ପ୍ରମୂଖ ଖବର
  • ଶ୍ରୀମନ୍ଦିର ଗର୍ଭଗୃହର ଭିଡିଓ ଭାଇରାଲ୍ ଘଟଣା: ସିଂହଦ୍ୱାର ଥାନାରେ ମାମଲା ରୁଜୁ
  • ||
  • ହଂସପାଳ ଓଭରବ୍ରିଜ୍‌ରେ ଭୁବନେଶ୍ୱରରୁ କଟକକୁ ଗଡ଼ିବ ଗାଡ଼ି, ଉଦ୍‌ଘାଟନ କଲେ ଅପରାଜିତା ଷଡ଼ଙ୍ଗୀ
  • ||
  • ବୌଦ୍ଧ : ସଙ୍ଘବଦ୍ଧ ଆକ୍ରମଣ କରି ଯୁବକଙ୍କୁ ହତ୍ୟା, ୪ ଅଟକ
  • ||
  • ପୁରୀ : ଶିରୁଳି ମହାବୀର ମନ୍ଦିରରୁ ଚୋରି, ହୁଣ୍ଡି ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • କଟକ : ଅଜଣା ଗାଡ଼ିକୁ ଧକ୍କା ଦେଲା ଡାଲା ଅଟୋ, ହେଲ୍ପର ମୃତ
  • ||
  • ଛତିଶଗଡ଼ ଗରିଆବନ୍ଧରେ ଏନକାଉଣ୍ଟର: ୧୪ ମାଓବାଦୀ ନିହତ, ବଢ଼ିପାରରେ ମୃତ୍ୟୁସଂଖ୍ୟା
  • ||
  • ଲମତାପୁଟ : ଜଙ୍ଗଲକୁ କାଠ ଆଣିବାକୁ ଯାଇଥିବା ବେଳେ ଅଘଟଣ, ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଚାଲିଗଲା ସ୍ୱାମୀ-ସ୍ତ୍ରୀଙ୍କ ଜୀବନ
  • ||
  • ନିଖୋଜ ଯୁବତୀ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର ଘଟଣା: ନ୍ୟାୟ ଦାବିରେ ୧୨ ଘଣ୍ଟିଆ ବରଗଡ଼ ବନ୍ଦ, ଏବେ ବି ମୁଖ୍ୟ ଅଭିଯୁକ୍ତ ଫେରାର
  • ||
  • ଟ୍ୱିନ୍‌ ସିଟିରେ ବ୍ଲକିଂ ଚେକିଂ କଡ଼ାକଡ଼ି, ରାତି ଅଧିଆ ତନାଘନା କଲା କମିଶନରେଟ୍‌ ପୋଲିସ
  • ||
  • ବଙ୍ଗୋପସାଗରରେ ଗୁରୁଚାପ ବଳୟ ପ୍ରଭାବ: ବୁଧବାରଠାରୁ କମିବ ଶୀତ, ଦୁଇ ଦିନ ଘନ କୁହୁଡ଼ି ସମ୍ଭାବନା
  • ||

ଓଡ଼ିଶାରେ ରୋଜଗାର ବଢାଇବା ପାଇଁ ୧୦୦କ୍ୟୁବ୍ ଷ୍ଟାର୍ଟଅପ୍ ଏକ ଜନଆନ୍ଦୋଳନ - ଧର୍ମେନ୍ଦ୍ର ପ୍ରଧାନ

Published By : Prameya | March 1, 2024 7:51 PM

ସମ୍ବଲପୁର,୧/୩ : ଓଡ଼ିଶାର ଯୁବକଙ୍କ ମଧ୍ୟରେ ନୂଆ ସ୍ପିରିଟ୍ ତିଆରି ହୋଇଛି । ସେହି ସ୍ପିରିଟକୁ ଗତି ଦେବା ତଥା ରାଜ୍ୟରେ ଅଧିକରୁ ଅଧିକ ରୋଜଗାର ସୃଷ୍ଟି କରାଇବା ଦିଗରେ ୧୦୦ କ୍ୟୁବ୍ ଷ୍ଟାର୍ଟଅପ ପଦକ୍ଷେପ ଏକ ଭାବାବେଗ ଓ ବ୍ୟାପକ ଜନଆନ୍ଦୋଳନ ବୋଲି ଶୁକ୍ରବାର ଆଇଆଇଏମ ସମ୍ବଲପୁରରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ମହତ୍ୱକାଂକ୍ଷୀ ଷ୍ଟାର୍ଟଅପ କାର୍ଯ୍ୟକ୍ରମ ସହ ଆଇଆଇଏମ ସମ୍ବଲପୁରରେ ଇନକୁବେଟର ହବ୍(ଆଇ-ହବ୍)ର ଶୁଭାରମ୍ଭ କରି କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ୨୦୩୬ ସୁଦ୍ଧା ଓଡ଼ିଶା ଭାଷା ଭିତ୍ତିରେ ସ୍ୱତନ୍ତ୍ର ପ୍ରଦେଶ ଗଠନର ଶତବାର୍ଷିକୀ ପୂରଣ କରିବ । ଏହି ସମୟ ସୀମା ମଧ୍ୟରେ ସମାଜର ସବୁ ଲୋକଙ୍କୁ ନିଜ ନିଜର ଦାୟିତ୍ୱ ଓ କର୍ତ୍ତବ୍ୟ ପାଳନ କରିବାକୁ ହେବ । ଆମ ଦେଶ ଜ୍ଞାନ ଆଧାରିତ ଅର୍ଥନୀତି ଦିଗରେ ଅଗ୍ରସର ହେଉଥିବା ବେଳେ ନୂଆପିଢିର ପିଲାମାନଙ୍କୁ ଆଧୁନିକ ଦୁନିଆ ସହ ରୋଜଗାର ଦେବା ପାଇଁ ଏବେଠାରୁ ପ୍ରସ୍ତୁତ କରାଇବାକୁ ହେବ । ସେମାନଙ୍କୁ ନିଯୁକ୍ତି କରିବା ନୁହେଁ ବରଂ ନିଯୁକ୍ତିଦାତା କରାଇବା ପାଇଁ କର୍ତ୍ତବ୍ୟ କରିବାକୁ ହେବ । ୧୦୦ କ୍ୟୁବ୍ ତନ୍ମଧ୍ୟରୁ ଗୋଟିଏ କର୍ତ୍ତବ୍ୟ । ୨୦୩୬ରେ ଓଡ଼ିଶା ଭାଷା ଭିତ୍ତିରେ ଶତାବର୍ଷିକୀ ପାଳନ କରିବା ବେଳେ ସ୍ଥାପନା ହେବାକୁ ଥିବା ୧୦୦ଟି ଷ୍ଟାର୍ଟଅପର ପ୍ରତ୍ୟେକ ଷ୍ଟାର୍ଟଅପର ମୂଲ୍ୟ ଆନୁମାନିକ ମୂଲ୍ୟ ୧୦୦ କୋଟି ଟଙ୍କା ହେବ । ଆଇଆଇଟି ଭୁବନେଶ୍ୱରରେ ରିସର୍ଚ୍ଚ ପାର୍କ ଭଳି ଏହି ଲକ୍ଷ୍ୟକୁ ପୂରଣ କରିବା ପାଇଁ ଷ୍ଟାର୍ଟ ଅପ୍ ଗୁଡିକୁ ନିବେଶକଙ୍କ ସହ ସମନ୍ୱୟ ସ୍ଥାପନ କରିବା ପାଇଁ ଆବଶ୍ୟକୀୟ ସମ୍ବଳ, ସହଯୋଗ ଏବଂ ଆର୍ଥିକ ସହାୟତା ପ୍ରଦାନ କରାଯିବ । ଓଡ଼ିଶାରେ ରୋଜଗାର ସୃଷ୍ଟି କରାଇବା ପାଇଁ, ଯୁବକଙ୍କୁ ଆତ୍ମନିର୍ଭର କରିବା ପାଇଁ ଏବଂ ଓଡ଼ିଆ ସମ୍ପନ୍ନତାକୁ ପୁଣି ଥରେ ପୁନର୍ଜୀବିତ କରିବା ପାଇଁ ପଡ଼ିବ ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଆଇଆଇଏମ ସମ୍ବଲପୁର ଏକ ଭାରତ, ଶ୍ରେଷ୍ଠ ଭାରତର ପ୍ରତୀକ ଏବଂ ରଙ୍ଗବତୀ ଗୀତ ଭାବାବେଗର ପ୍ରତୀକ । ୧୦୦ କ୍ୟୁବ୍ ଷ୍ଟାର୍ଟଅପ ନବସୃଜନ ସୃଜନଶୀଳତା, ଉଦ୍ୟମିତା ସଂସ୍କୃତିର ପ୍ରତୀକ । ସମ୍ବଲପୁରରେ ଆଇଆଇଏମ ସମ୍ବଲପୁର ସମେତ ସମ୍ବଲପୁର ବିଶ୍ୱବିଦ୍ୟାଳୟ, ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ, ବୁର୍ଲା ମେଡିକାଲ କଲେଜ, ବୀର ସୁରେନ୍ଦ୍ର ସାଏ ୟୁନିଭର୍ସିଟି ଅଫ୍ ଟେକ୍ନୋଲୋଜି ଭଳି ଜାତୀୟ ସ୍ତରର ଅନୁଷ୍ଠାନ ସ୍ଥାପନା ହୋଇଛି । ଏଠାକାର ଛାତ୍ରଛାତ୍ରୀ ଏବଂ ପ୍ରଧ୍ୟାପକଙ୍କ ମଧ୍ୟରେ ଭରପୁର ପ୍ରତିଭା ଅଛି ।  ଓ୍ୱେଲଥ କ୍ରିଏଟର ହେବା ପାଇଁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି । ଓ୍ୱେଲଥ କ୍ରିଏଟର ହେଲେ ହିଁ ଅଧିକ ନିଯୁକ୍ତି, ଆର୍ଥିକ ସୁଯୋଗ ଉପଲବ୍ଧ ହେବା ସହ ସମାଜର ଅନ୍ତିମ ଶ୍ରେଣୀର ଲୋକମାନେ ସମ୍ପନ୍ନ ହେବେ । ଆଗାମୀ ଦିନରେ ନୂଆପିଢିର ଓଡ଼ିଆ ପିଲାମାନଙ୍କ ମଧ୍ୟରେ ଉଦ୍ୟୋଗୀ ମନୋଭାବ ବଢାଇବା ଦରକାର । 

ସେ ଆହୁରି କହିଛନ୍ତି ଯେ ବିଶ୍ୱର ଅନେକ ରାଷ୍ଟ୍ର ଭାରତକୁ ଉତ୍ସୁକତାର ସହକାରେ ଦେଖୁଛି । ଭାରତ ପୂର୍ବରୁ ଏକ ଜ୍ଞାନଭିତ୍ତିକ ସମାଜ ଭାବରେ ରହିଆସିଛି । ହଜାର ହଜାର ବର୍ଷ ପୂର୍ବରୁ ଆଧୁନିକ ଜୀବନଶୈଳୀର କଳ୍ପନା ଆମେ ହିଁ କରିଥିଲେ । ୮ ହଜାର ବର୍ଷ ପୂର୍ବରୁ ବେଦ ତତ୍ତ୍ୱ ଅଛି । ଉଜ୍ଜୟିନୀର ପାଠଶାଳାରେ ୩୦୦ ବର୍ଷ ପୂର୍ବରୁ ଓଡ଼ିଆ ଲିପିରେ ସଂସ୍କୃତ ଭାଷାରେ ଋଗ୍ ବେଦର କଥା ରହିଛି । ଏହା ଆମ ସଭ୍ୟତାର ଜ୍ଞାନ ଗଭୀରତାର ପ୍ରମାଣ ଦେଉଛି । ଏହାକୁ ଅନୁମେୟ କଲେ ସମ୍ବଲପୁରରେ ଅନେକ ଦର୍ଶନୀୟ ସ୍ଥାନ ଅଛି, ଯାହାକୁ ଇତିହାସ ବିଭାଗର ପିଲାମାନେ ଷ୍ଟୋରୀ ଟେଲିଂ ଆକାରରେ ଷ୍ଟାର୍ଟଅପ୍ ଆକାରରେ ବିକଶିତ କରିପାରିବେ । ଏହା ଆଗାମୀ ଦିନରେ ବଡ ବ୍ୟବସାୟର ରୂପ ନେଇପାରିବ ।  ସମ୍ବଲପୁରରେ ହୀରାକୁଦ ବନ୍ଧ, ସ୍ଥାନୀୟ ଉତ୍ପାଦ, ଖାଦ୍ୟ ପଦାର୍ଥ ମଧ୍ୟ ଏକ ଷ୍ଟାର୍ଟଅପ ଆଇଡିଆର ଅଂଶବିଶେଷ । ଏହାକୁ ଆର୍ଥିକ ଆକାରରେ କ୍ରିୟାନ୍ୱୟନ କରିବା ପାଇଁ ଆଜିର କାର୍ଯ୍ୟକ୍ରମ ସେ ଦିଗରେ ଗୋଟିଏ ବଡ ପଦକ୍ଷେପ ।  ସେ ଆହୁରି କହିଥିଲେ ଭାରତ ଯୁବବର୍ଗର ଦେଶ ।  ଭାରତର ପ୍ରଥମ ପୁଞ୍ଜି  ହେଉଛି ପ୍ରତିଭା, ଜ୍ଞାନ ଏବଂ ଯୁବଶକ୍ତି । ଏହାର ଉପଯୋଗ କରି ନୂଆ ଦୁନିଆ ବନାଇବା ଦରକାର । 

