ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ସରିଲା ଖଣ୍ଡଗିରି ଯାତ୍ରା ମହାକୁମ୍ଭ, ଦୀର୍ଘ ୧୧ ଦିନ ପରେ ବିଦାୟ ନେଲେ ସମସ୍ତ ଅପେରା ପାର୍ଟି

ଭୁବନେଶ୍ୱର, ୦୧/୦୩: ନିସ୍ତବ୍ଧ ହୋଇଗଲା ମଞ୍ଚ । କମିଗଲା କୋଳାହଳ । ପେଣ୍ଡାଲରୁ ହଜିଗଲେ କଳାକାର । ସମସ୍ତଙ୍କ ମୁହଁରେ ଗୋଟିଏ କଥା ପୁଣି ଆସନ୍ତାବର୍ଷକୁ ଭେଟ ହେବ । ଦୀର୍ଘ ୧୧ ଦିନ  ଧରି ଚାଲିଥିବା ଓଡ଼ିଶାର ସର୍ବବୃହତ ଯାତ୍ରା ମହାକୁମ୍ଭ ଖଣ୍ଡଗିରି ଯାତ୍ରା ଶୁକ୍ରବାର ଭୋର ସମୟରେ ସରିଯାଇଛି । ଏଥିସହ ଖଣ୍ଡଗିରିରୁ ବିଦାୟ ନେଇଛନ୍ତି ସମସ୍ତ ଅପେରା ପାର୍ଟି । ଅନ୍ତିମ  ରଜନୀରେ ସମସ୍ତ ଯାତ୍ରା ମଞ୍ଚରେ ପ୍ରବଳଭିଡ଼ ହୋଇଥିଲା ।  ଶେଷ ପରିବେଷଣରେ ତୁଳସୀ ରିପିଟ୍‌ କରିଥିଲା ‘ଅଧାରାତିର ସାଥୀ’ । 

ସେହିପରି  ସ୍ୱର୍ଣ୍ଣ ମହଲର ସେହି ଚର୍ଚ୍ଚିତ ନାଟକ ‘କେତେ ଦୁଃଖ ଦେବୁ ଦେରେ କାଳିଆ’ ମଧ୍ୟ  ମଞ୍ଚସ୍ଥ ହୋଇଥିଲା । ରଙ୍ଗମହଲର ‘ମୁଁ ଗୋଟେ ଝିଅର ବାପ’, ସୂର୍ଯ୍ୟମନ୍ଦିରରେ ‘ହାତ  ଧରି ବାଟ ଚାଲୁଥିବା’ ମଧ୍ୟ ମଞ୍ଚସ୍ଥ ହୋଇଥିଲା । ମାତ୍ର ଆଶ୍ଚର୍ଯ୍ୟଜନକଭାବେ ଶିବାନୀ  ଆଜି ବହି ବଦଳାଇ ‘ମଝି ଦରିଆରେ କନକ ଗୋରୀ’ ନାଟକ ମଞ୍ଚସ୍ଥ କରିଥିଲା । 

ଅଧାରୁ ହଟିଗଲା ଅଳିଅଳି ରାଜଜେମ

ଶିବାନୀ ଗଣନାଟ୍ୟର ଚର୍ଚ୍ଚିତ ନାଟକ ଅଳିଅଳି ରାଜଜେମା ଗତ ବୁଧବାର ରାତିରେ  ବାଜିମାତ କରିଛି । ଅରୁଣ ନାୟକ ଓ ମହେଶ ହାଜରାଙ୍କ ନିର୍ଦ୍ଦେଶିତ ଏହି ନାଟକଟି ବେଶ  ପ୍ରଶଂସିତ ହେବାସହ ହାଉସଫୁଲ ମଧ୍ୟ ହୋଇଥିଲା । ତେଣୁ ଏହାକୁ ଆଉ ଥରେ ଦେଖିବାକୁ  ଇଚ୍ଛା ରଖିଥିଲେ ଯାତ୍ରାପ୍ରେମୀ । ହେଲେ ଆଜି ହଠାତ୍‌ ଏହି ନାଟକକୁ ହଟାଇ ଅନ୍ୟ ଏକ ନାଟକ  ପରିବେଷଣ କରିଛି ଶିବାନୀ । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଯାତ୍ରାପ୍ରେମୀ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.