ପ୍ରମୁଖ ଖବର
  • ସାଲେପୁର : ବିପୁଳ ପରିମାଣର ଚୋରା ବିଦେଶୀ ମଦ ଜବତ, ବେପାରୀ ଫେରାର
  • ||
  • ଚାନ୍ଦବାଲିରୁ ଶାହାଙ୍କ ହୁଙ୍କାର । ଚିଟଫଣ୍ଡ ଦୁର୍ନୀତିଖୋରଙ୍କୁ ଜେଲ ପଠାଇବୁ, ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବୁ
  • ||
  • ବାଣୀବିହାର ସତସଙ୍ଗ ପାର୍କ ଆଗରେ ପୋଲିସ ଗାଡ଼ି ଦୁର୍ଘଟଣା, ୭ ଆହତ
  • ||
  • ମିଜୋରାମରେ ପ୍ରବଳ ବର୍ଷା ଯୋଗୁ ଭୁଷୁଡିଲା ପଥର ଖଦାନ, ୧୦ ଶ୍ରମିକ ଚାଲିଗଲା ଜୀବନ, ଏକାଧିକ ଆହତ
  • ||
  • ଇଣ୍ଡିଗୋ ବିମାନରେ ବୋମା ଆତଙ୍କ,ଏମର୍ଜେନ୍ସି ଡୋର ଦେଇ ବାହାରିଲେ ଯାତ୍ରୀ
  • ||
  • ମୁମ୍ବାଇ ବିମାନବନ୍ଦର, ତାଜ ହୋଟେଲ ଉଡ଼ାଇବାକୁ ଧମକ, ଉତ୍ତରପ୍ରଦେଶରୁ ଆସିଥିଲା କଲ୍
  • ||
  • ଉପକୂଳରେ ଜୋରଦାର ପ୍ରଚାର, ମଙ୍ଗଳବାର ବାଲେଶ୍ବରରେ କାର୍ତ୍ତିକ୍ ପାଣ୍ଡିଆନଙ୍କ ଶକ୍ତି ପ୍ରଦର୍ଶନ
  • ||
  • ଆମେରିକାରେ ଘୂର୍ଣ୍ଣିଝଡ଼ ରଚିଲା ତାଣ୍ଡବ, ୨୨ ମୃତ,ଶତାଧିକ ଆହତ, ୧୦ କୋଟି ଲୋକ ପ୍ରଭାବିତ
  • ||
  • ରଥଖଳା ହାଲ୍‌ଚାଲ୍‌...ବୁଧବାର ରଥ ତ୍ରୟର ଚକ-ଅଖ ଡ଼େରା ନୀତି, ଚକକୁ ସୁରକ୍ଷା ଦିଏ ପନ୍ଦାରି ଚାବି
  • ||
  • କଟକ ଚାନ୍ଦବାଲି ରାସ୍ତାରେ OSRTC ବସ୍-ସ୍କୁଟି ମୁହାଁମୁହିଁ ଧକ୍କା, ଆଖିବୁଜିଲେ ଜଣେ ମହିଳା
  • ||
  • ମେ’ ୩୧ ସୁଦ୍ଧା କେରଳ ଛୁଇଁବ ମୌସୁମୀ: ଦେଶରେ ଅଧିକ ବର୍ଷିବ, ଓଡ଼ିଶାରେ ନିଅଣ୍ଟିଆ ବର୍ଷା ଆକଳନ
  • ||

ସୋଆରେ ସ୍କୁଲ୍ ଛାତ୍ରଛାତ୍ରୀଙ୍କ ପାଇଁ ୧୦ଦିନିଆ ଗ୍ରୀଷ୍ମକାଳୀନ କ୍ୟାମ୍ପ ଆରମ୍ଭ

ଭୁବନେଶ୍ୱର,୬/୫ : ଗ୍ରୀଷ୍କକାଳୀନ ଛୁଟି ସମୟରେ ସ୍କୁ୍‌ଲ ଛାତ୍ରଛାତ୍ରୀମାନଙ୍କୁ କ୍ରୀଡ଼ା କ୍ଷେତ୍ରରେ ଅଧିକ ପ୍ରୋତ୍ସାହିତ କରିବା ସହ ମାନସିକ ବିକାଶରେ ସହାୟତା କରିବାର ଲକ୍ଷ୍ୟ ନେଇ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ ସୋମବାର ୧୦ ଦିନିଆ ଗ୍ରୀଷ୍ମକାଳୀନ ଶିବିର ଅର୍ଥାତ୍ ସମର କ୍ୟାମ୍ପ ଆରମ୍ଭ ହୋଇଛି । ସୋଆ କ୍ୟାମ୍ପସ ୨ ସ୍ପୋର୍ଟ୍ସ କମ୍ପଲେକ୍ସରେ ଚାଲିବାକୁ ଥିବା ‘ସମର କ୍ୟାମ୍ପ’ର ଶୁଭାରମ୍ଭ କରିବା ଅବସରରେ ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଂଜନ ଦାସ ଛାତ୍ରଛାତ୍ରୀମାନଙ୍କର ଶାରୀରିକ ସୁସ୍ଥତା ଓ ମାନସିକ ସ୍ତରରେ ବିକାଶ ନେଇ ବିଶ୍ୱ ବିଦ୍ୟାଳୟ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଉଛି ବୋଲି କହିଛନ୍ତି । ପାଠପଢ଼ା ସହ କ୍ରୀଡ଼ା ଅଭ୍ୟାସ ଛାତ୍ରଛାତ୍ରୀଙ୍କର ସର୍ବାଙ୍ଗୀନ ଉନ୍ନତିରେ ସହାୟକ ହୋଇଥାଏ । ତେଣୁ ଛୁଟି ସମୟରେ ଏଭଳି ଶିବିର ଦ୍ୱାରା ଛାତ୍ରଛାତ୍ରୀ ବେଶ ଉତ୍ସାହିତ ହୋଇପାରିବେ ବୋଲି ପ୍ରଫେସର ଦାସ କହିଛି । 

ଭୁବନେଶ୍ୱରର ବିଭିନ୍ନ ସ୍କୁଲ୍‌ର ୫ମ ରୁ ୧୦ମ ଶ୍ରେଣୀରେ ଅଧ୍ୟୟନ କରୁଥିବା ପ୍ରାୟ ୧୦୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଏହି ଶିବିରରେ ଯୋଗ ଦେଇଛନ୍ତି ।  ଏହି ଶିବିରରେ ଭଲିବଲ୍‌, ବାସ୍କେଟବଲ୍‌, ଟେବୁଲ୍ ଟେନିସ୍‌, ଲନ୍ ଟେନିସ, କ୍ରିକେଟ, ଖୋ ଖୋ, କବାଡି ଓ ଚେସ୍ ଭଳି କ୍ରୀଡ଼ାରେ ଛାତ୍ରଛାତ୍ରୀମାନଙ୍କୁ ପ୍ରଶିକ୍ଷଣ ଦିଆଯିବ । ପ୍ରତ୍ୟେକ ଦିନ ଅପରାହ୍ଣ ୪ ଟାରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ଏହି କ୍ୟାମ୍ପ ଚାଲିବ । ସୋଆ ପକ୍ଷରୁ ଚତୁର୍ଥ ବର୍ଷ ପାଇଁ ଏହି କ୍ୟାମ୍ପର ଆୟୋଜନ କରାଯାଇଛି ।  ସୋଆର କ୍ରୀଡା ଅଫିସର ଶ୍ରୀମତି ସୁନୀତା ବର୍ମାଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀମାନେ ଏହି ଅବସରରେ ଉପସ୍ଥିତ ଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.