ଏହି ଅବସରରେ ଶ୍ରୀ ପ୍ରଧାନ ଭାରତରେ ଷ୍ଟେମ୍ ଶିକ୍ଷାରେ ଅଧିକାଂଶ ଛାତ୍ରୀଙ୍କ ଅଂଶଗ୍ରହଣ ଉପରେ ଆଲୋକପାତ କରିଥିଲେ । ମନ୍ କୀ ବାତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ପ୍ରଶଂସିତ ହୋଇଥିବା କଳାହାଣ୍ଡିର ଯୁବ ଉଦ୍ୟମୀ ଦମ୍ପତ୍ତି ଜୟନ୍ତୀ ମହାପାତ୍ରଙ୍କୁ ପ୍ରଂଶସା କରିଥିଲେ । ସେ କହିଥିଲେ   ଛେଳିପାଳନକୁ ପ୍ରୋତ୍ସାହନ ଦେବା ଦିଗରେ ଜୟନ୍ତୀ ଓ ତାଙ୍କ ସ୍ୱାମୀ ମାଣିକାସ୍ତୁ ଏଗ୍ରି ଏବଂ ମାଣିକାସ୍ତୁ ଗୋଟ୍ ବ୍ୟାଙ୍କ୍ ସ୍ଥାପନ କରି ଛେଳି ପାଳନକୁ ଅତ୍ୟାଧୁନିକ ପଦ୍ଧତିରେ ଆଗକୁ ନେଇ ୧୦୦୦ ଲୋକଙ୍କୁ ଧନୀ ହେବା କାମ କରୁଛନ୍ତି । ଏହି ଉଦ୍ୟମ ପ୍ରଶଂସନୀୟ । ଏହି କନକ୍ଲେଭରେରେ କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତିରେ ଅନୁଗୋଳରେ ସେଣ୍ଟର ଅଫ୍ ମ୍ୟାନେଜମେଣ୍ଟ୍ ଏଜ୍ୟୁକେସନ ସ୍ଥାପନା ପାଇଁ ଆଇଆଇଏମ ସମ୍ବଲପୁର ଓ ଆଇଆଇଏମ ମୁମ୍ବାଇ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୁଝାମଣା ପତ୍ର (ଏମଓୟୁ) ସହ ଅନ୍ୟାନ୍ୟ ଏମଓୟୁ ସ୍ୱାକ୍ଷରିତ ହୋଇଥିଲା । ଏହି କନକ୍ଲେଭରେ ବଜାଜ ଫିନସର୍ଭର ସିଏମଡି ସଞ୍ଜୀବ ବଜାଜ, କୋଲ ଇଣ୍ଡିଆର ଏମଡି ପିଏମ୍ ପ୍ରସାଦ, ସେଲର ସିଏମଡି ଅମରେନ୍ଦୁ ପ୍ରକାଶ, ନାଲକୋ ଏମଡି ଶ୍ରୀଧର ପାତ୍ର   ଉପସ୍ଥିତ ଥିଲେ । ଏହାସହ ଓଡ଼ିଶା ସମେତ ଦେଶର ଷ୍ଟାର୍ଟଅପ୍ ସମୂହର ବ୍ୟକ୍ତିବିଶେଷ, ନିବେଶକ, ଶିଳ୍ପ ପରାମର୍ଶଦାତା ଓ ଛାତ୍ରଛାତ୍ରୀମାନେ ଏଥିରେ ଯୋଗଦେଇଥିଲେ । ଏହି ଅବସରରେ ଆଇଆଇଏମ ସମ୍ବଲପୁର ପକ୍ଷରୁ ଏକ ପ୍ରଦର୍ଶନୀର ଆୟୋଜନ ମଧ୍ୟ କରାଯାଇଥିଲା ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.