ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

୩ କାରରୁ ୧୦ ଲକ୍ଷ ଟଙ୍କା ଜବତ

ଟିଟିଲାଗଡ଼, ୭।୫ : ଟିଟିଲାଗଡ ପୋଲିସ ଯାନବାହନ ଯାଞ୍ଚ ବେଳେ ୩ଟି କାରରୁ ୧୦ ଲକ୍ଷ ଟଙ୍କା ଜବତ କରିଛି। ଟିଟିଲାଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ତୁଷରା ଥାନା ଡାହିମାଲ ଛକ ରୁ ପୋଲିସର ନାକା ସମୟରେ ଏକ କାରରୁ ୫ ଲକ୍ଷ ଟଙ୍କା ଜବତ କରିଛି। ତେବେ କାରଟି କାହାର ଓ କେଉଁ ଜାଗାରୁ କେଉଁଠି କି ଯାଉଥିଲା ତାହା ବର୍ତ୍ତମାନ ତୁଷରା ପୋଲିସ ତଦନ୍ତ କରୁଛି । ଅନ୍ୟ ଏକ କାରରୁ ୩ ଲକ୍ଷ ୫୦ ହଜାର ଟଙ୍କା ଜବତ ହୋଇଛି। ତୁଷରା ପୋଲିସ ଓ ନିର୍ବାଚନ ପାଇଁ ନିଯୁକ୍ତ ଫ୍ଲାଇଂଙ୍ଗ ସ୍ବାର୍ଡ ଘଟଣା ସ୍ଥଳରେ ପହଞ୍ଚି ଟଙ୍କା ଜବତ କରିଥିବା ବେଳେ ଅଧିକ ତଦନ୍ତ ଆରମ୍ଭ କରିଛି   । ଟିଟିଲାଗଡ଼ ପୋଲିସ ଦ୍ବାରା ଡିଏଭି କଲେଜ ଛକରେ ଚେକିଂ ଚାଲିଥିବା ବେଳେ କାରୁ ଏକ ଲକ୍ଷ ୫୦ ହଜାର ଟଙ୍କା ଜବତ ହୋଇଛି । ଫ୍ଲାଇଙ୍ଗ ସ୍ବାର୍ଡ ସହ ମାଜିଷ୍ଟ୍ରେଟ ଘଟଣା ସ୍ଥଳରେ ଉପସ୍ଥିତ ରହିଛନ୍ତି   ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.