ପ୍ରମୂଖ ଖବର
  • ଭୁବନେଶ୍ଵର : ୨୨ରୁ ବଜେଟ ଅଧିବେଶନ, ସରକାର ବନାମ ନବୀନଙ୍କ ଛାୟା ମନ୍ତ୍ରିମଣ୍ଡଳ ଲଢ଼େଇ
  • ||
  • ଆଜି ରସଗୋଲା ଦିବସ, ଜିଆଇର ୫ ବର୍ଷ ପରେ ବ୍ରାଣ୍ଡିଂ ନାହିଁ, ସରକାର ନିରବ
  • ||

ନାବାଳିକାକୁ ଅପହରଣ ପରେ ଗଣଦୁଷ୍କର୍ମ, ପୀଡିତା ଗର୍ଭବତୀ : ୧୦ ଅଭିଯୁକ୍ତ ଗିରଫ

ନୂଆଦିଲ୍ଲୀ,୪।୭: ହାଇଦ୍ରାବାଦରୁ ସାମନାକୁ ଆସିଛି ଏକ ଲଜ୍ଜାଜନକ ଘଟଣା। ଜଣେ ୧୦ ବର୍ଷର ନାବାଳିକାକୁ ଦୁଷ୍କର୍ମ କରିଛନ୍ତି ୧୦ ଜଣ ଲୋକ। ଦୁଷ୍କର୍ମ ପୀଡିତା ଏବେ ଗର୍ଭବତୀ ଥିବାର ଜଣାପଡିଛି। ଅଭିଯୋଗ ଅନୁସାରେ, ଅଭିଯୁକ୍ତମାନେ ପୀଡିତାକୁ ନିଶାଦ୍ରବ୍ୟ ପିଆଇବା ପରେ ଦୁଷ୍କର୍ମ କରିଥିଲେ। ପୋଲିସ ମାମଲାର ତଦନ୍ତ ପରେ ୧୦ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି। 

ପୀଡିତାଙ୍କୁ ୨୫ ଜୁନ୍‌ରେ କଚ୍ଚିଗୁଡା ଅଞ୍ଚଳରୁ ଅପହରଣ କରାଯାଇଥିଲା। ନାବାଳିକାକୁ ନରେଶ ଓ ବିଜୟ କୁମାର ନାମକ ଦୁଇଜଣ ବ୍ୟକ୍ତି ଗିରଫ କରିଥିଲେ। ଘଟଣାରେ ସେମାନେ ଅନ୍ୟସାଙ୍ଗମାନଙ୍କର ମଧ୍ୟ ସାହାଯ୍ୟ ନେଇଥିଲେ। ପୀଡିତାଙ୍କୁ ଅତି ନିର୍ମମ ଭାବରେ ମାଡ କରିବା ପରେ ନିଶାଦ୍ରବ୍ୟ ପିଆଇଥିଲେ। 

ପୋଲିସର କହିବା ଅନୁସାରେ, ପୀଡିତା ଏବେ ଗର୍ଭବତୀ ଅଛନ୍ତି। ପୋଲିସ ପକ୍ଷରୁ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଅଭିଯୁକ୍ତଙ୍କ ମୋବାଇଲ ଫୋନ୍, ସିମ୍‌ କାର୍ଡ, ସ୍କୁଟର ଓ ମୋଟର ସାଇକେଲ ସହିତ ବହୁ ବାହାନ ଜବତ କରାଯାଇଛି। ସମସ୍ତ ଅଭିଯୁକ୍ତଙ୍କୁ ୨୯ ଜୁନ୍‌ରେ ଗିରଫ କରଯାଇଛି। ସବୁଠାରୁ ବଡ କଥା ହେଲା ସମସ୍ତଙ୍କର ବୟସ ୨୨ ରୁ ୩୦ ବର୍ଷ  ମଧ୍ୟରେ   ହୋଇଥିବା ବେଳେ ତାଙ୍କର ପୁରୁଣା କ୍ରାଇମ୍ ରେକର୍ଡ ରହିଛି। ଅଭିଯୁକ୍ତଙ୍କୁ କୋର୍ଟରେ ହାଜର ହେବାପରେ କଷ୍ଟଡିକୁ ପଠାଇ ଦିଆଯାଇଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.