ପ୍ରମୁଖ ଖବର
  • ଗଗନ ଯାନ ମିଶନ ପାଇଁ ୪ ମହାକଶଚାରୀଙ୍କ ନାଁ ଘୋଷଣା କଲା ଇସ୍ରୋ, ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ନାଁ ଘୋଷଣା ହୋଇଛି
  • ||
  • ମିଶନ ଶକ୍ତି ବଜାର ଶୁଭାରମ୍ଭ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ
  • ||
  • ଆଜି ଓୟୁଟିଆର୍‌ରେ ପ୍ରଥମ ସମାବର୍ତ୍ତନ ଉତ୍ସବ, ସଭାପତିତ୍ୱ କରିବେ ରାଜ୍ୟପାଳ
  • ||
  • ମଙ୍ଗଳବାର ୟୁପି ରାଜ୍ୟସଭା ନିର୍ବାଚନ, ବିଜେପିକୁ ସମର୍ଥନ କରିବେ ରାଜା ଭୈୟା
  • ||
  • ବିନିକାରୁ ଅପହୃତ ବ୍ୟବସାୟୀ ବୁର୍ଲାରୁ ଉଦ୍ଧାର, ପୁଲିସର ବ୍ଲକିଂ ଦେଖି ଗୋଲଗୁଣ୍ଡା ପାଖରେ ଛାଡ଼ି ଅପହର୍ତ୍ତା ଫେରାର
  • ||
  • ୨୯ରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ, ଉପସ୍ଥାପିତ ହେବ ରତ୍ନଭଣ୍ଡାର ଲେଜର ସ୍କାନିଂ ରିପୋର୍ଟ
  • ||
  • WPL-2024: ଦିଲ୍ଲୀ କ୍ୟାପିଟାଲ୍ସ ୯ ଓ୍ବିକେଟ୍ ବିଜୟୀ, ୟୁପି ୱାରିୟର୍ସର ଦ୍ୱିତୀୟ ପରାଜୟ
  • ||
  • ବୁଧବାରଠୁ ୪ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି, ଆଜି କାର୍‌କେଡ୍‌ ରିହର୍ସାଲ କରିବ ଓଡ଼ିଶା ପୁଲିସ୍‌
  • ||
  • ଶନିବାର ବାରବାଟୀ ଷ୍ଟାଡିୟମ୍‌ ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ, ୪୧ଟି କ୍ରିକେଟ୍‌ ଏକାଡେମୀ ହେବ ଲୋକାର୍ପଣ
  • ||
  • ଆସନ୍ତା ୩ ତାରିଖ ଯାଏ ବର୍ଷା ସମ୍ଭାବନା, ବିଭିନ୍ନ ଜିଲ୍ଲାକୁ ଆଲର୍ଟ ଜାରି
  • ||

ଅନ୍ତରୀଣ ବଜେଟରେ ଓଡ଼ିଶାର କେଉଁ ରେଳ ପ୍ରକଳ୍ପକୁ ମିଳିଲା କେତେ ଅନୁଦାନ ?

ଭୁବନେଶ୍ୱର, ୦୧/୦୨: ଅନ୍ତରୀଣ ବଜେଟରେ ରେଳବାଇକୁ ପ୍ରାଧାନ୍ୟ ଦିଆ ଯାଇଛି । ଓଡ଼ିଶାରେ ଏକାଧିକ ରେଳ ଭିତ୍ତିଭୂମି ଏବଂ ସୁରକ୍ଷା ପ୍ରକଳ୍ପ ପାଇଁ ୧୦ ହଜାର ୫୩୬ କୋଟି ଟଙ୍କାର ବଜେଟ ଆବଣ୍ଟନ କରାଯାଇଛି । ୟୁପିଏ ସରକାର ତୁଳନାରେ ମୋଦି ସରକାରରେ ଓଡ଼ିଶାକୁ ରେଳ ଅନୁଦାନ ବଢ଼ିଥିବା କହିଛନ୍ତି ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ।

ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ଆଗରୁ ବର୍ଷକୁ ୫୦ କିମି କାମ ହେଉଥିଲା ଏବେ ୪୭୩ କିଲୋମିଟର କାମ ହେଉଛି । ନୂଆ ପ୍ରକଳ୍ପରେ ମୋଟ ୫୨ ହଜାର କୋଟିର ନିବେଶ ହେବ ବୋଲି ସୂଚନା ଦେଇଛନ୍ତି ରେଳ ମନ୍ତ୍ରୀ ।

