ କରିବ । ଏଭଳି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।  

ଏହି ଅବସରରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ପିଲାଟି ଦିନରୁ ମୁଁ ସ୍ୱାମୀଜୀଙ୍କର ଅନୁଯାୟୀ ଓ ଭକ୍ତ ଭାବେ ତାଙ୍କର ଆଦର୍ଶରେ ଅନୁପ୍ରାଣିତ । ଓଡ଼ିଶାର ସମସ୍ୟା ଓ ବିପଦ କ’ଣ ଏବଂ ଏହାକୁ ସମାଧାନ କରିବା ପାଇଁ ଯୁବବର୍ଗଙ୍କ ଭୂମିକା କ’ଣ, ତାହା ଉପରେ ସେ ଆମକୁ ମାର୍ଗଦର୍ଶନ ଦେଇଥିଲେ । ସମାଜର ଥିବା କଷ୍ଟ ଓ ଦୁଃଖରୁ ଉର୍ଦ୍ଧ୍ୱରେ ରହି ସମସ୍ୟାର ସମାଧାନ କରିବା ସହ ଅନ୍ୟାୟ ହେଲେ ବି ପ୍ରଭାବଶାଳୀ ଲୋକଙ୍କ ବିରୋଧରେ ଲଢ଼ିବାକୁ ପଛାଇବା ନାହିଁ, ଏପରି ବିଚାର ସେ ରଖୁଥିଲେ । ସମାଜର ବଞ୍ଚିତ ବର୍ଗଙ୍କ ସେବା ପାଇଁ ଜନସାଧାରଣଙ୍କ ମଧ୍ୟରେ ସମର୍ପଣ ଭାବନା ତିଆରି କରିବା ପାଇଁ ସ୍ୱାମଜୀ ପ୍ରେରିତ କରୁଥିଲେ । 

ଏହି ଅଲୌକିକ ଦୁନିଆରେ ସ୍ୱାମୀ ଲକ୍ଷ୍ମଣାନନ୍ଦଜୀ ସମସ୍ତଙ୍କର, ସମଗ୍ର ଦେଶ ଓ ବିଶ୍ୱର, ସମସ୍ତ ସନାତନୀ ମାନଙ୍କର । ଓଡ଼ିଶାର ଉପାନ୍ତ ଅଞ୍ଚଳ କନ୍ଧମାଳ ସେ ଜାତି, ଧର୍ମ ଓ ଦେଶ ପାଇଁ ବଳିଦାନ ଦେଇଥିଲେ । ସ୍ୱାମୀ ଲକ୍ଷ୍ମଣାନନ୍ଦଜୀଙ୍କ ଜନ୍ମସ୍ଥାନରେ ତାଙ୍କ ସ୍ମୃତିରେ ଭକ୍ତ ମାନଙ୍କର ଆଗ୍ରହ ଓ ପ୍ରଚେଷ୍ଟା କାରଣରୁ ଆଜି ତାଙ୍କର ଏକ ପୂର୍ଣ୍ଣ ଅବୟବ ମୂର୍ତ୍ତି ଉନ୍ମୋଚନ ହୋଇଅଛି । ତାଙ୍କର ଏହି ପ୍ରତିମା ଏକ ସଙ୍କେତ ନୁହେଁ ବରଂ ବିଚାରଧାରା, ସଂସ୍କାର ଓ ପରମ୍ପରା ମଧ୍ୟ । ତାଙ୍କର ଏହି ପ୍ରତିମା ପ୍ରେରକ ହେବା ଦରକାର । ଆଜିର ଦିନରେ ତାଙ୍କ ବିଚାରକୁ ପାଥେୟ କରି ଆମେ ସ୍ୱାମୀଜୀଙ୍କ ବ୍ୟକ୍ତିତ୍ୱକୁ ବ୍ୟାପକ କରିବା । ଲୋକଙ୍କୁ ଆତ୍ମନିର୍ଭର କରିବା ସହ ସ୍ୱାବଲମ୍ବୀ ଓ ସ୍ୱାଭିମାନୀ ବନାଇବା । ତାଙ୍କର ବିଚାର ଓ ଗୁରୁଜାଙ୍ଗର ସଂସ୍କାରକୁ ପୁନବିଚାର କରିବା । କନ୍ଧମାଳରେ ଗାଁରେ ଗାଁରେ ସେ ଯେଉଁଭଳି ଭାବରେ ଜନଜାତି ପିଲାଙ୍କୁ ସଂସ୍କାର ଦେଉଥିଲେ ସେହିଭଳି ଭାବରେ ତାଙ୍କର ଜନ୍ମମାଟି ଗୁରୁଜାଙ୍ଗରେ ମଧ୍ୟ ଛାତ୍ରଛାତ୍ରୀଙ୍କୁ ସେହି ସଂସ୍କାରରେ ସଂସ୍କୃତ ସହ ବେଦ ପଢ଼ାଇବାର ଯୋଜନା କରିବା ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।    

କେବଳ ସ୍ୱାମୀଜୀ ନୁହେଁ ବରଂ ତାଳଚେରର ସ୍ୱାଧୀନତା ସଂଗ୍ରାମୀ ପବିତ୍ର ମୋହନ ପ୍ରଧାନ ଯେତେବେଳେ ଇଂରେଜ ମାନଙ୍କ ଅତ୍ୟାଚାର ସହ ଲଢ଼େଇ କରୁଥିଲେ । ତାଙ୍କୁ ଏହି ଗାଁର ସାହସୀ ଲୋକମାନେ ସୁରକ୍ଷା ଦେଇଥିଲେ । ଅବିର ପେଣ୍ଠୋଇ, ରତ୍ନାକର କର, ଘନଶ୍ୟାମ କର, ସଦାଶିବ ପାଣି, ପ୍ରମୋଦ ପାଣି, ଉଦୟନାଥ ପାଣି, ବିଭୀଶ୍ୟାମ ପାଣିଙ୍କ ଭଳି ଅନେକ ସହଯୋଗୀଙ୍କ ସହଯୋଗ ପାଇଁ ସେ ବାହାରେ ରହି ଦେଶ ମାତୃକାର ସେବା ପାଇଁ ଯୋଜନା କରିଥିଲେ । ସ୍ୱାମୀଜୀ ଓ ପବିତ୍ର ମୋହନ ପ୍ରଧାନଙ୍କ ଆମ ପୂର୍ବଜଙ୍କ ବିଚାରକୁ ମଧ୍ୟ ବ୍ୟାପକ କରିବା ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.