ଭୁବନେଶ୍ୱର, ୨୧।୮: ରାଜ୍ୟରେ ଯୁକ୍ତ ୨ କଳା, ବାଣିଜ୍ୟ ଓ ବିଜ୍ଞାନରେ ମୋଟ ୫ଲକ୍ଷ ୪୭ ହଜାର ୯୯୩ ସିଟ୍ ରହିଛି । ଯେଉଁଥିରେ ୩ଟି ପର୍ଯ୍ୟୟରେ ନାମଲେଖା ହୋଇଥିଲା । ସେଥିମଧ୍ୟରୁ ୩ ଲକ୍ଷ ୮୧ ହଜାର ୮୭୨ ସିଟ୍ ପୂରଣ ହୋଇଛି । ହେଲେ ଏ ପର୍ଯ୍ୟନ୍ତ ୧ ଲକ୍ଷ ୬୬ ହଜାର ୧୨୧ ସିଟ୍ ଖାଲିପଡ଼ିଛି । ଯୁକ୍ତ ୨ର ପ୍ରଥମ ପର୍ଯ୍ୟାୟ ସ୍ପଟ୍ରେ ୪୫ ହଜାର ୧୦୪ ଜଣ ପିଲା ଆବେଦନ କରିଥିଲେ ।
ସେଥିମଧ୍ୟରୁ ୨୬ ହଜାର ୮୦୬ ଜଣ ଶିକ୍ଷାର୍ଥୀଙ୍କୁ ଚୟନ କରାଯାଇଛି । ଏଥିରେ ୧୭ ହଜାର ୩୫୨ ଶିକ୍ଷାର୍ଥୀ କଳା, ୫ ହଜାର ୬୯୬ ବିଜ୍ଞାନ, ୨ ହଜାର ୬୦୨ ବାଣିଜ୍ୟ, ୭୭୫ ଧନ୍ଦାମୂଳକ ଶିକ୍ଷା ଓ ୩୧୮ ଛାତ୍ରଛାତ୍ରୀଙ୍କୁ ସଂସ୍କୃତ ବିଭାଗରୁ ଚୟନ କରାଯାଇଛି । ଏହି ଚୟନ ପ୍ରକ୍ରିୟାରେ ଛାତ୍ରମାନଙ୍କ ସଂଖ୍ୟ ୧୩ ହଜାର ୯୮ ଥିବା ବେଳେ ଛାତ୍ରୀମାନଙ୍କ ସଂଖ୍ୟା ୧୩ ହଜାର ୭୦୮ ରହିଛି । ସ୍ପଟ୍ରେ ମନୋନୀତ ହୋଇଥିବା ଛାତ୍ରଛାତ୍ରୀ ଆସନ୍ତା ୨୨ ତାରିଖରୁ ୨୮ ତାରିଖ ପର୍ଯ୍ୟନ୍ତ ନାମ ଲେଖାଇ ପାରିବେ । ଏହାପରେ ସେପ୍ଟେମ୍ବର ୧ରୁ ରାଜ୍ୟର ସମସ୍ତ ମହାବିଦ୍ୟାଳୟରେ ଯୁକ୍ତ ୨ ପାଠପଢା ଆରମ୍ଭ ହେବ ।