ନୂତନ ରେଳପଥ
ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର (୨୮୯ କି.ମି): ୧୩୫୦ କୋଟି
ତାଳଚେର-ବିମଳାଗଡ଼ (୧୫୪ କି.ମି): ୫୦୦ କୋଟି
ଜୟପୁର-ମାଲକାନଗିରି (୧୩୦ କି.ମି): ୨୩୦ କୋଟି
ଜୟପୁର-ନବରଙ୍ଗପୁର (୩୮ କି.ମି): ୨୩୫ କୋଟି
ନୌପଡ଼ା-ଗୁଣୁପୁର ରେଳପଥ ଥେରୁବାଲି ପର୍ଯ୍ୟନ୍ତ ସଂପ୍ରସାରଣ (୭୯ କି.ମି): ୫୦ କୋଟି
ତାଳଚେର-ଅନୁଗୁଳ (୧୪.୪୭ କି.ମି): ୧୦୮ କୋଟି
ସମ୍ବଲପୁର-ଗୋପାଳପୁର ଭାୟା ଫୁଲବାଣୀ (୨୪୧ କି.ମି) ୧ ହଜାର କୋଟି
ଗନ୍ଧମାର୍ଦ୍ଧନ ଲୁହାଖଣି ଠାରୁ ଗୋଲଡିହା ରେଳଷ୍ଟେସନ (୧୨.୭୬ କି.ମି): ୨୦ କୋଟି
କୋଡିଙ୍ଗାମାଳି ଠାରୁ ସିଙ୍ଗାରାମ ରେଳଷ୍ଟେସନ (୯.୪ କି.ମି): ୧୯.୯୯ କୋଟି
ଜନଜାତୀୟ ଗୌରବ କରିଡ଼ର: ୩୦୦ କୋଟି
ଦୀଘା-ଜଳେଶ୍ୱର (୪୧ କି.ମି) ୧ ହଜାର କୋଟି
କିରିବୁର-ବଡ଼ବିଲ (୨୪.୫ କି.ମି) ୧ ହଜାର କୋଟି
ରୂପସା-ବାଙ୍ଗିରିପୋଷିର ବୁଢ଼ାମରା-ଚାକୁଲିଆ (୯୦ କି.ମି) ସଂପ୍ରସାରଣ ୧ ହଜାର କୋଟି
ରାୟପୁର-ଝାରସୁଗୁଡ଼ା (୩୧୦ କି.ମି) ୧ ହଜାର କୋଟି


