ପ୍ରମୁଖ ଖବର
  • ଧର୍ମଗଡ଼ : ଏସଡିଓଙ୍କ ସନ୍ଦେହଜନକ ମୃତ୍ୟୁ, ସରକାରୀ କ୍ଵାର୍ଟର୍ସରୁ ମିଳିଲା ମୃତଦେହ
  • ||
  • ଭୁବନେଶ୍ଵର : ୧୪ରେ ବିଜେଡି କାର୍ଯ୍ୟକାରିଣୀ ବୈଠକ, ପ୍ରସ୍ତୁତ ହେବ ଆଗାମୀ ରାଜନୈତିକ ଖସଡ଼ା
  • ||
  • ବାଙ୍କୀ : ମହାନଦୀକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ, ଉଦ୍ଧାର କଲେ ଅଗ୍ନିଶମ ବାହିନୀ
  • ||
  • ଅନୁଗୁଳ: ପବିତ୍ର ମୋହନ ପ୍ରଧାନ ସରକାରୀ ହସ୍ପିଟାଲ୍‌ର ଭିଡିଓ କନ୍‌ଫରେନ୍‌ସିଂରେ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ
  • ||
  • ନୂଆଦିଲ୍ଲୀ: ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ଲୋଗୋ ଉନ୍ମୋଚିତ କଲା ଆଇସିସି, ଆମେରିକା ଓ ୱେଷ୍ଟ ଇଣ୍ଡିଜ ମିଳିତ ଭାବେ କରିବେ ଆୟୋଜନ
  • ||
  • ଭୁବନେଶ୍ୱର: ୧୯ ପ୍ରକଳ୍ପକୁ ସିଙ୍ଗିଲ୍‌ ୱିଣ୍ଡୋ ମଞ୍ଜୁରି କଲେ ରାଜ୍ୟ ସରକାର: ୪୮୦୦ କୋଟି ନିବେଶ, ୧୭୫୫୩ ନିଯୁକ୍ତି ସମ୍ଭାବନା
  • ||
  • ଭୁବନେଶ୍ୱର: ବର୍ଷା ପରେ ବଦଳିଲା ପାଗର ମିଜାଜ: ୩ରୁ ୫ ଡିଗ୍ରୀ ଯାଏଁ ତଳକୁ ଖସିବ ରାତିର ପାରଦ,୧୦ରୁ ବଢିବ ଶୀତ
  • ||

୧୦ ଲକ୍ଷ ଟଙ୍କାର ଗଞ୍ଜେଇ ବୋଝେଇ କାର୍ ଜବତ, ମାଫିଆ ଫେରାର

ଲମତାପୁଟ, ୫।୧୧: ବଦଲିଗୁଡ଼ା ଜଙ୍ଗଲ ନିକଟରେ ୧୦ ଲକ୍ଷ ଟଙ୍କାର ଗଞ୍ଜେଇ ବୋଝେଇ କାର୍ ଜବତ ହୋଇଥିବା ସୂଚନା । ଚାଲାଣରେ ସାମିଲ ଥିବା ମାଫିଆ ଫେରାର ହୋଇଯାଇଥିବା ସୂଚନା । ବିଶେଷ ସୂତ୍ରରୁ, ଖବର ପାଇ ମାଛପୋଲିସ ଗଞ୍ଜେଇ ଚୋରା ଚାଲାଣ ରୋକିବା ପାଇଁ ବଦଲିଗୁଡ଼ା ଜଙ୍ଗଲ ନିକଟରେ ନାକାବନ୍ଦୀ କରିଥିଲେ । 

ଠିକ୍ ଏତିକି ବେଳେ ଦ୍ରୁତ ଗତିରେ ଆସୁଥିବା ଏକ ଟାଟା ହେରିର କାର୍‌ରେ ଥିବା କିଛି ଲୋକ ପୋଲିସକୁ ଦେଖି ଗାଡ଼ି ଛାଡ଼ି ଜଙ୍ଗଲ ଭିତରକୁ ପଳାଇଯାଇଥିଲେ । ପୋଲିସ ଗାଡ଼ିକୁ ଯାଞ୍ଚ କରିବାରୁ ୫ଟି ବସ୍ତାରୁ ୧ କୁଇଣ୍ଟାଲ ଗଞ୍ଜେଇ ଜବତ କରିଥିଲା । ଏହି ଗଞ୍ଜେଇ ବଡ଼କିଚବ ଗ୍ରାମରୁ ଝାଡ଼ଖଣ୍ଡ ଯାଉଥିବା ପୋଲିସ ସୂଚନା ଦେଇଛି । କାରରେ ଲାଗିଥିବା ନମ୍ବର ଜାଲ୍ ଥିବା ଜଣାପଡ଼ିଛି । ପୋଲିସ ଇଞ୍ଜିନ ନମ୍ବର ଏବଂ ଚେଚିସ୍ ନମ୍ବରକୁ ଯାଞ୍ଚ କରିବା ପାରେ ଗାଡ଼ି ମାଲିକ ନାଁରେ ଏନ୍‌ଡିପିଏସ୍ ମାମଲା ରୁଜୁ କରି ଅଭିଯୁକ୍ତକୁ  ପାଇଁ ଉଦ୍ୟମ ଜାରି ରଖିଛି ।

 

Copyright © 2022 - Summa Real Media Private Limited. All Rights Reserved.