ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବିଶ୍ୱ ପ୍ରସିଦ୍ଧ ସମ୍ବଲପୁର ଶୀତଳଷଷ୍ଠୀ ଯାତ୍ରାର ଅୟମାରମ୍ଭ, ଆଜି ବାଲୁଙ୍କେଶ୍ୱର ବାବାଙ୍କ ପତରପେଣ୍ଡି

ସମ୍ବଲପୁର,୦୬/୦୬: ବିଶ୍ୱ ପ୍ରସିଦ୍ଧ ସମ୍ବଲପୁର  ଶୀତଳଷଷ୍ଠୀ ଯାତ୍ରାର ଅୟମାରମ୍ଭ । ପ୍ରାରମ୍ଭିକ ପର୍ଯ୍ୟାୟରେ  ଆଜି ଅର୍ଥାତ୍‌ ଗୁରୁବାର ଦିନ ନନ୍ଦପଡାର ବଂ ବରାଡ  ବାଲୁଙ୍କେଶ୍ୱର ବାବାଙ୍କ ତପରପେଣ୍ଡି ବା ନିର୍ବନ୍ଧ କାର୍ଯ୍ୟକ୍ରମ  ମହାସମାରୋହରେ ଅନୁଷ୍ଠିତ ହେବ ।    ସନ୍ଧ୍ୟାରେ ନନ୍ଦପଡାର ବଂ ବରାଡ ବାଲୁଙ୍କେଶ୍ୱର ବାବାଙ୍କ  ପତରପେଣ୍ଡି ପାଇଁ ମନ୍ଦିରରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯିବ ।  ମନ୍ଦିର ପୂଜକ ଲକ୍ଷପତି ମହାପାତ୍ର ଏବଂ ବିବାହ ପୂଜକ ଶଶାଙ୍କ  ଶେଖର ମିଶ୍ରଙ୍କ ପୌରୋହିତ୍ୟରେ ବରପିତା ରାମଚରଣ ମିଶ୍ର  ମହାଦେବଙ୍କ ନିକଟରେ ଆଳତୀ କରିବେ । ଏହାପରେ ଏକ  ସୁସଜ୍ଜିତ ରଥ ବା ବିମାନରେ ବରପିତା ବିରାଟ ଶୋଭାଯାତ୍ରା  ସହ କନ୍ୟା ଅନ୍ୱେଷଣରେ ବାହାରିବେ । ଚଳିତ ବର୍ଷ କନ୍ୟା  ପିତାମାତ ଭାବରେ ଚାରଭାଟିର ସୁମନ୍ତ ପଣ୍ଡା ଓ ନିତିପ୍ରିୟା  ଦେବୀ ସୌଭାଗ୍ୟ ଅର୍ଜନ କରିଛନ୍ତି । ବରପିତାଙ୍କ ସହ ସାଥିରେ  ସପ୍ତଋଷୀ ଘଣ୍ଟ, ଘଣ୍ଟା, ଦୁଲଦୁଲି, ଧମାଲ ବାଦ୍ୟ ନେଇ ଏକ  ବିରାଟ ଶୋଭାଯାତ୍ରା ନନ୍ଦପଡାରୁ ବାହାରିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.