ଦୋହରୀକରଣ, ୩ୟ ଓ ୪ର୍ଥ ଲାଇନ
ଖୋର୍ଦ୍ଧା-ବାରଙ୍ଗ ତୃତୀୟ ଲାଇନ (୩୫ କି.ମି): ୨୦ ଲକ୍ଷ
ସମ୍ବଲପୁର-ଟିଟଲାଗଡ଼ (୧୮୨ କି.ମି): ୬୦ କୋଟି
ବୃନ୍ଦାମାଳ-ଝାରସୁଗୁଡ଼ା ଫ୍ଲାଏଓଭର (୬.୬ କି.ମି): ୫୧ କୋଟି
ବାଂଶପାଣି-ଦୈତାରୀ-ଟମକା-ଜଖପୁରା (୧୮୦ କି.ମି): ୧୦୦ କୋଟି
ସମ୍ବଲପୁର-ତାଳଚେର (୧୭୪ କି.ମି): ୩୨ କୋଟି
କିରିଣ୍ଡୁଲ-ଜଗଦଲପୁର (୧୫୦ କି.ମି): ୧୬୦ କୋଟି
ଭଦ୍ରକ-ନିର୍ଗୁଣ୍ଡି ତୃତୀୟ ଲାଇନ (୮୦ କି.ମି): ୨୨୩.୪ କୋଟି
ଜଗଦଲପୁର-କୋରପୁଟ (୧୧୦ କି.ମି): ୧୨୫ କୋଟି
ବିଜୟାନଗରମ-ସମ୍ବଲପୁର ଭାୟା ଟିଟଲାଗଡ଼ ତୃତୀୟ ଲାଇନ (୨୬୪ କି.ମି): ୯୫୦ କୋଟି
ଝାରପଡ଼ା-ବୁଢ଼ାପଙ୍କ ତୃତୀୟ ଓ ଚତୁର୍ଥ ଲାଇନ (୪୭.୪ କି.ମି): ୧୬୦ କୋଟି
ବୁଢ଼ାପଙ୍କ-ଶାଳଗାଁ ତୃତୀୟ ଓ ଚତୁର୍ଥ ଲାଇନ (୮୫ କି.ମି): ୪୫୦ କୋଟି
ଭଦ୍ରକ-ବିଜୟନଗରମ ତୃତୀୟ ଲାଇନ (୫୨୫ କି.ମି): ୫୦ କୋଟି
କୋଟଭାଲସା-କୋରାପୁଟ (୧୮୯.୨୭ କି.ମି): ୩୪୬.୫ କୋଟି
କୋରାପୁଟ-ସିଙ୍ଗାପୁର ରୋଡ଼ (୧୬୪.୫ କି.ମି): ୪୫୦ କୋଟି
ଅରୁଗୁଳ-ହରିପୁରଗ୍ରାମ ବାଏପାସ (୧.୬ କି.ମି): ୧.୫ କୋଟି
ବାଘୁଆପାଳ ଫ୍ଲାଏଓଭର (୨୦ କି.ମି): ୩୦ କୋଟି
ସରାଳା-ଶାସନ (୮ କି.ମି): ୧୦୦ କୋଟି
ହରିଦାସପୁର ଫ୍ଲାଏ ଓଭର: ୫ କୋଟି
ସିଜୁ-ପାରାଦୀପ କୋଚିଂ ୟାର୍ଡ (୭ କି.ମି): ୫ କୋଟି
ପାରାଦୀପ-ବଡ଼ବନ୍ଧ ତୃତୀୟ ଓ ଚତୁର୍ଥ ଲାଇନ (୧୮.୫୧ କି.ମି): ୫ କୋଟି
ଖୋର୍ଦ୍ଧା ରୋଡ଼ ୟାର୍ଡ ମଡେଲିଂ: ୨୫ କୋଟି
ଚମ୍ଫାଝରନ-ବିମଳାଗଡ଼ (୨୧ କି.ମି): ୨ କୋଟି
ମନୋହାରପୁର-ବନ୍ଧମୁଣ୍ଡା (୩୦ କି.ମି): ୪ କୋଟି
ରାଉରକେଲା-ଝାରସୁଗୁଡ଼ା ତୃତୀୟ ଲାଇନ (୧୦୧ କି.ମି): ୧୫ କୋଟି
ବନ୍ଧମୁଣ୍ଡା-ରାଞ୍ଚି (୧୫୮ କି.ମି): ୨୩୦ କୋଟି
ନାରାୟଣଗଡ଼-ଭଦ୍ରକ ତୃତୀୟ ଲାଇନ (୧୫୫ କି.ମି): ୫୨୦ କୋଟି
ବନ୍ଧମୁଣ୍ଡା-ରାଉରକେଲା ଚତୁର୍ଥ ଲାଇନ (୯.୩ କି.ମି): ୧୫ କୋଟି
ଧୁମିତ୍ରା-ବିଶ୍ରା ଷ୍ଟେସନ ସଂଯୋଗୀକରଣ (୨.୩୦ କି.ମି): ୧୧.୨୦ କୋଟି
ରାଉରକେଲା-ବନ୍ଧମୁଣ୍ଡା ପଞ୍ଚମ ଲାଇନ (୧୦ କି.ମି): ୨୧ କୋଟି
ବଗଡେହି-ଝାରସୁଗୁଡ଼ା ଚତୁର୍ଥ ଲାଇନ (୨୧.୫ କି.ମି): ୧ ହଜାର
ରାୟପୁର-ଟିଟଲାଗଡ଼ (୨୦୩ କି.ମି): ୨୯୮ କୋଟି
ଚାମ୍ପା-ଝାରସୁଗୁୁଡ଼ା ତୃତୀୟ ଲାଇନ (୧୬୫ କି.ମି): ୩୦.୨୯ କୋଟି
ଝାରସୁଗୁଡ଼ା-ବିଳାଶପୁର ଚତୁର୍ଥ ଲାଇନ (୨୦୬ କି.ମି): ୨୦୦ କୋଟି
ଝାରସୁଗୁଡ଼ା-ବିଳାଶପୁର ଫ୍ଲାଏ ଓଭର( ୧୦ କି.ମି): ୨୦୦ କୋଟି
ଇବ୍ ଫ୍ଲାଏ ଓଭର: ୬୫.୯୯ କୋଟି

ନୂତନ ପ୍ରକଳ୍ପ
କଳାହାଣ୍ଡି ଲୋକ ୱାର୍କସପ୍ ନିର୍ମାଣ: ୧୦ କୋଟି
ନୂତନ ରାୟଗଡ଼ା ରେଳ ଡିଭିଜନ ନିର୍ମାଣ: ୯ କୋଟି
ପୂର୍ବତଟ, ଦକ୍ଷିଣପୂର୍ବ, ଦକ୍ଷିଣପୂର୍ବ ମଧ୍ୟ, ପୂର୍ବ ଏବଂ ପୂର୍ବମଧ୍ୟ ରେଳପଥରେ ଏନର୍ଜି କରିଡ଼ର ନିର୍ମାଣ: ୩୦୦କୋଟି

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.