ପ୍ରମୂଖ ଖବର
  • ଭୁବନେଶ୍ଵର : ୨୨ରୁ ବଜେଟ ଅଧିବେଶନ, ସରକାର ବନାମ ନବୀନଙ୍କ ଛାୟା ମନ୍ତ୍ରିମଣ୍ଡଳ ଲଢ଼େଇ
  • ||
  • ଆଜି ରସଗୋଲା ଦିବସ, ଜିଆଇର ୫ ବର୍ଷ ପରେ ବ୍ରାଣ୍ଡିଂ ନାହିଁ, ସରକାର ନିରବ
  • ||

କମାଲ୍‌ ଦେଖାଇଲେ ୧୦ ବର୍ଷୀୟା ମାୟା, ‘ଆମେରିକାଜ୍‌ ଗଟ୍‌ ଟ୍ୟାଲେଣ୍ଟ୍‌’ରେ ଜିତିଲେ ବିଚାରକଙ୍କ ମନ

ମୁମ୍ବାଇ ୩୦/୦୬: ବିଦେଶ ମଞ୍ଚରେ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଛନ୍ତି ଭାରତର ୧୦ ବର୍ଷୀୟା ଗିଟାର ବାଦିକା ମାୟା ନୀଲକଣ୍ଠନ୍‌ । ‘ଆମେରିକାଜ୍‌ ଗଟ୍‌ ଟ୍ୟାଲେଣ୍ଟ୍‌’ ସିଜନ୍‌-୧୯ର ସଦ୍ୟତମ ଏପିସୋଡ୍‌ରେ ରକ୍‌ ମ୍ୟୁଜିକ୍‌ରେ ସେ ନିଜର ପ୍ରତିଭା ପ୍ରଦର୍ଶନ କରିଛନ୍ତି । ଅଡିସନ୍‌ ପାଇଁ ଭାରତରୁ ଆମେରିକାଜ୍‌ ଗଟ୍‌ ଟ୍ୟାଲେଣ୍ଟ୍‌ ଯାଇଥିଲେ ମାୟା । ମଞ୍ଚରେ ସେ ଆମେରିକୀୟ ରକ୍‌ ବ୍ୟାଣ୍ଡ୍‌ ପାପା ରୋଚ୍‌ର ‘ଲାଷ୍ଟ୍‌ ରିସର୍ଟ’ ଗୀତରେ ନିଖୁଣ ଭାବେ ଦମ୍‌ଦାର ଗିଟାର ବଜାଇଥିଲେ । ତାଙ୍କ କୌଶଳ ଓ ମଞ୍ଚ ପ୍ରଦର୍ଶନ ବିଚାରକ ସାଇମନ କୋୱେଲ, ସୋଫିଆ ଭରଗାରା, ହିଡି କ୍ଲମ୍‌ ଓ ହାଓଇ ମାଣ୍ଡେଲଙ୍କୁ ଚକିତ କରିଥିଲା । 




ପ୍ରଦର୍ଶନ ପରେ ଦୁଇ ବିଚାରକ ଓ ଉପସ୍ଥିତ ଦର୍ଶକ ମାୟାଙ୍କୁ ଷ୍ଟାଣ୍ଡିଂ ଓଭେସନ୍‌ ଦେଇଥିଲେ । ମାୟାଙ୍କ ପ୍ରାରମ୍ଭିକ ସଙ୍ଗୀତ ଯାତ୍ରା ଏବଂ ବିଭିନ୍ନ ଶୈଳୀରେ ଜଟିଳ ବାଦ୍ୟଯନ୍ତ୍ର ବଜାଇବାର ଦକ୍ଷତା ତାଙ୍କୁ ଭାରତର ଜଣେ ଉଦୀୟମାନ ରକ୍‌ ସେନ୍‌ସେସନ୍‌ର ମାନ୍ୟତା ଦେଇଛି । ସୋସିଆଲ ମିଡିଆରେ ତାଙ୍କ ସଦ୍ୟ ପ୍ରଦର୍ଶନର ଭିଡିଓ ଭାଇରାଲ ହେବା ପରେ ମାୟାଙ୍କୁ ନେଇ ସବୁଠି ଚର୍ଚ୍ଚା ହେଉଛି । ଲକ୍ଷାଧିକ ୟୁଜର ଭିଡିଓକୁ ଦେଖିଛନ୍ତି । ତାଙ୍କର ଅବିଶ୍ୱସନୀୟ ପ୍ରତିଭା ସମସ୍ତଙ୍କୁ ଚକିତ କରିଛି । ଚେନ୍ନାଇରେ ଜନ୍ମିତ ମାୟା ୫ ବର୍ଷ ବୟସରେ ଗିଟାର ବାଦନ ଆରମ୍ଭ କରିଥିଲେ । ପ୍ରତିଭା ପ୍ରଦର୍ଶନ ଲାଗି ସେ ପ୍ରଥମେ ୟୁଟ୍ୟୁବ୍‌ ଚ୍ୟାନେଲ ଆରମ୍ଭ କରିଥିଲେ । ଏବେ ତାଙ୍କ ଯାତ୍ରା ଆରମ୍ଭ ହୋଇଛି ବୋଲି ମାୟା କହିଛନ୍ତି । ସଙ୍ଗୀତ ଦୁନିଆରେ ନିଜର ସ୍ୱତନ୍ତ୍ର ଶୈଳୀ ସୃଷ୍ଟି କରିବା ତାଙ୍କର ସ୍ୱପ୍ନ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.