ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଆଗୁଆ ସାରିଦିଅନ୍ତୁ ଆପଣଙ୍କ କାମ, ଜୁନରେ ୧୦ ଦିନ ବନ୍ଦ ରହିବ ବ୍ୟାଙ୍କ

ନୂଆଦିଲ୍ଲୀ,୨୬/୦୫: ଜୁନ ମାସରେ ଦେଶର ବିଭିନ୍ନ ପ୍ରାନ୍ତରେ  ୧୦ ଦିନ ବ୍ୟାଙ୍କ ବନ୍ଦ ରହିବ । ୫ଟି ରବିବାର ଏବଂ ୨ଟି ଶନିବାର  ବାଦ ଅନ୍ୟ ପର୍ବପର୍ବାଣି ପାଇଁ ଭିନ୍ନ ଭିନ୍ନ ସ୍ଥାନରେ ୩ ଦିନ ବ୍ୟାଙ୍କ  କାମ ହେବନି । ମାସର ଆରମ୍ଭ ରବିବାରରୁ ହେବ । ୧୭ ଜୁନରେ ଇଦ୍‌ଉଲ୍‌ଜୁହା ପାଇଁ ସାରା ଦେଶରେ ବ୍ୟାଙ୍କ ବନ୍ଦ ରହିବ । 

ସେହିଭଳି  ୧୮ରେ ଜମ୍ମୁ କାଶ୍ମୀରରେ ବ୍ୟାଙ୍କ ସେବା ମିଳିବ ନାହିଁ । ସବୁ ସ୍ଥାନରେ  ବ୍ୟାଙ୍କ ବନ୍ଦ ହେଉଥିବା ଦିବସ ଗୁଡିକ ମଧ୍ୟରେ ୨,୯,୧୬,୨୩ ଏବଂ ୩୦  ରବିବାର ପଡୁଛି । ୮ ଜୁନ ଦ୍ୱିତୀୟ ଶନିବାର ଏବଂ ୨୨ ଜୁନରେ ଚତୁର୍ଥ  ଶନିବାର ପଡୁଛି । ଆଇଜଲ ଏବଂ ଓଡ଼ିଶାରେ ୧୫ ଜୁନରେ ରଜ ସଂକ୍ରାନ୍ତି  ପଡୁଛି ଫଳରେ ଏହି ସବୁ ଦିନରେ ବ୍ୟାଙ୍କ ବନ୍ଦ ରହିବ । ଲୋକମାନେ  ଅନ୍‌ଲାଇନରେ ଏବଂ ଏଟିଏମ୍‌ ଦ୍ୱାରା ବ୍ୟାଙ୍କ ସେବା ପାଇପାରିବେ ।  ସେହିଭଳି ଜୁନରେ ୧୧ ଦିନ ଶେୟାର ବଜାର ମଧ୍ୟ ବନ୍ଦ ରହିବ ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.